Unknown

 

 

 

 

 

 

 

 

 

ଚାଣକ୍ୟ ନୀତି ଶ୍ଳୋକ ସଂଗ୍ରହ

କୈଳାସ ଚନ୍ଦ୍ର ସାହୁ

 

ସଂସ୍କୃତ ସାହିତ୍ୟ ଅସଂଖ୍ୟ ନୀତିବାଣୀରେ ପରିପୂର୍ଣ୍ଣ । ସଂସ୍କୃତ ଭାଷାରେ ଲିଖିତ ପ୍ରତ୍ୟେକ କାବ୍ୟରେ କିଛି ନା କିଛି ଉପଦେଶ ଥାଏ । ସେହି ସବୁ ନୀତି ଉପଦେଶ କାବ୍ୟରେ କିଛି ନା କିଛି ନୀତି ଉପଦେଶ ଥାଏ । ସେହି ସବୁ ନୀତି ଉପଦେଶ ମାନବ ସମାଜକୁ ସୁସ୍ଥ-ସୁନ୍ଦର କରି ଗଢି ତୋଳିବା ପାଇଁ ଉଦ୍ଧିଷ୍ଟ । ଏପିରିକି କେତେକ କବି ନୀତି ଉପଦେଶ ଦେବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ନୀତିକାବ୍ୟମାନ ପ୍ରଣୟନ କରିଛନ୍ତି । ଏଦିଗରେ ଚାଣକ୍ୟଙ୍କ ସ୍ଥାନ ସ୍ୱତନ୍ତ୍ର ।

 

ଚାଣକ୍ୟ ଥିଲେ ଜଣେ ପ୍ରସିଦ୍ଧ ବିଦ୍ୱାନ । ସେ କୁଟଳ ବଂଶରେ ଜାତ ହୋଇଥିବାରୁ ତାଙ୍କର ଅନ୍ୟନାମ କୌଟିଲ୍ୟ । ସେ ଥିଲେ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତଙ୍କ ଗୁରୁ ଓ ପ୍ରଧାନମନ୍ତ୍ରୀ । ନିଜର ବୁଦ୍ଧି ବଳରେ ସେ ନନ୍ଦବଂଶକୁ ଧ୍ୱଂସ କରିଥିଲେ । ସେ ସମାଜନୀତି, ରାଜନୀତି, ଧର୍ମନୀତି ଓ ଅର୍ଥନୀତି ପ୍ରଭୃତି କ୍ଷେତ୍ରରେ ଥିଲେ ଜଣେ ଧୂରୀଣା ପଣ୍ଡିତ । ତାଙ୍କର ନୀତିକୁ ଅଧ୍ୟନୟ ଓ ଅନୁସରଣ କଲେ ମୂର୍ଖ ମଧ୍ୟ ପଣ୍ଡିତ ହୋଇଥାଏ ବୋଲି କୁହାଯାଇଛି ।

ଯଥା-

 

ମୂଳସୂତ୍ରଂ ପ୍ରବକ୍ଷ୍ୟାମି ଚାଣକ୍ୟେନ ଯଥୋଦିତମ୍

ଯସ୍ୟ ବିଜ୍ଞାନ ମାତ୍ରେଣ ମୂର୍ଖୋ ଭବତି ପଣ୍ଡିତଃ ।

 

ପ୍ରସ୍ତୁତ ସଂକଳନରେ ଚାଣକ୍ୟଙ୍କର ମୂଳ ରଚନାରୁ ୧୯୧ଟି ଶ୍ଳୋକ ସଂଗୃହୀତ ହୋଇଛି-। ଅନ୍ୟ ସଂଙ୍କଳମାନଙ୍କ ଦ୍ୱାରା ସଂକଳିତ ଚାଣକ୍ୟ ନୀତିଶ୍ଳୋକ ଠାରୁ ଉକ୍ତ ସଂକଳନଟି ପୃଥକ । ଏଥିରେ ସମସ୍ତ ଶ୍ଳୋକ ବର୍ଣ୍ଣମାଳାକୁ କ୍ରମରେ ସଜ୍ଜିତ ଓ ସଂପାଦିତ ହୋଇଛି । ଫଳରେ ପାଠକମାନଙ୍କୁ ସଜ୍ଜିତ ଶ୍ଳୋକ ଖୋଜିବାକୁ ବିଶେଷ କଷ୍ଟ କରିବାକୁ ପଡ଼ିବ ନାହିଁ । ପୁସ୍ତକଟି ପାଠକଙ୍କ ଦ୍ୱାରା ଆଦୃତ ହେଲେ ଶ୍ରମ ସାର୍ଥକ ହେବ ।

 

ବିନୀତ

କୈଳାସ ଚନ୍ଦ୍ର ସାହୁ

 

ସୂଚୀପତ୍ର

 

ଶ୍ଳୋକ ପ୍ରତୀକ

 

 

ଅନିତ୍ୟାନି ଶରୀରାଣି

 

 

ଅଧନା ଧନମିଚ୍ଛନ୍ତି

 

 

ଅର୍ଥନାଶଂ ମନସ୍ତାପଂ

 

ଅସ୍ତି ପୁତ୍ରୋବଶେ ଯସ୍ୟ

 

 

ଅବିଦ୍ୟା ଜୀବନଂ ଶୂନ୍ୟଂ

 

 

ଅଦାତା ବଂଶ ଦୋଷେଣ

 

 

ଅଶୋଚ୍ୟ ନିର୍ଦ୍ଧିନଃ ପ୍ରାଜ୍ଞୋ

 

ଅତିଦର୍ପେ ହତା ଲଙ୍କା

 

 

ଅବିଶ୍ରାମଂ ବହେଦତ୍ତାରଂ

 

 

ଅସନ୍ତୁଷ୍ଟା ଦ୍ୱିଜାଃ ନଷ୍ଟାଃ

 

 

ଅକୁଳୀନସ୍ତୁ ଯୋ ରାଜା

 

 

ଅହିଂ ନୃପ ଚ ଶାର୍ଦ୍ଧ୍ୱଳଂ

 

 

ଅସମ୍ଭବଂ ନ ବକ୍ତବ୍ୟମ

 

 

ଅନ୍ୟାୟୋ ପାର୍ଜିତଂ ଦ୍ରବ୍ୟଂ

 

 

ଅନଭ୍ୟାସେ ବିଷଂ ବିଦ୍ୟା

 

 

ଅମ୍ଭାସି ଜଳ ଜନ୍ତୁନାଂ ଦୁର୍ଗୋ

 

 

ଅବିଦ୍ୟଃ ପୁରୁଷଃ ଶୋଚ୍ୟଃ

 

 

ଅନୃତଂ ସାହସଂ ମାୟା

 

 

ଅନ୍ତଃସାର ବିହୀନାମ୍

 

 

ଅନ୍ତର୍ଗତମଳୋ ଦୁଷ୍ଟସ୍ତ୍ରୀର୍ଥ

 

 

ଅକୃଷ୍ଟ ଫଳ ମୂଳାନି

 

 

ଅଗ୍ନିରାପଃ ସ୍ତ୍ରୀୟା

 

 

ଅଯୁକ୍ତଂ ସ୍ୱାମିନୋ ଯୁକ୍ତଂ

 

 

ଆପଦାର୍ଥ ଧନ୍ଂ ଋକ୍ଷେଦ୍ଧାରାନ୍

 

 

ଆପଦାଂ କଥିତଃ ପନ୍ଥା

 

 

ଆୟୁର୍ବେଦକୃତାଭ୍ୟାସଃ

 

 

ଆଜୀବନମ୍ ସ୍ୟାତ୍ ପ୍ରଣୟଃ

 

 

ଆହାରଂ ଦ୍ୱିରୁଣାଂ ସ୍ତ୍ରୀଣାଂ

 

 

ଆୟୁଷଃ କ୍ଷଣ ଏକୋଽପି

 

 

ଆପ୍ତଦୋଷାଦ୍ ଭବେତ୍ ମୃତ୍ୟୁଃ

 

 

ଆତ୍ମାପରାଧ ବୃକ୍ଷସ୍ୟ ଫଳାନି

 

 

ଇଙ୍ଗିତାକାର ତତ୍ତ୍ୱଜ୍ଞୋ

 

 

ଉପକାର ଗୃହୀତେନ

 

 

ଉତ୍ସବେ ବ୍ୟସନେ ଚୈବ

 

 

ରଣଶେଷଶ୍ଚାଗ୍ନିଶେଷୋ ବ୍ୟାଧି

 

 

ଋଣକର୍ତ୍ତା ପିତା ଶତ୍ରୁଃ

 

 

ଏକେନାପି କୁ ବୃକ୍ଷେଣ

 

 

ଏକେନାପି କୁ ବୃକ୍ଷେଣ

 

 

ଏକାକ୍ଷର ପ୍ରଦାତାରଂ ଯୋ ଗୁରୁଂ

 

 

ଏକାହାରେଣ ସନ୍ତୁଷ୍ଟଃ

 

 

ଏକୋଦର ସମୁଦଭୂତା

 

 

କିଂ କୁଳେନ ବିଶାଳେନ

 

 

କୁଦେଶଂ ଚ କୁ ବୃତ୍ତି ଚ

 

 

କୋକିଳାନାଂ ସ୍ୱରୋ ଋୂପଂ

 

 

କଷ୍ଟାବୃତ୍ତିଃ ପରାଧୀନ

 

 

କୋଽତିଭାରଃ ସାମର୍ଥାନାଂ

 

 

କୂପୋଦକଂ ବଟଛୟା

 

 

କୁଳଶୀଳ ଗୁଣୋପେତଃ

 

 

କିଂ କରିଷ୍ୟତି ବକ୍ତା ଚ

 

 

କିଂ ତୟା ତ୍ରିୟତେ ଧେନ୍ୱା

 

 

କାମଧେନୁ ଗୁଣା ବିଦ୍ୟା

 

 

କାଳଃ ପଚତି ଭୂତାନି କାଳଃ

 

 

କବୟଃ କିଂ ନ ପଶ୍ୟନ୍ତି

 

 

କାମ କ୍ରୋଧୌ ତଥା ଲୋଭଂ

 

 

ଖନିତ୍ୱାହି ଖନିତ୍ରେଣ

 

 

ଗତେ ଶୋକେ ନ କର୍ତ୍ତବ୍ୟା

 

 

ଗୁରୁଃ ଅଗ୍ନିଃ ଦ୍ୱିଜାତୀନାଂ

 

 

ଗୁଣୋ ଭୂଷୟତେ ରୂପଂ

 

 

ଗୁଢଂ ମୌଥୁନଧର୍ମଂ ଚ

 

 

ଗୃହାସକ୍ତସ୍ୟ ଯେ ବିଦ୍ୟା

 

 

ଘୃତକୁମ୍ଭ ସମା ନାରୀ

 

 

ଚଳତ୍ୟେକେନ ପାଦେନ

 

 

ଚିନ୍ତାଜ୍ୱରୋ ମନୁଷ୍ୟାଣାଂ

 

 

ଜୀର୍ଣ୍ଣମନଂ ପ୍ରଶଂସନ୍ତି ଭାର୍ଯ୍ୟାଂ

 

 

ଜନୟନ୍ତ୍ୟର୍ଜନେ ଦୁଃଖଂ ଣପୟନ୍ତି

 

 

ଜଳବିନ୍ଦୁ ନିପାତେନ

 

 

ଜଳେ ତୈଳଂ ଖଳେ ଗୁହ୍ୟଂ

 

 

ବନିତା ଚୋପନେତା ଚ ଯସ୍ତୁ

 

 

ଜାନୀୟାତ୍ ପ୍ରେଷଣେ ଭୃତ୍ୟାନ୍

 

 

ତ୍ୟଜେଦେକଂ କୁଳସ୍ୟାର୍ଥେ

 

 

ତସ୍କରସ୍ୟ କୁଣେ ଧର୍ମ

 

 

ତୁଷ୍ୟନ୍ତି ଭୋଜ ନୈର୍ବିପ୍ରା ମୟୁରାଃ

 

 

ତକ୍ଷକସ୍ୟ ବିଷଂ ବନ୍ତେ

 

 

ତୃଣଂ ବ୍ରହ୍ମବିଦଃ ସ୍ୱର୍ଗଃ

 

 

ତାବଦଭୟେଷୁ ଭେତବ୍ୟଂ

 

 

ତ୍ୟଜ ଦୁର୍ଜନ ସଂସର୍ଗଂ

 

 

ଦୂରତଃ ଶୋଭତେ ମୂର୍ଖୋ

 

 

ଦୁର୍ଜନଃ ପ୍ରିୟବାଦୀ ଚ

 

 

ଦୁର୍ଜନଃ ପରିହର୍ତ୍ତବ୍ୟୋ

 

 

ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ

 

 

ଦୁର୍ଲ୍ଲଭଂ ପ୍ରକୃତଂ ବାକ୍ୟଂ

 

 

ଦୁର୍ବଳସ୍ୟ ବଳଂ ରାଜା

 

 

ଦାତୃତ୍ୱଂ ପ୍ରିୟ ବକ୍ତୃତ୍ୱଂ ଧୀରତ୍ୱଂ

 

 

ଦେବ ଦ୍ରବ୍ୟ ଗୁରୁ ଦ୍ରବ୍ୟଂ

 

 

ଦୂରାଗତଂ ପଥିଶ୍ରାନ୍ତଂ ବୃଥାଚ

 

 

ଦୁର୍ଜନସ୍ୟ ଚ ସର୍ପସ୍ୟ

 

 

ଦୃଷ୍ଟିପୂତଂ ନ୍ୟସେତ୍ପାଦଂ

 

 

ଧନଧାନ୍ୟ ପ୍ରୟୋଗେଷୁ

 

 

ଧନିକଃ ଶ୍ରୋତ୍ରିୟୋ ରାଜା

 

 

ନକ୍ଷତ୍ରଂ ଭୂଷଣଂ ଚନ୍ଦ୍ରୋ

 

 

ନବିଶ୍ୱସେଦ୍ ବିଶ୍ୱସ୍ତେ

 

 

ନ କଶ୍ଚିତ୍ କସ୍ୟଚିନ୍ନିତ୍ରଂ

 

 

ନଦୀନାଂ ଚ ନଖିନାଂ ଚ ଶୃଙ୍ଗିଣାଂ

 

 

ନ ଚ ବିଦ୍ୟା ସମୋ ବନ୍ଧୁଃ ନଚ

 

 

ନଦୀକୂଳେ ଚ ଯେ ବୃକ୍ଷାଃ

 

 

ନାରୀକେଳ ସମାକାରା ଦୃଶ୍ୟନ୍ତେ

 

 

ନାସ୍ତି ବିଦ୍ୟା ସମୋ ବନ୍ଧୁଃ

 

 

ନ ଦେବୋ ବିଦ୍ୟତେ କାଷ୍ଠେ

 

 

ନ ପଶ୍ୟତି ଜନ୍ମାନ୍ଧଃ

 

 

ନରାଣାଂ ନାପିତୋ ଧୂର୍ତ୍ତଃ

 

 

ନିଃ ସ୍ପୃହୋ ନାଧିକାରୀ

 

 

ନିର୍ବିଷେଣାପି ସର୍ପେଣ କର୍ତ୍ତବ୍ୟା

 

 

ନିତ୍ୟନ୍ତ ସରଳୈର୍ଭାବ୍ୟଂ

 

 

ନାସ୍ତିକାମସମୋ ବ୍ୟାଧିଃ

 

 

ପଣ୍ଡିତେ ଚ ଗୁଣୋଃ ସର୍ବେ

 

 

ପରୋକ୍ଷେ କାର୍ଯ୍ୟ ହନ୍ତାରଂ

 

 

ପରଦାରାନ୍ ପରଂ ଦ୍ରବ୍ୟଂ

 

 

ପକ୍ଷିଣାଂ କାକଶ୍ଚାଣ୍ଡାଳଃ

 

 

ପରସ୍ପରସ୍ୟ ମର୍ମାଣି ଯେ

 

 

ପରକାର୍ଯ୍ୟ ବିହନ୍ତା ଚ

 

 

ପାଦପାନାଂ ଭୟଂ ବାତାତ୍ପଦ୍ମାନାଂ

 

 

ପୁସ୍ତକସ୍ଥା ତୁ ଯା ବିଦ୍ୟା

 

 

ପୁତ୍ର ପ୍ରୟୋଜନା ଦାରାଃ

 

 

ପୁତ୍ରାଶ୍ଚ ବିବିଧୈଃ ଶୀଳୈର୍ଜି

 

 

ପୁନର୍ବିତ୍ତଂ ପୁନର୍ମିତ୍ରଂ

 

 

ପୃଥିବ୍ୟାଂ ତ୍ରୀଣି ରତ୍ନାନି

 

 

ପ୍ରଭୂତମଳ୍ପ କାର୍ଯ୍ୟଂ ବା ଯୋ

 

 

ପ୍ରଥମେ ନାର୍ଜିତା ବିଦ୍ୟା

 

 

ପ୍ରଦୋଷେ ନିହତଃ ପନ୍ଥାଃ

 

 

ପ୍ରାଜ୍ଞେ ନିୟୋଜ୍ୟମାନେ ତୁ ଶକ୍ତା

 

 

ପ୍ରିୟବାକ୍ୟ ପ୍ରଦାନେନ

 

 

ପ୍ରେଷିତସ୍ୟ କୁତୋମାନଂ

 

 

ବରମେକୋ ଗୁଣୀ ପୁତ୍ରୋ

 

 

ବସ୍ତ୍ରହୀନଂ ଭୂଷଣଂ ଚ

 

 

ବହ୍ୱାଶୀ ସ୍ୱଳ୍ପ ସନ୍ତୁଷ୍ଟଃ

 

 

ବହୁଭିଃ ମୂର୍ଖ ସଂଘାତୈରନ୍ୟୋଽନ୍ୟ

 

 

ବହୁବୀର୍ଯ୍ୟଂ ବଳଂ ରାଜ୍ଞା

 

 

ବାପୀ କୂପ ତଡ଼ାଗାନାଂ

 

 

ବିଷାଦପ୍ୟଂମୃତଂ ଗ୍ରାହ୍ୟମମେଧ୍ୟାଦପି

 

 

ବିଷଂ ସଂକ୍ରମଣଂ ରାତ୍ରୌ

 

 

ବିଦ୍ୱତ୍ତ୍ୱଂ ଚ ନୃପତ୍ୱଂ ଚ ନୈବ

 

 

ବୁଦ୍ଧିର୍ଯସ୍ୟ ବଳଂ ତସ୍ୟ

 

 

ବୃଥାବୃଷ୍ଟିଃ ସମୁଦ୍ରେଷୁ

 

 

ବୃଦ୍ଧକାଳେ ମୃତା ଭାର୍ଯ୍ୟା

 

 

ବ୍ରହ୍ମଘାତୀ ନରଃ ପୂଜ୍ୟୋ

 

 

ଭ୍ରମନ୍ ସଂପୂଜ୍ୟତେ ରାଜା

 

 

ଭୋଜନ୍ୟଂ ଭୋଜନ ଶକ୍ତିଶ୍ୱ

 

 

ମନସ୍ୟନ୍ୟଦ୍ ବଚସ୍ୟନ୍ୟଦ୍

 

 

ମନସା ଚିନ୍ତିତଂ କର୍ମ ବଚସା

 

 

ମଣିର୍ଲୁଣ୍ଠତି ପାଦାଗ୍ରେ

 

 

ମାତୃବତ୍ ପରଦାରେଷୁ

 

 

ମାତା ଶତ୍ରୁଃ ପିତା ବୈରୀ

 

 

ମାତାଯସ୍ୟ ଗୃହେ ନାସ୍ତି

 

 

ମାତରଂ ପିତରଂ ପୁତ୍ରଂ

 

 

ମୂର୍ଖେ ନିୟୋଜ୍ୟମାନେ ତୁ ତ୍ରୟୋ

 

 

ମୂହୁର୍ତ୍ତମପି ଜୀବେଚ୍ଚ ନରଃ

 

 

ମୂର୍ଖାଣାଂ ପଣ୍ଡିତା ଦ୍ୱେଷ୍ୟା

 

 

ମୁଖଂ ପଦ୍ମଦକାକାରଂ ବାକ୍ୟଂ

 

 

ମେଧାବୀ ବାକପଟୁଃ ପ୍ରାଜ୍ଞଃ

 

 

ଯସ୍ମିନ୍ ଦେଶେ ନ ସମ୍ମାନଂ

 

 

ଯସ୍ୟ କ୍ଷେତ୍ରଂ ନଦୀତୀରେ

 

 

ଯସ୍ୟନାସ୍ତି ସ୍ୱୟଂ ପ୍ରଜ୍ଞା

 

 

ଯସ୍ୟ ସ୍ନେହୋ ଭୟଂ ତସ୍ୟ

 

 

ଯଥା ଧ୍ୱେନ ସହସ୍ରେଷୁ

 

 

ଯସ୍ୟାର୍ଥସ୍ତସ୍ୟ ମିତ୍ରାଣି

 

 

ଯାତି ଅଧୋଽଧଃ ବ୍ରଜତ୍ୟୁଜୈଃ

 

 

ଯାବତ୍ ସ୍ୱସ୍ଥୋ ହ୍ୟୟଂ

 

 

ଯୁଦ୍ଧଂ ଚ ପ୍ରାତରୁତ୍‍ଥାନଂ

 

 

ଯେତୁ ସମ୍ବତ୍ସରଂ ପୂର୍ଣ୍ଣ ନିତ୍ୟଂ

 

 

ଯୋ ଧୃବାଣି ପରିତ୍ୟଜ୍ୟ

 

 

ରାଜପତ୍ନୀ ଗୁରୋଃ ପତ୍ନୀ

 

 

ରାଜା ରାଷ୍ଟ୍ରକୃତଂ ପାପଂ

 

 

ରୂପ ଯୌବନ ସମ୍ପନ୍ନା

 

 

ଲାଳୟେତ୍ ପଞ୍ଚବର୍ଷାଣି

 

 

ଲାଳନେ ବହବୋ ଦୋଷା

 

 

ଲାକ୍ଷାଦିତୈଳନୀଳୀନାଂ

 

 

ଲୁବଧମର୍ଥେନ ଗୃହଣୀୟାତ୍

 

 

ଲୋଭାତ୍ କ୍ରୋଧଃ

 

 

ଲୌକିକେ କର୍ମଣି ରତଃ

 

 

ଶାକେନ ରୋଗା ବର୍ଦ୍ଧନ୍ତେ

 

 

ଶୁଷ୍କ ମାଂସାଂ ସ୍ତ୍ରିୟ ବୃଦ୍ଧାଃ

 

 

ଶୀତଭାତାଶ୍ୱ ଯେ ବିପ୍ରା

 

 

ଶୈଳେ ଶୈଳେ ନ ମାଣିକ୍ୟଂ

 

 

ଶ୍ଳୋକେନ ବା ତଦର୍ଦ୍ଧେନ

 

 

ସକୁତ୍‍ ଦୁଷ୍ଟଂ ଚ ମିତ୍ରଂ

 

 

ସର୍ପ କ୍ରୁରଃ ଖଳଃ କ୍ରୁରଃ

 

 

ସର୍ବନ୍ଦ୍ରିୟାଣି ସଂଯମ୍ୟ

 

 

ସକୃଦୁକ୍ତ ଗୃହୀତାର୍ଥୋ

 

 

ସମସ୍ତ ନୀତି ଶାସ୍ତ୍ରଜ୍ଞୋ

 

 

ସର୍ବହିଂସା ନିବୃତ୍ତା

 

 

ସଦ୍ୟୋ ମାଂସଂ ନବାନଂ

 

 

ସତ୍ୟେନ ଧାର୍ଯ୍ୟତେ ପୃଥ୍ୱୀ

 

 

ସମୁଦ୍ରା ବରଣା ଭୂମିଃ

 

 

ସିଂହାଦେକଂ ବକାଦେକଂ

 

 

ସୁଭିକ୍ଷଂ କୃଷକେ ନିତ୍ୟଂ

 

 

ସୁଖାର୍ଥୀ ଚେତ୍ ତ୍ୟଜେତ୍ ବିଦ୍ୟାଂ

 

 

ସ୍ୱେଦିତଂ ମର୍ଦ୍ଧତିଂ ଚୈବ

 

 

ସେବିତବ୍ୟୋ ମହାବୃକ୍ଷଃ

 

 

ହେଳାସ୍ୟାତ୍ କାର୍ଯ୍ୟାନାଶାୟ

 

 

ହସ୍ତୀ ହସ୍ତସହସ୍ରେଣ

 

 

କ୍ଷିପ୍ରମାୟମନା ଲୋଚ୍ୟ ବ୍ୟୟଂ

 

 

 

ଚାଣକ୍ୟ ଶ୍ଳୋକ ସଂଗ୍ରହ

 

ଅନିତ୍ୟାନି ଶରୀରାଣି ବିଭବୋ ନୈବ ଶାଶ୍ୱତଃ

ନିତ୍ୟ ସନ୍ନିହିତୋ ମୃତ୍ୟୁଃ କର୍ତ୍ତବ୍ୟୋ ଧର୍ମ ସଂଗ୍ରହଃ । ୧ ।

 

ଏ ଶରୀର ଅନିତ୍ୟ । ଧନ ସଂପତ୍ତି ମଧ୍ୟ ଚିରସ୍ଥାୟୀ ନୁହେଁ । ଯେ କୌଣସି ସମୟରେ ମୃତ୍ୟୁ ଆସି କବଳିତ କରିପାରେ । ତେଣୁ ସର୍ବଦା ଧର୍ମ କାର୍ଯ୍ୟ କରିବା ଉଚିତ ।

 

ଅଧନା ଧନମିଚ୍ଛନ୍ତି ବାଦମିଚ୍ଛନ୍ତି ଗର୍ବିତାଃ

ମାନବାଃ ସ୍ୱର୍ଗମିଚ୍ଛନ୍ତି ମୋକ୍ଷମିଚ୍ଛନ୍ତି ଦେବତାଃ । ୨ ।

 

ଧନହୀନ ବା ଦରିଦ୍ର ଲୋକେ ଧନ ଇଛା କରନ୍ତି । କିନ୍ତୁ ଗର୍ବୀ ଓ ଅହଂକାରୀମାନେ ସଦାସର୍ବଦା ବିବାଦକୁ ଇଛା କରିଥାନ୍ତି । ମାନବମାନେ ସ୍ୱର୍ଗ ଓ ଦେବତାମାନେ ମୋକ୍ଷ ଇଛା କରନ୍ତି ।

 

ଅର୍ଥନାଶଂ ମନସ୍ତାପଂ ଗୃହେ ଦୁଶ୍ଚରିତାନି ଚ

ବଞ୍ଚନଂ ଚାପମାନଂ ଚ ମତିମାନ୍ ନ ପ୍ରକାଶୟେତ୍ । ୩ ।

 

ବିଜ୍ଞଲୋକେ କେବେହେଲେ ଆପଣାର ଅର୍ଥହାନି, ମନର ଦୁଃଖ ଗୃହଛିଦ୍ର, ପ୍ରତାରଣା ଓ ଅପମାନ କଥା କାହାରି ଆଗରେ ପ୍ରକାଶ କରନ୍ତି ନାହିଁ । କାରଣ ଏସବୁ ପ୍ରକାଶ ପାଇଲେ ଅନ୍ୟ ସମ୍ମୁଖରେ ନିଜକୁ ନିନ୍ଦିତ ଓ ଉପହସିତ ହେବାରେ ଆଶଙ୍କା ରହିଛି ।

 

ଅସ୍ତି ପୁତ୍ରୋ ବଶେଯସ୍ୟ ହୃତ୍ୟୋ ଭାର୍ଯ୍ୟା ତଥୌବ ଚ

ଅଭାବେ ସତି ସନ୍ତୋଷଃ ସ୍ୱର୍ଗ ସ୍ଥୋଽସୌ ମହୀତଳେ । ୪

 

ଯାହାର ପୁତ୍ର, ଭୃତ୍ୟ ଓ ପତ୍ନୀ ବଶୀଭୂତ ଥାଆନ୍ତି, ଧନହୀନ ହୋଇ ମଧ୍ୟ ଯେ ସନ୍ତୋଷରେ ଥାଏ, ଏ ସଂସାରରେ ତା’ର ଗୃହକୁ ସ୍ୱର୍ଗ ସହିତ ତୁଳନା କରାଯାଏ ଏବଂ ସେ ସେହି ପୃଥିବୀରେ ଥିଲେ ମଧ୍ୟ ସ୍ୱର୍ଗସୁଖ ଲାଭ କରିଥାଏ ।

 

ଅବିଦ୍ୟା ଜୀବନଂ ଶୂନ୍ୟଂ ଦିକ୍ ଶୂନ୍ୟା ହୀନ ବାନ୍ଧବାଃ

ପୁତ୍ରହୀନଂ ଗୃହଂ ଶୂନ୍ୟଂ ସର୍ବଶୂନ୍ୟା ଦରିଦ୍ରତା । ୫ ।

 

ବିଦ୍ୟାହୀନ ଲୋକର ଜୀବନ, ବନ୍ଧୁବାନ୍ଧବ ହୀନ ଲୋକର ସମସ୍ତ ଦିଗ ଓ ପୁତ୍ର ନଥିବା ଲୋକର ଗୃହ ଶୂନ୍ୟ ବୋଲି ଗୃହୀତ ହୁଏ । ଏସବୁ କିଛି ନଥିବା ଲୋକ ପକ୍ଷରେ ସଂସାର ଶୂନ୍ୟ ବୋଲି ମନେହୁଏ । ସର୍ବବିଧ ଶୂନ୍ୟତାକୁ ଦାରିଦ୍ର୍ୟ କୁହାଯାଏ ।

 

ଅଦାତା ବଂଶ ଦୋଷେଣ କର୍ମ ଦୋଷୈଃ ଦରିଦ୍ରତା

ରୁଗ୍‍ଣତା ମାତୃଦୋଷେଣ ପିତୃଦୋଷେଣ ମୂର୍ଖତା । ୬ ।

 

ବଂଶ ଦୋଷରୁ ଲୋକ କୃପଣ ହୁଏ । କର୍ମ ଦୋଷରୁ ମଣିଷ ଦରିଦ୍ର ହୁଏ । ମାତୃ ଦୋଷରୁ ରୁଗ୍‍ଣ ଏବଂ ପିତୃଦୋଷରୁ ମୂର୍ଖ ହୁଏ ।

 

ଅଶୋଚ୍ୟଃ ନିର୍ଦ୍ଧନଃ ପ୍ରାଜ୍ଞୋଽଶୋଚ୍ୟଃ ପଣ୍ଡିତ ବାନ୍ଧବଃ

ଅଶୋଚ୍ୟ ବିଧବା ନାରୀ ପୁତ୍ର ପୌତ୍ର ପ୍ରତିଷ୍ଠିତା । ୭ ।

 

ଜ୍ଞାନୀଲୋକ ଧନ ହୀନ ହେଲେ ମଧ୍ୟ ଦୁଃଖ କରେନାହିବନ୍ଧୁ ଯଦି ପଣ୍ଡିତ ହୋଇଥାଏ ତେବେ ଚିନ୍ତା କରିବାର କୌଣସି କାରଣ ନାହିଁ । ଯେଉଁ ନାରୀର ପୁଅ ନାତି ସମାଜରେ ପ୍ରତିଷ୍ଠା ଲାଭ କରିଛନ୍ତି ସେ ବିଧବା ହେଲ ମଧ୍ୟ ଦୁଃଖ କରିବା ଉଚିତ ନୁହେଁ । କାରଣ ଏମାନେ ସମସ୍ତେ ହିଁ ସୁଖରେ ଜୀବନ କଟାଇ ଥାନ୍ତି ।

 

ଅତିଦର୍ପେ ହତାଲଙ୍କା ଅତିମାନେ ଚ କୌରବାଃ

ଅତିଦାନେ ବଳିର୍ବଦ୍ଧ ଅତି ସର୍ବତ୍ର ଗର୍ହିତମ୍ । ୮ ।

 

ରାବଣର ଅତିଶୟ ଅହଙ୍କାର ହେତୁ ସ୍ୱର୍ଣ୍ଣମୟୀ ଲଙ୍କା ଛାରଖାର ହୋଇଗଲା । ଅତ୍ୟଧିକ ଅଭିମାନ କରିବାରୁ କୌରବମାନେ ବିନାଶ ହେଲେ । ଅତିଦାନ କରିବା ହେତୁ ବଳି ରାଜାଙ୍କର ବନ୍ଧନ ଘଟିଥିଲା । ଅତିରୁ ଇତି ହୁଏ । ତେଣୁ ଅତି ସର୍ବତ୍ର ନିନ୍ଦନୀୟ ।

 

ଅବିଶ୍ରାମଂ ବହେଦ୍‍ଭାରଂ ଶୀତୋଷ୍ଣ ନ ଚ ବିନ୍ଦତି

ସନ୍ତୋଷସ୍ତୁ ତଥା ନିତ୍ୟଂ ତ୍ରୀତି ଶିକ୍ଷେକ ଗର୍ଦ୍ଧଭାତ୍ । ୯ ।

 

ଗଧଠାରୁ ତିନୋଟି ଗୁଣ ଶିକ୍ଷା କରିବା ଉଚିତ୍ । ତାହାହେଲେ ଅବିଶ୍ରାନ୍ତ ଭାବରେ ଭାର ବହନ କରିବା, ଶୀତ ଓ ଗ୍ରୀଷ୍ଣ ଜନିତ କଷ୍ଟକୁ ସହି ସର୍ବଦା ସନ୍ତୋଷରେ ରହିବା ।

 

ଅସନ୍ତୁଷ୍ଟା ଦ୍ୱିଜାଃ ନଷ୍ଠାଃ ସନ୍ତୁଷ୍ଟାଶ୍ଚୈବ ପାର୍ଥିବାଃ

ସଲଜ୍ଜା ଗଣିକା ନଷ୍ଟା ନିର୍ଲଜ୍ଜା ଶ୍ଚ କୁଳସ୍ତ୍ରୀୟଃ । ୧୦ ।

 

ବ୍ରାହ୍ମଣ ଅସନ୍ତୁଷ୍ଟ ହେଲେ ତାର ସମସ୍ତ ଉତ୍ତମ ଗୁଣ ନଷ୍ଟହୁଏ । ରାଜା ଅଳ୍ପରେ ସନ୍ତୁଷ୍ଟ ହେଲେ ତାଙ୍କର ଆର୍ଥିକ କ୍ଷତି ଘଟିଥାଏ । ବେଶ୍ୟାମାନେ ଲଜ୍ଜାକଲେ ସେମାନଙ୍କର ଜୀବିକା ବୁଡ଼ିଯାଏ । ଲଜ୍ଜା ନଥିବା କୂଳବଧୂର ସର୍ବନାଶ ଘଟେ

 

ଅକୁଳୀନସ୍ତୁ ଯୋରାଜା ମୂର୍ଖେ ପୁତ୍ରଶ୍ଚ ପଣ୍ଡିତଃ

ଅଧନଶ୍ଚ ଧନ୍ଂ ପ୍ରାପ୍ୟ ତୃଣବତ୍ ମନ୍ୟତେ ଜଗତ୍ । ୧୧ ।

 

ବଂଶ ମର୍ଯ୍ୟାଦା ନଥିବା ବ୍ୟକ୍ତି ରାଜାହୁଏ, ମୂର୍ଖ ଲୋକର ପୁତ୍ର ଯଦି ପଣ୍ଡିତ ହୁଏ ଓ ଧନହୀନ ବ୍ୟକ୍ତି ଯଦି ଆଶାତୀତ ଧନଲାଭ କରେ ତେବେ ସେମାନେ ମିଛ ଅଭିମାନରେ ଅନ୍ଧହୋଇ ଜଗତକୁ ତୃଣବତ୍ ମନେ କରିଥାନ୍ତି ।

 

ଅହିଂ ନୃପଂ ଚ ଶାର୍ଦ୍ଧୂଳଂ ବ୍ରୁଟିଂ ଚ ବାଳକଂ ତଥା

ପରଶ୍ୱାନଂ ଚ ମୂର୍ଖଂ ଚ ସପ୍ତସୁପ୍ତାନ ବୋଧୟେତ୍ । ୧୨ ।

 

ଚତୁର ବ୍ୟକ୍ତି, ସର୍ପ, ନୃପ, ବ୍ୟାଘ୍ର, ବିରୁଡ଼ି, ବାଳକ, ପରର କୁକୁର ଓ ମୂର୍ଖ ଲୋକ ଶୋଇଥିଲେ ତାଙ୍କୁ ଉଠାଇବାକୁ ଚାହେଁ ନାହିଁ ।

 

ଅସମ୍ଭବଂ ନ ବକ୍ତବ୍ୟଂ ପ୍ରତ୍ୟକ୍ଷଂ ଯଦି ଦୃଶ୍ୟତେ

ଶିଳା ତରତି ପାନୀୟଂ ଗୀତଂ ଗାୟତି ବାନରଃ । ୧୩ ।

 

ଅସମ୍ଭବ କଥା ସ୍ୱଚକ୍ଷୁରେ ଦେଖିଥିଲେ ମଧ୍ୟ କାହା ଆଗରେ କହିବା ଅନୁଚିତ । କାରଣ ପଥର ପାଣିରେ ଭାସୁଛି କିମ୍ବା ମାଙ୍କଡ଼ ଗୀତ ଗାଉଛି, ଏକଥା କହଲେ କିଏ ଅବା ବିଶ୍ୱାସ କରିବ ?

 

ଅନ୍ୟାୟୋପାର୍ଜିତଂ ଦ୍ରବ୍ୟ ଦଶବର୍ଷାଣି ତିଷ୍ଠତି

ପ୍ରାନ୍ତେ ଚୈକାଦଶେ ବର୍ଷେ ସମ୍ବଳଂ ଚ ବିନଶ୍ୟତି । ୧୪ ।

 

ଅନ୍ୟାୟ ଉପାୟରେ ଅର୍ଜିତ ଦ୍ରବ୍ୟ ଦଶବର୍ଷ ପାଇଁ ରହେ । କିନ୍ତୁ ପରେ ଏକାଦଶ ବର୍ଷରେ ମୂଳ ସହିତ ସମସ୍ତ ଦ୍ରବ୍ୟ ବିନାଶ ହୁଏ ।

 

ଅନଭ୍ୟାସେ ବିଷଂ ବିଦ୍ୟା ଅଜୀର୍ଣ୍ଣେ ଭୋଜନଂ ବିଷମ୍

ବିଷମ୍ ଗୋଷ୍ଠୀ ଦରିଦ୍ରସ୍ୟ ବୃଦ୍ଧସ୍ୟ ତରୁଣୀ ବିଷମ୍ । ୧୫ ।

 

ବିଦ୍ୟାକୁ ବାରମ୍ବାର ଅଭ୍ୟାସ ନକଲେ ତାହା ବିଷତୁଲ୍ୟ ମନେ ହୁଏ । ଅଜୀର୍ଣ୍ଣ ରୋଗୀ ପକ୍ଷରେ ଭୋଜନ ବିଷତୁଲ୍ୟ, ଦରିଦ୍ର ପକ୍ଷରେ ବହୁକୁଟୁମ୍ବ ବିଶିଷ୍ଟ ପରିବାର ଓ ବୃଦ୍ଧ ପକ୍ଷରେ ଯୁବତୀନାରୀ ବିଷତୁଲ୍ୟ ପ୍ରତୀତ ହୁଏ ।

 

ଅମ୍ଭାଂସି ଜଳ ଜନ୍ତୂନାଂ ଦୁର୍ଗୋ ଦୁର୍ଗନିବାସି ନାମ୍‍

ସ୍ୱଭୂମିଃ ଶ୍ୱାପଦାଦୀନାଂ ରାଜ୍ଞୋ ମନ୍ତ୍ରୀ ପରଂ ବଳମ୍୧୬

 

ଜଳଚର ଜୀବମାନଙ୍କ ପାଇଁ ଜଳ ହେଉଛି ଦୁର୍ଗ ତୁଲ୍ୟ । ଦୁର୍ଗରେ ବାସ କରୁଥିବା ଲୋକେ ଦୁର୍ଗକୁ ଆତ୍ମରକ୍ଷାର ସ୍ଥଳ ରୂପେ ଗ୍ରହଣ କରିଥାନ୍ତି । ଶ୍ୱାପଦମାନେ ନିଜର ବାସଭୂମିକୁ ଦୁର୍ଗବୋଲି ମନେକରନ୍ତି । କିନ୍ତୁ ମନ୍ତ୍ରୀ ରାଜାଙ୍କର ଶ୍ରେଷ୍ଠ ବଳରୂପେ ବିବେଚିତ ହୁଅନ୍ତି।

 

ଅବିଦ୍ୟଃ ପୁରୁଷଃ ଶୋଚ୍ୟଃ ଶୋଚ୍ୟଂ ମୈଥୁନପ୍ରଜମ୍

ନିରାହାରାଃ ପ୍ରଜାଃ ଶୋଚ୍ୟାଃ ଶୋଚ୍ୟଂ ରାଜ୍ୟମନାୟକମ୍ । ୧୭।

 

ପୁରୁଷ ବିଦ୍ୟା ଅର୍ଜନ ନକଲେ, ମୈଥୁନ ନିଷ୍ଫଳ ହେଲେ / ଅର୍ଥାତ ସନ୍ତାନ ଜାତ ନହେଲେ / ରାଜା ଥିବା ଦେଶରେ ପ୍ରଜା ଖାଇବାକୁ ନପାଇ ମୃତ୍ୟୁବରଣ କଲେ ଓ ରାଜ୍ୟରେ ଅରାଜକତା ଦେଖାଦେଲେ ଚିନ୍ତାର କାରଣ ହୋଇଉଠେ । କାରଣ ଏହାଦ୍ୱାରା ବ୍ୟକ୍ତି, ପରିବାର, ଜାତି ଓ ଦେଶ ସମସ୍ତେ ଦୁଃଖ ଏବଂ ଅଶାନ୍ତିର ସମ୍ମୁଖୀନ ହୁଅନ୍ତି ।

 

ଅନୃତଂ ସାହସଂ ମାୟା ମୂର୍ଖତ୍ୱମ୍ ଅତି ଲୋଭତା

ଅଶୌଚତ୍ୱଂ ନିର୍ଦୟତ୍ୱଂ ସ୍ତ୍ରୀଣାଂ ଦୋଷାଃ ସ୍ୱଭାବଜାଃ । ୧୮।    

 

ସାଧାରଣତଃ ମିଛ କହିବା, ଦୁଃସାହସ କରିବା, ଛଳନା, ମୂର୍ଖତା, ଅତିଲୋଭ, ଅଶୌଚ ଆଚରଣ, ନିର୍ଦୟତା ଆଦି ସ୍ତ୍ରୀଲୋକ ମାନଙ୍କର ସ୍ୱଭାବଜାତ ଦୋଷ ବୋଲି କୁହାଯାଇଛି ।

 

ଅନ୍ତଃସାର ବିହୀନାମ୍ ଉପଦେଶୋ ନ ଜାୟତେ

ମଳୟାଚଳ ସଂସର୍ଗାତ୍ ନ ବେଣୁଶ୍ଚନ୍ଦନାୟତେ । ୧୯।

 

ନିଜତ୍ୱ ନଥିବା ବ୍ୟକ୍ତି ପକ୍ଷରେ ଉପଦେଶ ମୂଲ୍ୟହୀନ । ଯେପରି ମଳୟ ପର୍ବତରୁ ପ୍ରବାହିତ ବାୟୁ ବାଉଁଶ ବୁଦାରୁ ଚନ୍ଦନର ସୁବାସ ସୃଷ୍ଟି କରିପାରେ ନାହିଁ ସେହିପରି ଉପଦେଶ ତାର କୌଣସି ଉପକାର କରିପାରେ ନାହିଁ ।

 

ଅନ୍ତର୍ଗତ ମଳୋ ଦୁଷ୍ଟସ୍ତୀର୍ଥସ୍ଥାନ ଶତୈରପି

ନଶୁଦ୍ଧ୍ୟତି ଯଥା ଭାଣ୍ଡଂ ସୁରୟା ଦାହିତଂ ଚ ଯତ୍ । ୨୦।

 

ସୁରା ବା ମଦ୍ୟ ପାତ୍ରକୁ ନିଆଁରେ ଦାହ କଲେ ତାହା ଯେପରି ଶୁଦ୍ଧ ହୁଏ ନାହିଁ ସେହିପରି ଖଳ ବ୍ୟକ୍ତି ଶହେ ତୀର୍ଥସ୍ଥାନ ଭ୍ରମଣ କଲେ ମଧ୍ୟ ତା’ର ଚରିତ୍ରରେ କୌଣସି ପରିବର୍ତ୍ତନ ହୁଏ ନାହିଁ ।

 

ଆକୃଷ୍ଟ ଫଳମୁଳାନି ବନବାସରତିଃ ସଦା

କୁରୁତେଽହରହଃ ଶ୍ରାଦ୍ଧମ୍ ଋଷିଃ ବିପ୍ରଃ ସ ଉଚ୍ୟତେ । ୨୧।

 

କୃଷି ହୋଇନଥିବା ଜମିରୁ ଫଳ ମୂଳ ଖାଇ ଯେ ସର୍ବଦା ବଣରେ ବାସକରନ୍ତି, ଅହରହ ଶ୍ରାଦ୍ଧ କରନ୍ତି । ସେହିପରି ବିପ୍ରଙ୍କୁ ଋଷି କୁହାଯାଏ ।

 

ଅଗ୍ନିରାପଃ ସ୍ତ୍ରୀୟା ମୂର୍ଖଃ ସର୍ପୋ ରାଜକୁଳାନି ଚ

ନିତ୍ୟଂ ଯତ୍ୱେନ ସେବ୍ୟାନି ସଦ୍ୟଃ ପ୍ରାଣହରାଣି ଷଟ୍ । ୨୨ ।

 

ଅଗ୍ନି, ଜଳ, ସ୍ତ୍ରୀ, ମୂର୍ଖ, ସର୍ପ ଓ ରାଜକର୍ମଚାରୀ ମାନଙ୍କୁ ଯତ୍ନ ସହକାରେ ଅର୍ଥାତ୍ ସାବଧାନତାର ସହିତ ସେବା କରିବା ଉଚିତ୍ । କାରଣ ଅସାବଧାନ ହେଲେ ଏହି ଛଅଟି ପ୍ରାଣ ବିନାଶର କାରଣ ହୋଇଥାନ୍ତି ।

 

ଅଯୁକ୍ତଂ ସ୍ୱାମିନୋ ଯୁକ୍ତଂ ଯୁକ୍ତଂ ନୀଚସ୍ୟ ଦୂଷଣମ୍

ଅମୃତଂ ରହ୍ୱେବ ମୃତ୍ୟୁର୍ବିଷଂ ଶଙ୍କର ଭୂଷଣମ୍ । ୨୩ ।

 

ଅଯୋଗ୍ୟ ପ୍ରଭୁଠାରେ ମୂଲ୍ୟବାନ ବସ୍ତୁ ମଧ୍ୟ ମୂଲ୍ୟହୀନ ହୋଇଥାଏ ଏବଂ ଯୋଗ୍ୟ ଲୋକଠାରେ ମୂଲ୍ୟହୀନ ବସ୍ତୁ ମଧ୍ୟ ମୂଲ୍ୟବାନ ହୋଇଥାଏ । ଯେପରି ଯେଉଁ ବିଷକୁ ପାନକରି ରାହୁ ମୃତ୍ୟୁବରଣ କରିଥିଲା ସେହି ବିଷକୁ ପାନକରି ଶିବଙ୍କର ଶରୀରର ଶୋଭା ବର୍ଦ୍ଧନ ହୋଇଥିଲା ।

 

ଆପଦାର୍ଥେ ଧନଂ ରକ୍ଷେଦ୍ଧାରାନ୍ ରକ୍ଷେଦ୍ଧନୈରପି

ଆତ୍ମାନଂ ସତତଂ ରକ୍ଷେଦ୍ଧା ରୈରପି ଧନୈରପି । ୨୪ ।

 

ବିପଦ ଆପଦ ପାଇଁ ଧନ ସଞ୍ଚୟ କରିବା ଉଚିତ । ଧନ ବିନିମୟରେ ପତ୍ନୀକୁ ରକ୍ଷା କରିବା ଉଚିତ । କିନ୍ତୁ ଆବଶ୍ୟକ ହେଲେ ପତ୍ନୀ ଧନ ବନିମୟରେ ନିଜକୁ ରକ୍ଷା କରିବା ଉତିତ ।

 

ଆପଦାଂ କଥିତଃ ପନ୍ଥା ଇନ୍ଦ୍ରିୟାଣାମ ସଂଯମଃ

ତଜ୍ଜୟଃ ସଂପଦାଂ ମାର୍ଗୋ ଯେନେଷ୍ଟଂ ତେନ ଗମ୍ୟତାମ୍ । ୨୫ ।

 

ଇନ୍ଦ୍ରିୟ ମାନଙ୍କୁ ସଂଯତ କରିବା ଉଚିତ । ଅସଂଗତ ଇନ୍ଦ୍ରିୟଗଣ ବିପଦର କାରଣ ହୋଇଥାନ୍ତି-। ତେଣୁ ଯେ ଅସଂଯତ ତା’ ଆଗରେ ବିପଦର ମାର୍ଗ ସ୍ୱତଃ ଉନ୍ମୋଚିତ ହୋଇଯାଏ । ଇନ୍ଦ୍ରିୟଗଣକୁ ସଂଯତ କରିପାରିଲେ ମଣିଷ ସୁଖ ସମ୍ପଦ ଲାଭ କରିଥାଏ । ସଂଯମ ଓ ଅସଂଯମ, ସୁଖ ଓ ଦୁଃଖର ମାର୍ଗ ରୂପେ ପରିଚିତ । ଏଥିରୁ ଯେଉଁ ମାର୍ଗରେ ଇଛା ସେହି ମାର୍ଗରେ ଯାଅ ।

 

ଆୟୁର୍ବେଦ କୃତାଭ୍ୟାସଃ ସର୍ବେଷାଂ ପ୍ରିୟଦର୍ଶନଃ

ଆର୍ଯ୍ୟଶୀଳଗୁଣୋ ପେତଃ ଏଷ ବୈଦ୍ୟୋବିଧୀୟତେ । ୨୬ ।

 

ଚିକିତ୍ସା ବିଦ୍ୟାରେ ଯେ ପ୍ରବୀଣ, ସମସ୍ତଙ୍କୁ ଯେ ସ୍ନେହ ଦୃଷ୍ଟିରେ ଦେଖନ୍ତି, ଯେ ଆର୍ଯ୍ୟ ସୁଲଭ ସ୍ୱଭାବ ଓ ଗୁଣ ସଂପନ୍ନ, ତାଙ୍କୁ ରାଜବୈଦ୍ୟ ପଦରେ ନିଯୁକ୍ତି ଦେବା ବାଞ୍ଛନୀୟ ।

 

ଆଜୀବନମ୍ ସ୍ୟାତ୍ ପ୍ରଣୟଃ କୋପସ୍ତତ କ୍ଷଣଭଙ୍ଗୁରଃ

ପରିତ୍ୟାଗଶ୍ଚ ନିଃସଙ୍ଗୋ ଭବନ୍ତି ହି ମହାତ୍ମାନାମ୍ । ୨୭ ।

 

ଆଜୀବନ ଯେ ପ୍ରୀତିକୁ ପାଳନ କରନ୍ତି, ଯାହାଙ୍କର କ୍ରୋଧ କ୍ଷଣସ୍ଥାୟୀ, ଯେ ତ୍ୟାଗୀ ଓ ନିଃସଙ୍ଗ, ତାଙ୍କୁ ମହାପୁରୁଷ କୁହାଯାଏ ।

 

ଆହାରଂ ଦ୍ୱିଗୁଣଂ ସ୍ତ୍ରୀଣାଂ ବୁଦ୍ଧିଃ ତାସାଂ ଚତୁର୍ଗୁଣା

ଷଡ଼ଗୁଣୋ ବ୍ୟବସାୟଶ୍ଚ କାମଶ୍ଚାଷ୍ଟ ଗୁଣଃ ସ୍ମୃତଃ । ୨୮ ।

 

ସ୍ତ୍ରୀ ମାନଙ୍କର ଆହାର ପୁରୁଷଙ୍କ ତଳନାରେ ଦୁଇଗୁଣ, ବୁଦ୍ଧି ତାଙ୍କର ଚାରିଗୁଣ, ବ୍ୟବସାୟ ବୁଦ୍ଧି ଛଅଗୁଣ ଓ କାମଶକ୍ତି ଆଠଗୁଣ ଅଧିକ ବୋଲି କୁହାଯାଏ ।

 

ଆୟୁଷଃ କ୍ଷଣ ଏକୋଽପି ନ ପୂର୍ଣ୍ଣ ସ୍ୱର୍ଣ୍ଣ କୋଟିଭିଃ

ସଚେତ୍ ନିରର୍ଥକଂ ନୀତାଃ କା ନୁ ହାନିସ୍ତ ତୋଽଧିକମ୍ । ୨୯ ।

 

ଜୀବନର ପ୍ରତିଟି ମୁହୂର୍ତ୍ତ ମୂଲ୍ୟବାନ ଓ ମହତ୍ତ୍ୱପୂର୍ଣ୍ଣ । ତେଣୁ ବୃଥାରେ ସମୟ ଅପଚୟ କରିବା ଅନୁଚିତ । କାରଣ କୋଟିଏ ସ୍ୱର୍ଣ୍ଣମୁଦ୍ରା ଦେଲେବି ତାହା ଫେରିଆସେ ନାହିଁ । ମୂଲ୍ୟବାନ ସମୟକୁ ଅଯଥାରେ ନଷ୍ଟ କଲାପରି କ୍ଷତିଠାରୁ ଜୀବନରେ ଆଉ ଅଧିକ କ୍ଷତି କଣ ଅଛି ?

 

ଆପ୍ତଦୋଷାଦ୍ ଭବେତ୍ ମୃତ୍ୟୁଃ ପରଦ୍ୱେଷାତ୍ ଟନକ୍ଷୟଃ

ରାଜଦୋଷାଦ୍ ଭବେନ୍ନାଶୋ ବ୍ରହ୍ମ ଦୋଷାତ୍ କୁଳକ୍ଷୟଃ । ୩୦ ।

 

ସିଦ୍ଧ ଲୋକମାନଙ୍କ ସହିତ ଶତ୍ରୁତାରୁ ମୃତ୍ୟୁ, ଅନ୍ୟ ସହିତ ଶତ୍ରୁତାରୁ ଧନକ୍ଷୟ, ରାଜାଙ୍କ ସହିତ ଶତ୍ରୁତା କଲେ ବିନାଶ ଓ ବ୍ରହ୍ମଜ୍ଞାନୀଙ୍କ ସହ ଦ୍ରୋହ ଆଚରଣ କଲେ କୁଳନାଶ ହୋଇଥାଏ

 

ଆତ୍ମାପରାଧ ବୃକ୍ଷସ୍ୟ ଫଳାନ୍ୟେତାନି ଦେହିନାମ୍

ଦାରିଦ୍ର୍ୟ ଦୁଃଖ ରୋଗାଣି ବନ୍ଧନବ୍ୟସନାନି ଚ । ୩୧ ।

 

ନିଜର କର୍ମଫଳ ହେତୁ ଦରିଦ୍ରତା, ରୋଗ, ଦୁଃଖ, ବନ୍ଧନ ଓ ବିପତ୍ତି ମିଳିଥାଏ । ତେଣୁ କରୁଥିବା କର୍ମ ପ୍ରତି ସର୍ବଦା ସଚେତନଶୀଳ ହେବା ଉଚିତ ।

 

ଇଙ୍ଗିତାକାର ତତ୍ତ୍ୱଜ୍ଞୋ ବଳବାନ ପ୍ରିୟଦର୍ଶନଃ

ସମଯଜ୍ଞଃ ସ୍ୱାମୀଭକ୍ତଃ ପ୍ରତିହାରୀ ସ ଇଷ୍ୟତେ । ୩୨ ।

 

ସୂଚନା ଦେବାମାତ୍ରେ ଯେ କଥାର ମର୍ମ ବୁଝିପାରେ, ଯେ ପରାକ୍ରମଶାଳୀ, ସୌନ୍ଦର୍ଯ୍ୟ ମଣ୍ଡିତ, କର୍ତ୍ତବ୍ୟ ପରାୟଣ ଓ ପ୍ରଭୁଭକ୍ତ ସେ ପ୍ରତିହାରୀ ପଦପାଇଁ ଯୋଗ୍ୟ ଅଟେ ।

 

ଉପକାର ଗୃହୀତେନ ଶତ୍ରୁଣା ଶତ୍ରୁମୁଦ୍ଧରେତ୍

ପାଦଲଗ୍ନଂ କରସ୍ଥେନ କଣ୍ଟକେନେବ କଣ୍ଟକେମ୍ । ୩୩ ।

 

ପାଦରେ ପଶି ଯାଇଥିବା କଣ୍ଟାକୁ ଯେପରି ଅନ୍ୟଏକ କଣ୍ଟା ଦ୍ୱାରା ବାହାର କରାଯାଏ, ସେହିପରି ଉପକାର ଦ୍ୱାରା ଅନ୍ୟର ଶତ୍ରୁକୁ ବଶୀଭୂତ କରି ତାହାରି ସାହାଯ୍ୟରେ ଆପଣାର ଶତ୍ରୁକୁ ନିପାତ କରିବା ଉଚିତ ।

 

ଉତ୍ସବେ ବ୍ୟସନେ ଚୈବ ଦୁର୍ଭିକ୍ଷେ ରାଷ୍ଟ୍ରବିପ୍ଳବେ

ରାଜଦ୍ୱାରେ ଶ୍ମଶାନେ ଚ ଯସ୍ତିଷ୍ଠତି ସ ବାନ୍ଧବଃ । ୩୪ ।

 

ଉତ୍ସବ, ବିପଦ, ଦୁର୍ଭିକ୍ଷ, ଦେଶରେ ବିପ୍ଳବ ସମୟରେ ତଥା ରାଜଦ୍ୱାର ଓ ଶ୍ମଶାନରେ ଯେଉଁ ବନ୍ଧୁ ପାଖରେ ଥାଏ ତାକୁ ପ୍ରକୃତ ବନ୍ଧୁ କୁହାଯାଏ ।

 

ଋଣଶେଷଶ୍ଚାଗ୍ନିଶେଷୋ ବ୍ୟାଥିଶେଷସ୍ତଥୈବ ଚ

ପୁନଶ୍ଚ ବର୍ଦ୍ଧତେ ଯସ୍ମାତ୍ତସ୍ମାଚ୍ଛେଷଂ ନ ରକ୍ଷୟେତ୍ । ୩୫ ।

 

ଋଣକୁ ସମ୍ପୁର୍ଣ୍ଣ ପରିଶୋଧ କରିବା ଉଚିତ । ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଦେବା ଏବଂ ରୋଗ ମୁକ୍ତ ହେବା ଆବଶ୍ୟକ । କାରଣ ଋଣ, ଅଗ୍ନି ଓ ବ୍ୟାଧିର ଅବଶେଷ ରହିଲେ ତାହା ପୁଣି ବଢ଼ିଯାଏ ।

 

ଋଣକର୍ତ୍ତା ପିତା ଶତ୍ରୁଃ ମାତା ଚ ବ୍ୟଭିଚାରିଣୀ

ଭାର୍ଯ୍ୟା ରୂପବତୀ ଶତ୍ରୁଃ ପୁତ୍ରଃ ଶତ୍ରୁରପଣ୍ଡିତଃ । ୩୬

 

ଋଣ କରିଥିବା ପିତା, ବ୍ୟଭିଚାରିଣୀ ମାଆ, ସୁନ୍ଦରୀ ସ୍ତ୍ରୀ ଓ ମୂର୍ଖ ପୁତ୍ର ଶତ୍ରୁ ରୂପେ ବିବେଚିତ ହୁଅନ୍ତି । କାରଣ ଏମାନେ ସବୁବେଳେ ଜୀବନକୁ ଦୁଃଖିତ, କଳଙ୍କିତ ଓ ଦୁଃସହ କରିଥାନ୍ତି ।

 

ଏକେନାପି ସୁବୃକ୍ଷେଣ ପୁଷ୍ପିତେନ ସୁଗନ୍ଧିନା

ବାସିତମ୍ ତଦବନଂ ସର୍ବଂ ସୁପୁତ୍ରେଣ କୁଳଂ ଯଥା । ୩୭ ।

 

ସୁଗନ୍ଧ ପୁଷ୍ପଯୁକ୍ତ ଗୋଟିଏ ବୃକ୍ଷଦ୍ୱାରା ସମଗ୍ର ବନଭୂମି ସୁବାସିତ ହେଲାପରି ଏକମାତ୍ର ସୁପୁତ୍ର ଦ୍ୱାରା କୁଳ ଉଜ୍ଜ୍ୱଳ ହେବା ସଙ୍ଗେ ସଙ୍ଗେ ମାତା, ପିତା ତଥା ବଂଶର ଗୌରବ ବୃଦ୍ଧିହୁଏ ।

 

ଏକେନାପି କୁବୃକ୍ଷେଣ କୋଟରସ୍ଥେନ ବହ୍ନିନା

ଦହ୍ୟତେ ତଦବନଂ କୁପୁତ୍ରେଣ କୁଳଂ ଯଥା । ୩୮ ।

 

ଗୋଟିଏ ମନ୍ଦ ଗଛର କୋରଡ଼ରେ ଥିବା ଅଗ୍ନିଦ୍ୱାରା ସାରା ବଣ ଭୂଇଁପୋଡ଼ି ପାଉଁଶ ହେବାପରି, ଏକମାତ୍ର କୁପୁତ୍ର ଦ୍ୱାରା ବଂଶର ପ୍ରତିଷ୍ଠା ଧ୍ୱଂସ ହୋଇଯାଏ ।

 

ଏକାକ୍ଷର ପ୍ରଦାତାରଂ ଯୋଗ ଗୁରୁଂ ନାଭିବିନ୍ଦତେ

ଶ୍ୱାନ ଯୋନିଶତଂ ଭୁକ୍ତା ଚାଣ୍ଡାଳେଷୁ ଅଭିଜାୟତେ । ୩୯ ।

 

ଗୋଟିଏ ମାତ୍ର ଅକ୍ଷର ଶିକ୍ଷା ଦେଲେ ମଧ୍ୟ ଜଣେ ଗୁରୁ ପଦବାଚ୍ୟ ଅଟେ । ସେପରି ଗୁରୁଙ୍କୁ ଯିଏ ଭକ୍ତି ନକରେ, ସେ ବ୍ୟକ୍ତି ଶହେଥର କୁକୁର ଯୋନିରେ ଜନ୍ମନିଏ ଏବଂ ଘୃଣାର ପାତ୍ର ହୋଇଥାଏ ।

 

ଏକାହାରେଣ ସନ୍ତୁଷ୍ଟଃ ଷଟକର୍ମ ନିରତ ସ୍ତଦା

ଋତୁ କାଳାଭିଗାମୀ ଚ ସ ବିପ୍ରୋ ଦ୍ୱିଜ ଉଚ୍ୟତେ । ୪୦ ।

 

ଦିନକୁ ଥରେ ମାତ୍ର ଭୋଜନ କରୁଥିବା, ସର୍ବଦା ନିଜର ଷଡ଼କର୍ମ ଯଥା-ପଠନ, ପାଠନ, ଯଜନ, ଯାଜନ, ଦାନ ଗ୍ରହଣ ଓ ପ୍ରଦାନ କରୁଥିବା ଏବଂ ଋତୁ କାଳରେ ସହବାସ କରୁଥିବା ବ୍ରାହ୍ମଣ ହିଁ ଦ୍ୱିଜ କୁହାଯାଏ ।

 

ଏକୋଦର ସମୁଦଭୂତା ଏକ ନକ୍ଷତ୍ର ଜାତକାଃ

ନ ଭବନ୍ତି ସମାଃ ଶୀତଳ ଯଥା ବଦରି କଣ୍ଟକାଃ । ୪୧ ।

 

ସମସ୍ତଙ୍କର ଆଚରଣ ଭିନ୍ନ ଭିନ୍ନ । ଜଣକର ଆଚରଣ ସହିତ ଅନ୍ୟ ଜଣକର ଆଚରଣ ସମାନ ହୁଏ ନାହିଁ । ଏପରିକି ଗୋଟିଏ ଗର୍ଭରୁ ଓ ଗୋଟିଏ ନକ୍ଷତ୍ରରେ ଜନ୍ମ ହେଲେ ମଧ୍ୟ ଦୁହିଁଙ୍କର ଆଚରଣ ଏକ ହୁଏ ନାହିଁ , ଯେପରି ବରକୋଳି ଗଛରେ ଥିବା କଣ୍ଟାସବୁ ସମାନ ହୋଇନଥାନ୍ତି ।

 

କିଂ କୁଳେନ ବିଶାଳେନ ଗୁଣହୀନସ୍ତୁ ଯୋ ନରଃ

ଅକୁଳୀନୋଽପି ଶାସ୍ତ୍ରଜ୍ଞୋ ଦୈବ ତେରପି ପୂଜ୍ୟତେ । ୪୨ ।

 

ଉଚ୍ଚ କୁଳରେ ଜାତ ହୋଇ ଗୁଣହୀନ ହେଲେ ଲାଭ କଣ ? କିନ୍ତୁ ନୀଚ କୁଳରେ ଜନ୍ମ ହୋଇଥିଲେ ମଧ୍ୟ ଗୁଣୀଲୋକକୁ ଦେବତାମାନେବି ପୂଜା କରନ୍ତି ।

 

କି ଦେଶଂ ଚ କୁବୃତ୍ତିଂ ଚ କୁ ଭାର୍ଯ୍ୟାଂ କୁ ନଦୀ ତଥା

କୁ ଦ୍ରବ୍ୟଂ ଚ କୁଭୋଜ୍ୟଂ ଚ ବର୍ଜୟେତୁ ବିଚକ୍ଷଣଃ । ୪୩ ।

 

ବୁଦ୍ଧିମାନ ଲୋକେ ମନ୍ଦ ଦେଶ, ମନ୍ଦବୃତ୍ତି, ଦୁଷ୍ଟା ଭାର୍ଯ୍ୟା, କୁ ନଦୀରେ ସ୍ନାନ, କୁତ୍ସିତ ବସ୍ତୁ ଗ୍ରହଣ ଓ ଭୋଜନ ପରିତ୍ୟାମ କରିଥାନ୍ତି । କାରଣ ଏହାଦ୍ୱାରା କେତେବେଳେ ଯେ ପ୍ରାଣ ଯିବ କହିହେବ ନାହିଁ ।

 

କୋକିଳାନଂ ସ୍ୱରୋ ରୂପଂ ନାରୀରୂପଂ ପତିବ୍ରତା

ବିଦ୍ୟାରୂପଂ କୁରୂପାଣାଂ କ୍ଷମାରୂପଂ ତପସ୍ୱୀନାମ୍ । ୪୪ ।

 

କୋଇଲି ଅସୁନ୍ଦର ହେଲେବି ସୁମଧୁର ସ୍ୱର ତା’ର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସେହିପରି ପତିବ୍ରତା ଧର୍ମ ନାରୀର, ବିଦ୍ୟା ଅସୁନ୍ଦର ବ୍ୟକ୍ତିର ଏବଂ କ୍ଷମା ଗୁଣ ତପସ୍ୱୀ ମାନଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ତେଣୁ ବାହ୍ୟ ରୂପ ମୂଲ୍ୟହୀନ । କାରଣ, ଗୁଣ ହିଁ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ସମୃଦ୍ଧ କରିଥାଏ ।

 

କଷ୍ଟା ବୃତ୍ତିଃ ପରାଧୀନା କଷ୍ଟୋ ବାସୋ ନିରାଶ୍ରୟଃ

ନିର୍ଦ୍ଧନୋ ବ୍ୟବସାୟଶ୍ଚ ସର୍ବ କଷ୍ଟା ଦରିଦ୍ରତା । ୪୫ ।

 

ପରାଧିନ ହୋଇ ଜୀବିକା ଅର୍ଜନ କରିବା ଅତ୍ୟନ୍ତ କଷ୍ଟସାଧ୍ୟ । ନିରାଶ୍ରୟ ହୋଇ ବାସକରିବା କଷ୍ଟକର । ନିର୍ଦ୍ଧନ ବ୍ୟକ୍ତି ପକ୍ଷରେ ବ୍ୟବସାୟ କରିବା ଆହୁରି କଷ୍ଟକର । କିନ୍ତୁ ଦାରିଦ୍ର୍ୟ ଜୀବନ ସବୁଠାରୁ କଷ୍ଟକର ।

 

କୋଽତିଭାରଃ ସମର୍ଥାନାଂ କିଂ ଦୂରଂ ବ୍ୟବସାୟିନାମ୍

କୋ ବିଦେଶଃ ପ୍ରବିଦ୍ୟାନାଂ କଃ ପର ପ୍ରିୟବାଦିନାମ୍ । ୪୬ ।

 

ସାମର୍ଥ୍ୟ ବ୍ୟକ୍ତି ପକ୍ଷରେ ଭାର ଉତ୍ତୋଳନ କଷ୍ଟ ସାଧ୍ୟ ନୁହେଁ । ବ୍ୟବସାୟୀ ପକ୍ଷରେ ଦୂରସ୍ଥାନ କିଛି ନୁହେଁ । ପଣ୍ଡିତ ଲୋକେ ଦେଶ ବିଦେଶରେ ଚଳିବାରେ କଷ୍ଟ ଅନୁଭବ କରନ୍ତି ନାହିଁ । ମଧୁର ଓ ପ୍ରିୟକଥା କହୁଥିବା ବ୍ୟକ୍ତି ପକ୍ଷରେ କେହି ପରନୁହନ୍ତି ।

 

କୂପୋଦକଂ ବଟଚ୍ଛାୟା ଶ୍ୟାମ ସ୍ତ୍ରୀ ଚେଷ୍ଟ କାଳୟଃ

ଶୀତକାଳେ ଭବେଦୁଷ୍ଣଂ ଗ୍ରୀଷ୍ଣକାଳେ ଚ ଶୀତଳମ୍ । ୪୭ ।

 

କୂପଜଳ, ବରଗଛର ଛାଇ, ଯୁବତୀ ସ୍ତ୍ରୀ ଓ ଇଟା ତିଆରି ଘର ଶୀତଳ କାଳରେ ଉଷ୍ଣ ଓ ଗ୍ରୀଷ୍ଣ କାଳରେ ଶୀତଳ ଅନୁଭୂତ ହୁଏ ।

 

କୁଳଶୀଳଗୁଣୋପେତଃ ସର୍ବଧର୍ମ ପରାୟଣଃ

ପ୍ରବୀଣଃ ପ୍ରେଷଣାଧ୍ୟକ୍ଷୋ ଧର୍ମାଧ୍ୟ ଯୋ ବିଧୀୟତେ । ୪୮ ।

 

ସବୁଲୋକ ଧର୍ମାଧ୍ୟକ୍ଷ ବା ବିଚାରପତି ହୋଇପାରିବେ ନାହିଁ । ସାଧାରଣ କର୍ମଚାରୀଙ୍କ ତୁଳନାରେ କେତେକ ସ୍ୱତନ୍ତ୍ର ଗୁଣ ଓ ଦକ୍ଷତା ଥିବା ବ୍ୟକ୍ତି ବିଚାରପତି ହେବା ଉଚିତ । ଯେ ବିଚାରପତି ହେବେ ସେ କୁଳୀନ, ସତ୍ ସ୍ୱଭାବ ସମ୍ପନ୍ନ ଗୁଣୀ, ଲୋକଧର୍ମ, ସାମଜ ଧର୍ମ, ବର୍ଣ୍ଣାଶ୍ରମ ପ୍ରଭୃତି ବିଷୟରେ ଅଭିଜ୍ଞ ହେବା ଆବଶ୍ୟକ ।

 

କିଂକରିଷ୍ୟତି ବକ୍ତାଚ ଶ୍ରୋତା ଯତ୍ର ନ ବିଦ୍ୟତେ

ନଗ୍ନ-କ୍ଷପଣକେ ଦେଶେ ରଜକଃ କିଂ କରିଷ୍ୟତି । ୪୯ ।

 

ଯେଉଁଠାରେ ଶ୍ରୋତା ନଥାନ୍ତି ସେଠାରେ ବକ୍ତା ବା କ’ଣ କରିବ । ଯେଉଁ ଦେଶରେ ଲୋକେ ଲଙ୍ଗଳା ସନ୍ୟାସୀ ପରି ଜୀବନଯାପନ କରନ୍ତି ସେଠାରେ ରଜକର ବା ପ୍ରୟୋଜନ କଣ ? ତେଣୁ ଶ୍ରୋତା ବିନା ବକ୍ତା ଓ ବସ୍ତ୍ର ବିନା ରଜକର କୌଣସି ପ୍ରୟୋଜନ ନାହିଁ ।

 

କିଂ ତୟା ତ୍ରିୟତେ ଧେନ୍ୱା ଯାନ ଦୋଗଧୀ ନା ଗର୍ଭଣୀ

କୋଽର୍ଥଃପୁତ୍ରେଣ ଜାତେନ ଯେ ନ ବିଦ୍ୱାନ ନ ଭକ୍ତିମାନ୍ । ୫୦ ।

 

ଦୁଗ୍‍ଧ ପ୍ରଦାନ କରିପାରୁ ନଥିବା ଓ ଗର୍ଭ ଧାରଣ କରିପାରୁ ନଥିବା ଗାଈରେ କି ପ୍ରୟୋଜନ-? ଯେଉଁ ପୁତ୍ର ଭକ୍ତିଭାବହୀନ ସେପରି ପୁତ୍ରର ଜନ୍ମ ହେବାରେ କି ଲାଭ ?

 

କାମଧେନୁ ଗୁଣା ବିଦ୍ୟା ହ୍ୟକାଳେ ଫଳଦାୟିନୀ

ପ୍ରବାସେ ମାତୃ ସଦୃଶୀ ବିଦ୍ୟା ଗୁପ୍ତଂ ଧନଂ ସ୍ମୃତମ୍ । ୫୧ ।

 

କାମଧେନୁ ସକଳ ଅଭୀଷ୍ଟ ପୂରଣ କରିବା ପରି ବିଦ୍ୟା ସବୁକିଛି ଲାଭ କରିବାରେ ସାହାଯ୍ୟ କରିଥାଏ । ବିଦେଶରେ ଥିବା ସମୟରେ ବିଦ୍ୟା ମାତାପରି ସହାୟ ହୁଏ । ତେମୁ ବିଦ୍ୟା ଗୁପ୍ତଧନ ଅଟେ ।

 

କାଳଃ ପଚତି ଭୂତାନି କାଳଃ ସଂହରତେ ପ୍ରଜାଃ

କାଳଃ ସୁପ୍ତେଷୁ ଜାଗର୍ତ୍ତି କାଳୋହି ଦୁରତି କ୍ରମଃ । ୫୨ ।

 

କାଳ ସର୍ବଶକ୍ତି ମାନ । ସଂସାରର ସମସ୍ତ ବସ୍ତୁକୁ, ସେ କବଳିତ କରେ । କାଳ ପ୍ରାଣୀମାନଙ୍କୁ ବିନାଶ କରେ । କାଳ ସର୍ବଦା ଜାଗ୍ରତଥାଏ, ଏପରିକି ସମସ୍ତେ ସମୟରେ ମଧ୍ୟ କାଳକୁ ନିୟନ୍ତ୍ରିଣ କରିବା ସମ୍ଭବ ନୁହେଁ ।

 

କବୟଃ କିଂ ନ ପଶ୍ୟନ୍ତି କିଂ ନ କୁର୍ବନ୍ତି ଯୋଷିତଃ

ମଦ୍ୟାପାଃ କିଂ ନ ଜଶ୍ପନ୍ତି କିଂ ଖାଦନ୍ତି ବାୟସାଃ । ୫୩ ।

 

କବିମାନେ କଣ ନ ଦେଖନ୍ତି, ନାରୀମାନେ କଣ ବା ନକରି ପାରନ୍ତି । ମଦ୍ୟପମାନଙ୍କ କଥାରେ ଶାଳୀନତା ନଥାଏ । ସେମାନେ ମନଇଛା ଗପି ଚାଲନ୍ତି । କୂଆମାନେ ସବୁକିଛି ଖାଇଥାନ୍ତି ।

 

କାମକ୍ରୋଧୌ ତତା ଲୋଭଂ ସ୍ୱାଦୁ ଶୃଙ୍ଖାର କୌତୁକେ

ଅତିନିଦ୍ରାତି ସେବେଚ ବିଦ୍ୟାର୍ଥୀ ହ୍ୟଷ୍ଟ ବର୍ଜୟେତ୍ । ୫୪ ।

 

କାମ, କ୍ରୋଧ, ଲୋଭ, ସାଦିଷ୍ଟ ପଦାର୍ଥ ଖାଇବାର ଇଚ୍ଛା, ଶୃଙ୍ଖାର, କୌତୁକ, ଅତିନିଦ୍ରା ଓ ତୋଷାମଦ-ଏହି ଅଷ୍ଟ କାର୍ଯ୍ୟ ବିଦ୍ୟାର୍ଥୀମାନେ ବର୍ଜନ କରିବା ଉଚିତ ।

 

ଖନିତ୍ୱା ହି ଖନିତ୍ରେଣ ଭୂତଳେ ବାରି ବିନ୍ଦତି

ତଥା ଗୁରୁଗତାଂ ବିଦ୍ୟାଂ ଶୁଶ୍ରୁଷୁଃ ଅଧିଗଚ୍ଛତି । ୫୫ ।

 

ଖଣତି ବା ଶାବଳରେ ମାଟି ଖୋଳିଲେ ମନୁଷ୍ୟ ଜଳସ୍ତର ପର୍ଯ୍ୟନ୍ତ ଯାଇପାରେ । ଅର୍ଥାତ୍ ମଣିଷ ମାଟିଖୋଳି ଯେତେବେଳେ ପାଣି ଥିଲେ ମଧ୍ୟ ତା’କୁ ବ୍ୟବହାର କରିପାରେ । ସେହିପରି ଗୁରୁସେବା ଶିକ୍ଷା ସହିତ ମିଳିତ ହେଲେ ଶିଷ୍ୟ ପ୍ରକୃତ ଜ୍ଞାନ ଲାଭ କରିପାରେ ।

 

ଗତେ ଶୋକେନ କର୍ତ୍ତବ୍ୟୋ ଭବିଷ୍ୟଂ ନୌବ ଚିନ୍ତୟେତେ

ବର୍ତ୍ତମାନେନ କାଳେନ ପ୍ରବର୍ତ୍ତନ୍ତେ ବିଚକ୍ଷଣାଃ । ୫୬ ।

 

ବିଜ୍ଞଲୋକେ ସର୍ବଦା ବର୍ତ୍ତମାନ କାଳର ଆବଶ୍ୟକତାକୁ ଦୃଷ୍ଟିଦେଇ କାର୍ଯ୍ୟ କରନ୍ତି । ସେମାନଙ୍କ ମତରେ ଗତକଥା ଭାବି ଦୁଃଖ କରିବା ଉଚିତ ନୁହେଁ କି ଭବିଷ୍ୟତ କଥା ଅଯଥା ଚିନ୍ତାକରି ସମୟ ନଷ୍ଟ କରିବା ଉଚିତ ନୁହେଁ ।

 

ଗୁରୁଃ ଅଗ୍ନିଃ ଦ୍ୱିଜାତୀନାଂ ବର୍ଣ୍ଣାନଂ ବ୍ରାହ୍ମଣୋ ଗୁରୁଃ

ପତିରେକୋ ଗୁରୁଃ ସ୍ତ୍ରୀଣାଂ ସର୍ବସ୍ୟାଭ୍ୟା ଗତୋ ଗୁରୁଃ । ୫୭ ।

 

ବ୍ରାହ୍ମଣର ଗୁରୁ ଅଗ୍ନି, ସମସ୍ତ ଜାତିର ଗୁରୁ ବ୍ରାହ୍ମଣ, ନାରୀର ଗୁରୁ ତାର ସ୍ୱାମୀ ଓ ଅତିଥି ସମସ୍ତଙ୍କର ଗୁରୁ ଅଟନ୍ତି ।

 

ଗୁଣୋ ଭୂଷୟତେ ରୂପଂ ଶୀଳଂ ଭୂଷୟତେ କୁଳମ୍

ସିଦ୍ଧିର୍ଭୂଷୟତେ ବିଦ୍ୟା ଭୋଗୋ ଭୂଷୟତେ ଧନମ୍ । ୫୮ ।

 

ଗୁଣ ରୂପର ମର୍ଯ୍ୟଦା ବଢ଼ାଏ, ସ୍ୱଭାବ ବଂଶର କୀର୍ତ୍ତି ସିଦ୍ଧିଦ୍ୱାର ବିଦ୍ୟାର ମହତ୍ତ୍ୱ ଓ ଭୋଗ ଦ୍ୱାରା ଧନର ମର୍ଯ୍ୟାଦା ବୃଦ୍ଧି ହୋଇଥାଏ ।

 

ଗୂଢ଼ଂ ମୈଥୁନଧର୍ମଂ ଚ କାଳେ କାଳେ ସଂଗ୍ରହମ

ଅପ୍ରମାଦମନାଳସ୍ୟଂ ଚତୁଃ ଶିକ୍ଷେଚ୍ଚ ବାୟସାତ୍ । ୫୯ ।

 

କାକଠାରୁ ଚାରୋଟି ଗୁଣ ଶିଖିବାର ଅଛି । ତାହାହେଲା, ଗୋପନରେ ସହବାସ, ସର୍ବଦା ସଞ୍ଚୟ ମନେବୃତ୍ତି, ସର୍ବଦା ସତର୍କ ରହିବା ଓ ଆଳସ୍ୟ ପରିତ୍ୟାଗ ।

 

ଗୃହାସକ୍ତସ୍ୟ ନୋ ବିଦ୍ୟା ନୋ ଦୟା ମାଂସ ଭୋଜିନଃ

ଦ୍ରବ୍ୟ ଲୁବ୍‍ଧସ୍ୟ ନୋ ସତ୍ୟଂ ସ୍ତ୍ରୈଣସ୍ୟ ନ ପବିତ୍ରତା । ୬୦ ।

 

ସର୍ବଦା ଗୃହପ୍ରତି ଆକୃଷ୍ଟ ବ୍ୟକ୍ତିଠାରେ ବିଦ୍ୟା, ମାଂସ ଖାଉଥିବା ଲୋକଠାରେ ଦୟା, ଲୋଭି ପକ୍ଷରେ ସତ୍ୟ କହିବା ଓ କାମୁକ ବ୍ୟକ୍ତିଠାରେ ପବିତ୍ରତା ଦେଖାଯାଏ ନାହିଁ ।

 

ଘୃତକୁମ୍ଭ ସମା ନାରୀ ତପ୍ତାଙ୍ଗାର ସମଃ ପୁମାନ୍

ତସ୍ମାତ୍ ଘୃତମ୍ ଚ ବହ୍ନିଂ ଚ ନୈକତ୍ର ସ୍ଥାପୟେଦ୍ ବୁଧଃ । ୬୧ ।

 

ନାରୀକୁ ଘୃତପୂର୍ଣ୍ଣ କୁମ୍ଭ ଓ ପୁରୁଷକୁ ଜଳନ୍ତା ଅଙ୍ଗାର ସହ ତୁଳନା କରାଯାଏ । ଘିଅକୁ ନିଆଁ ପାଖରେ ରଖିଲେ ତାହା ତରଳିଯାଏ । ତେଣୁ ନାରୀ ଓ ପୁରୁଷକୁ ଏକତ୍ର ଏବଂ ଏକାନ୍ତରେ ରଖିବା ଅନୁଚିତ୍

 

ଚଳତ୍ୟେଜେନ ପାଦେନ ତିଷ୍ଠ ତ୍ୟେକେନ ବୁଦ୍ଧିମାନ୍

ମା ସମୀକ୍ଷ୍ୟ ପରଂ ସ୍ଥାନଂ ପୂର୍ବମାୟତନଂ ତ୍ୟଜେତ୍ । ୬୨ ।

 

ବୁଦ୍ଧିମାନ୍ ବ୍ୟକ୍ତି ଗୋଟିଏ ପାଦ ପୂର୍ବସ୍ଥାନରେ ରଖି ଅନ୍ୟ ପାଦଟିକୁ ଆଗକୁ ବଢ଼ାଇଥାଏ । ସେହିପରି ଅନ୍ୟ ଆଶ୍ରୟ ସ୍ଥାନ ନଦେଖି ପୂର୍ବ ଆଶ୍ରିତ ସ୍ଥାନକୁ ତ୍ୟାଗ କରିବା ଅନୁଚିତ୍ ଯେ ଏପରି କରେ ସେ ନିଶ୍ଚିତ ସମସ୍ୟାର ସମ୍ମିଖୀନ ହୁଏ ।

 

ଚିନ୍ତାଜ୍ୱରୋ ମନୁଷ୍ୟାଣାଂ ବସ୍ତ୍ରାଣାମା ତପୋ ଜ୍ୱରଃ

ଅସୌଭାଗ୍ୟ ଜ୍ୱରଃ ସ୍ତ୍ରୀଣାଂ ଅଶ୍ୱାନାଂ ବନ୍ଧନଂ ଜ୍ୱରଃ । ୬୩ ।

 

ମଣିଷର ଚିନ୍ତା, ବସ୍ତ୍ରର ଖରା, ନାରୀର ବୈଧବ୍ୟ ଓ ଅଶ୍ୱର ବନ୍ଧନକୁ ଜ୍ୱର ସହିତ ତୁଳନା କରାଯାଏ । କାରଣ ଚିନ୍ତାଦ୍ୱାରା ମଣିଷର, ଖରାଦ୍ୱାରା ବସ୍ତ୍ରର, ସ୍ୱାମୀର ମୃତ୍ୟୁ ଦ୍ୱାରା ନାରୀର ଓ ବନ୍ଧନ ଦ୍ୱାରା ଅଶ୍ୱର କ୍ଷତି ଘଟିଥାଏ ।

 

ଜୀର୍ଣ୍ଣମନ୍ନଂ ପ୍ରଶଂସନ୍ତି ଭାର୍ଯ୍ୟାଂ ଚ ଗତ ଯୌବନମ୍

ରଣାତ୍ ପ୍ରତ୍ୟାଗତଂ ଶୂରଂ ଶସ୍ୟଂ ଚ ଗୃହମାଗତମ୍ । ୬୪ ।

 

ଭୋଜନ ପରେ ଯେଉଁ ଅନ୍ନ ସହଜରେ ହଜମ ହୁଏ ଲୋକେ ତାକୁ ଉତ୍ତମ ଅନ୍ନ କହି ପ୍ରଶଂସା କରିଥାନ୍ତି । ସେହିପରି ଯୌବନ ଅତିକ୍ରମ କରିଥିବା ପତ୍ନୀ, ଯୁଦ୍ଧରେ ବିଜୟୀ ହୋଇ ଫେରିଥିବା ବୀର ଓ କୃଷି, କ୍ଷେତ୍ରରୁ ଆସି ଘରେ ସୁରକ୍ଷିତ ହୋଇ ପାରିଥିବା ଶସ୍ୟଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି ।

 

ଜନୟନ୍ତ୍ୟର୍ଜନେ ଦୁଃଖଂ ତାପୟନ୍ତି ବିପତ୍ତିଷୁ

ମୋହୟନ୍ତି ଚ ସମ୍ପତ୍ତୌ କଥମର୍ଥାଃ ସୁଖା ବହାଃ । ୬୫ ।

 

ଧନ ଅର୍ଜନ ପାଇଁ ଅନେକ ଦୁଃଖ ସହିବାକୁ ପଡ଼େ । ଧନ କ୍ଷୟ ହେଲେ ମନରେ ତତୋଽଧିକ ଦୁଃଖ ଜାତ ହୁଏ । ଧନର ମାତ୍ରା ଅଧିକ ହେଲେ ମନରେ ଗର୍ବ ଆସେ । ତେଣୁ ଯାହାକୁ ପାଇବାରେ, ସଂଞ୍ଚୟ କରିବାରେ ଓ ହରାଇବାରେ ଦୁଃଖ ସହିବାକୁ ପଡ଼େ, ସେହି ଅର୍ଥରୁ କେବେହେଲେ ସୁଖ ମିଳେ ନାହିଁ ।

 

ଜଳବିନ୍ଦୁ ନିପାତେନ କ୍ରମଶଃ ପୂର୍ଯ୍ୟତେ ଘଟଃ

ସହେତୁଃ ସର୍ବବିଦ୍ୟାନାଂ ଧର୍ମସ୍ୟଚ ଧନସ୍ୟ ଚ । ୬୬

 

ବିନ୍ଦୁ ବିନ୍ଦୁ ଜଳ ସଞ୍ଚିତ ହୋଇ କଳସୀଟି ଜଳପୂର୍ଣ୍ଣ ହୁଏ । ସେହିପରି ସମସ୍ତ ବିଦ୍ୟା, ଧର୍ମ ଓ ଧନ ସଞ୍ଚୟ କଲେ ମଣିଷ ଦିନେ ପୂର୍ଣ୍ଣତା ହାସଲ କରିଥାଏ ।

 

ଜଳେ ତୈଳଂ ଖଳେ ଗୃହ୍ୟଂ ପାତ୍ରେ ଦାନଂ ମନାଗପି

ପ୍ରାଜ୍ଞେ ଶାସ୍ତ୍ରଂ ସ୍ୱୟଂ ଯାତି ବିସ୍ତାରଂ ବସ୍ତୁ ଶକ୍ତିତଃ । ୬୭ ।

 

ଜଳରେ ଅଳ୍ପ ଟିକିଏ ତେଲ ପକାଇଲେ ତାହା ଆପେ ଆପେ ବିସ୍ତାର

ଲାଭ କରେ-। ସେହିପରି ଦୁଷ୍ଟ ଲୋକକୁ କୌଣସି ଗୁପ୍ତ କଥା କହିଲେ, ସତ୍ପାତ୍ରରେ ଦାନ ଦେଲେ ଓ ବୁଦ୍ଧିମାନ ଲୋକକୁ ଜ୍ଞାନ ବିତରଣ କହିଲେ କଲେ ଆପେ ଆପେ ପ୍ରସାରିତ

ହୋଇଥାଏ ।

 

ଜନିତା ଚୋପନେତା ଚ ଯସ୍ତୁ ବିଦ୍ୟାଂ ପ୍ରଯଚ୍ଛତି

ଅନ୍ନଦାତା ଭୟତ୍ରାଣ ପଞ୍ଚୈତେ ପିତରଃ ସ୍ମୃତଃ । ୬୮ ।

 

ଜନ୍ମଦାତା, ଗୁରୁ, ଆଚାର୍ଯ୍ୟ, ଅନ୍ନଦାତା ଓ ଭୟରୁ ରକ୍ଷା କରୁଥିବା ବ୍ୟକ୍ତିଙ୍କୁ ପିତା କୁହାଯାଏ ।

 

ଜାନୀୟାତ୍ ପ୍ରେଷଣେ ଭୃତ୍ୟାନ୍ ବାନ୍ଧବାନ୍ ବ୍ୟସନାଗମେ

ମିତ୍ରଂ ଚାପଦିକାଳେ ଚଭାର୍ଯ୍ୟାଂ ଚ ବିଭବକ୍ଷୟେ । ୬୯ ।

 

ଭୃତ୍ୟକୁ କୌଣସି କାର୍ଯ୍ୟରେ ନିଯୁକ୍ତ କରି ତାର ନିଷ୍ଠାପରତା ଜାଣିବା ଉଚିତ୍ । ବନ୍ଧୁମାନଙ୍କୁ ଦୁଃଖ ସମୟରେ, ମିତ୍ରକୁ ବିପଦବେଳେ ଓ ପତ୍ନୀକୁ ସଂପଦ ନାଶ ସମୟରେ ଜାଣିବା ଉଚିତ ।

 

ତ୍ୟଜେଦେକଂ କୁଳସ୍ୟାର୍ଥେ ଗ୍ରାମସ୍ୟାର୍ଥେ କୁଳଂ ତ୍ୟଜେତ୍

ଗ୍ରାମଂ ଜନପଦସମ୍ୟାର୍ଥେ ଆତ୍ମାର୍ଥେ ପୃଥିବୀ ତ୍ୟଜେତ୍ । ୭୦ ।

 

କୁଳ ରକ୍ଷା ପାଇଁ ଜଣକୁ ଓ ଗ୍ରାମ ପାଇଁ କୁଳକୁ ତ୍ୟାଗ କରିବା ଉଚିତ । ସେହପରି ଦେଶର ସୁରକ୍ଷା ପାଇଁ ଗ୍ରାମକୁ ଓ ଆତ୍ମ ରକ୍ଷାପାଇଁ ପୃଥିବୀକୁ ତ୍ୟାଗ କରିବା ଉଚିତ ।

 

ତସ୍କରସ୍ୟ କୁତୋ ଧର୍ମୋ ଦୁର୍ଜ୍ଜନସ୍ୟ କୁତଃ କ୍ଷମା

ବେଶ୍ୟାନାଂ ଚ କୁତଃ ସ୍ନେହଃ କୁତଃ ସତ୍ୟଂ ଚ କାମିନାମ । ୭୧ ।

 

ଚୋରଠାରେ ଦୟା ଧର୍ମ କିଛି ନଥାଏ । ଦୁଷ୍ଟ ଲୋକ କାହାକୁ କ୍ଷମା ଦିଏ ନାହିଁ । ବେଶ୍ୟାଠାରେ ସ୍ନେହ ନଥାଏ କି କାମାତୁର ଲୋକ କଥାରେ କିଛି ସତ ନଥାଏ ।

 

ତୁଷ୍ୟନ୍ତି ଭୋଜନୈର୍ବିପ୍ରା ମୟୂରାଃ ଘନ ଗର୍ଜିତୈଃ

ସାଧବଃ ପରସଂପତ୍ତୌ ଖଳାଃ ପରବିପତ୍ତିଷୁ । ୭୨ ।

 

ଭୋଜନ ଦ୍ୱାରା ବ୍ରାହ୍ମଣମାନେ ସନ୍ତୁଷ୍ଟ ହୁଅନ୍ତି । ମୟୂରମାନେ ମେଘ ଗର୍ଜନ ଶୁଣିଲେ, ସାଧୁମାନେ ଅନ୍ୟର ସମ୍ପଦ ଦର୍ଶନରେ ଓ ଖଳ ଲୋକମାନେ ପରର ବିପଦରେ ଆନନ୍ଦିତ ହୁଅନ୍ତି ।

 

ତକ୍ଷକସ୍ୟ ବିଷଂଦନ୍ତେ ମକ୍ଷିକାସ୍ତୁ ମସ୍ତକେ

ବୃଶ୍ଚିକସ୍ୟ ବିଷଂ ପୁଚ୍ଛେ ସର୍ବାଙ୍ଗେ ଦୁର୍ଜନେ ବିଷମ୍ । ୭୩ ।

 

ସାପର ବିଷ ତାର ଦାନ୍ତରେ ଥାଏ । ମାଛିର ବିଷ ତାର ମସ୍ତକରେ ଥାଏ । ବିଛାର ବିଷ ଲାଙ୍ଗୁଡ଼ରେ ଥାଏ । କିନ୍ତୁ ଦୁର୍ଜନର ବିଷ ତା’ର ସର୍ବଙ୍ଗାରେ ଥାଏ ।

 

ତୃଣ ବ୍ରହ୍ମବିଦଃ ସ୍ୱର୍ଗଃ ତୃଣଂ ଶୂରସ୍ୟ ଜୀବିତମ୍

ଜିତାକ୍ଷସ୍ୟ ତୃଣଂ ନାରୀ ନିସ୍ପୃହସ୍ୟ ତୃଣଂ ଜଗତ୍ । ୭୪ ।

 

ବ୍ରହ୍ମଜ୍ଞାନୀ ପାଇଁ ସ୍ୱର୍ଗସୁଖ, ବୀର ପାଇଁ ଜୀବନ, ଜିତେନ୍ଦ୍ରିୟ ପାଇଁ ନାରୀ ଓ ଅଭିଳାଷ ନଥିବା ଲୋକପାଇଁ ସଂସାର ତୁଚ୍ଛ ଅଟେ । ଯେ ପ୍ରକୃତରେ ବ୍ରହ୍ମଜ୍ଞାନୀ ସ୍ୱର୍ଗସୁଖ ବା ତା’ର କଣ ଆବଶ୍ୟକ-। ବୀର ନିକଟରେ ତା’ର ଜୀବନ ମୂଲ୍ୟହୀନ । ଯେ ବୀର ସେ ମାରେ ଅବା ମରେ । ଆପଣାର ଜୀବନ ପାଇଁ ଶତ୍ରୁର ଶରଣାପନ୍ନ ହୁଏନାହିଁ । ଇନ୍ଦ୍ରିୟଗଣକୁ ଜୟ କରିଥିବା ବ୍ୟକ୍ତିକୁ ନାରୀର ସୌନ୍ଦର୍ଯ୍ୟ

ଆକର୍ଷଣ କରିପାରେ ନାହିଁ। ସେହିପରି କାମନା ରହିତ ବ୍ୟକ୍ତି ପାଇଁ ସଂସାର ମୂଲ୍ୟହୀନ ଅଟେ ।

 

ତାବଦ୍ ଭୟେଷୁ ଭେତବ୍ୟଂ ଯାବଦ୍ ଭୟମନାଗତମ୍

ଆଗତଂ ତୁ ଭୟଂ ବୀକ୍ଷ୍ୟ ପ୍ରହର୍ତ୍ତବ୍ୟମତୀଙ୍କୟା । ୭୫ ।

 

ଯେ ପର୍ଯ୍ୟନ୍ତ ଭୟ ଆସିନାହିଁ ସେ ପର୍ଯ୍ୟନ୍ତ ମନୁଷ୍ୟ ଭୟର ଭୟାବହତାକୁ ବିଚାର କରିବା ଉଚିତ । କିନ୍ତୁ ଭୟାନକ ପରିସ୍ଥିତି ସୃଷ୍ଟି ହେଲେ କାତର ନହୋଇ ସାହାସର ସହିତ ସମ୍ମୁଖୀନ ହେବା ଉଚିତ୍ ।

 

ତ୍ୟଜ ଦୁର୍ଜନ ସଂସର୍ଗଂ ଭଜ ସାଧୁ ସମାଗମମ୍

କୁରୁ ପୁଣ୍ୟମ୍ ହୋରାତ୍ରମ ସ୍ଥିର ନିତ୍ୟମନିତ୍ୟତଃ । ୭୬ ।

 

ଖଳ ଲୋକମାନଙ୍କର ସଙ୍ଗ ତ୍ୟାଗ କରିବା ଉଚିତ । ସାଧୁ ଲୋକମାନଙ୍କ ସହିତ ସମ୍ପର୍କ ରଖିବା ଉଚିତ । ଦିନରାତି ପୁଣ୍ୟ କାର୍ଯ୍ୟ କରିବା ଉଚିତ ଅନିତ୍ୟ ସଂସାରରେ ରହି ସର୍ବଦା ନିତ୍ୟ ଅର୍ଥାତ୍ ଯାହା ଶାଶ୍ୱତ ବା ଚିରନ୍ତନ ସେହି ବିଷୟ ପ୍ରତି ଧ୍ୟାନଦେବା ଉଚିତ ।

 

ଦୂରତଃ ଶୋଭତେ ମୂର୍ଖୋ ଲମ୍ୱଶାଚପଚାବୃତଃ

ତାବଜ ଶୋଭତେ ମୂର୍ଖୋ ଯାବତ୍ କିଞ୍ଚିନ୍ନ ଭାଷାତେ । ୭୭ ।

 

ମୂଲ୍ୟବାନ ବେଶ ପୋଷାକରେ ଆବୃତ୍ତ ମୂର୍ଖ ଦୂରରୁ ସୁନ୍ଦର ଦେଖାଯାଏ । କିନ୍ତୁ ଯେ ପର୍ଯ୍ୟନ୍ତ ସେ କଥାବାର୍ତ୍ତା କରିନଥାଏ ସେ ପର୍ଯ୍ୟନ୍ତ ଶୋଭା ପାଉଥାଏ । ମାତ୍ର କହିବାକୁ ଆରମ୍ଭ କଲେ ତାର ମୂର୍ଖତା ଜଣାପଡ଼େ ଓ ସେ ନିନ୍ଦିତ ହୁଏ ।

 

ପୁର୍ଜ୍ଜନଃ ପ୍ରିୟବାଦୀ ଚ ନୈବ ବିଶ୍ୱାସ କାରଣମ୍

ମଧୁ ତିଷ୍ଠତି ଜହ୍ୱାଗ୍ରେ ହୃଦୟେ ତୁ ହଳାହଳମ୍ । ୭୮ ।

 

ଦୁଷ୍ଟଲୋକ ଯେତେ ପ୍ରିୟ କଥା କହିଲେ ମଧ୍ୟ ତାକୁ ବିଶ୍ୱାସ କରିବା ଅନୁଚିତ । କାରଣ ତାର ତୁଣ୍ଡରେ ମହୁ ଥିବା ବେଳେ ହୃଦୟ ହଳାହଳ ବିଷରେ ପରିପୂର୍ଣ୍ଣ ଥାଏ । ସେ ଦୁଃଖ ସମୟରେ ମଧୁର କଥା କହି ମନ ତୋଷିନିଏ ସିନା କିନ୍ତୁ କପଟରେ ସର୍ବନାଶ କରେ ।

 

ଦୁର୍ଜ୍ଜନ ପରିବର୍ତ୍ତବ୍ୟୋ ବିଦ୍ୟୟାଳଂ କୁତୋଽପିସନ୍

ମଣିନା ଭୂଷିତଃ ସର୍ପଃ କିମସୌ ନ ଭୟଙ୍କରଃ । ୭୯ ।

 

ବିଦ୍ୟାରେ ମଣ୍ଡିତ ହୋଇଥିଲେ ମଧ୍ୟ ଯେ ଦୁଷ୍ଟ ସର୍ବଦା ତା’ର ସଙ୍ଗ ପରାତ୍ୟାଗ କରିବା ଉଚିତ-। ମୂଲ୍ୟବାନ ମଣିରେ ଭୂଷିତ ହୋଇଥିଲେ ମଧ୍ୟ ବିଷଧର ସର୍ପ ଭୟଙ୍କର ନୁହେଁକି ? ତେଣୁ ମଣିରେ ଭୂଷିତ ସର୍ପ ପରି ପଣ୍ଡିତ ଦୁର୍ଜ୍ଜନଠାରୁ ଦୂରରେ ରହିବା ବୁଦ୍ଧିମାନର କାମ ।

 

ଦୁଷ୍ଟା ଭାର୍ଯ୍ୟା ଶଠଂ ମିତ୍ରଂ ଭୃତ୍ୟଶ୍ଚ ଉତ୍ତର ଦାୟଜଃ

ସସର୍ପେ ଚ ଗୃହେ ବାସୋ ମତ୍ୟୁରେବ ନ ସଂଶୟଃ । ୮୦ ।

 

ଭାର୍ଯ୍ୟା ଯାହାର ଦୁଶ୍ଚରିତ୍ରା, ମିତ୍ର ଯାହାର ପ୍ରବଞ୍ଚକ, ମୃତ୍ୟୁ ଯାହାର ଉତ୍ତରଦାୟୀ, ସାପଥିବା ପରେ ଯେ ବାସକରେ, ତା’ର ଅକାଳ ମୃତ୍ୟୁ ହେବାରେ ସନ୍ଦେହ ନାହିଁ ।

 

ଦୁର୍ଲ୍ଲଭଂ ପ୍ରକୃତଂ ବାକ୍ୟଂ ଦୁର୍ଲ୍ଲଭଃ କ୍ଷେମକୃତ ସୁତଃ

ଦୁର୍ଲ୍ଲଭା ସଦୃଶୀ ଭାର୍ଯ୍ୟା ଦୁର୍ଲ୍ଲଭଃ ସ୍ୱଜନପ୍ରିୟଃ । ୮୧ ।

 

ସଂସାରରେ ସତ୍ୟ ଓ ପ୍ରିୟକଥା ଦୁର୍ଲ୍ଲଭ । ମଙ୍ଗଳକାରୀ ଗୁଣବାନ୍ ପୁତ୍ର ମଧ୍ୟ ଦୁର୍ଲ୍ଲଭ । ଆପଣା ସମ୍ମାନ ଭାର୍ଯ୍ୟା ପାଇବା ଯେପରି ଦୁର୍ଲ୍ଲଭ । ସେହିପରି ଆତ୍ମୀୟ ସ୍ୱଜନ, ହିତାକାଂକ୍ଷୀ ବନ୍ଧୁ ପାଇବା ମଧ୍ୟ କଷ୍ଟକର । ତେଣୁ ପ୍ରିୟ ଓ ସତ୍ୟ କଥା, ଗୁଣବାନ ପୁତ୍ର, ନିଜ ସଦୃଶ ପତ୍ନୀ ଓ ହିତାକାଂକ୍ଷୀ ବନ୍ଧୁ ପ୍ରାୟ ଦୁର୍ଲ୍ଲଭ ବୋଲି କୁହାଯାଏ ।

 

ଦୁର୍ବଳସ୍ୟ ବଳଂ ରାଜା ବାଳାନାଂ ରୋଦନଂ ବଳମ୍

ବଳଂ ମୂର୍ଖସ୍ୟ ମୌନିତ୍ୱଂ ଚୌରାଣାମ ଅନୃତଂ ବଳମ୍ । ୮୨ ।

 

ଦୁର୍ବଳର ବଳରାଜା, ବାଳକ ମାନଙ୍କର ବଳ କ୍ରନ୍ଦନ, ମୌନ ମୂର୍ଖର ବଳ ଓ ମିଛ କହିବା ହେଉଛି ଚୋର ମାନଙ୍କର ବଳ । ଦୁର୍ବଳକୁ ରାଜାହିଁ ରକ୍ଷା କରନ୍ତି । ଶିଶୁ କାନ୍ଦି କାନ୍ଦି ନିଜର ଆବଶ୍ୟକତା ପୂରଣ କରେ । ମୂର୍ଖ ନୀରବ ରହି ଓ ଚୋର ମିଛ କହି ନିଜକୁ ରକ୍ଷା କରିଥାନ୍ତି ।

 

ଦାତୁତ୍ୱଂ ପ୍ରିୟବକ୍ତୃତ୍ୱଂ ଧୀରତ୍ୱଂ ଉଚିତଜ୍ଞତା

ଅଭ୍ୟାସେନ ନ ଲଭ୍ୟନ୍ତେ ଚତ୍ୱାରଃ ସହଜଗୁଣାଃ । ୮୩ ।

 

ଅଭ୍ୟାସ ଦ୍ୱାରା ଦାନଶୀଳ ହେବା, ପ୍ରିୟକଥା କହିବା, ଧୀର ସ୍ୱଭାବର ହେବା ଓ ଉଚିତ ଅବସ୍ଥା ବିଚାର କରିବା ଆଦି ଗୁଣ ହୁଏ ନାହି । କାରଣ ଏଗୁଡ଼ିକ ମଣିଷର ସହଜାତ ଗୁଣ, ଜନ୍ମ ସମୟରୁ ହିଁ ସ୍ଥିର ହୋଇଥାନ୍ତି ।

 

ଦେବଦ୍ରବ୍ୟଂ ଗୁରୁଦ୍ରବ୍ୟଂ ପରଦାରାଭିମର୍ଶନମ୍

ନିର୍ବାହଃ ସର୍ବଭୂତେଷୁ ବିପ୍ରଶ୍ଚାଣ୍ଡାଳ ଉଚ୍ୟତେ । ୮୪ ।

 

ଦେବଦ୍ରବ୍ୟ ଓ ଗୁରୁଙ୍କର ଦ୍ରବ୍ୟକୁ ଯେ ଗ୍ରହଣ କରେ, ପର ସ୍ତ୍ରୀକୁ ଉପଭୋଗ କରେ ଓ ସ୍ଥାନ, କାଳ, ପାତ୍ରର ବିଚାର ନରଖି ଜୀବିକା ଅର୍ଜନ କରେ ସେପରି ବ୍ରାହ୍ମଣକୁ ଚାଣ୍ଡାଳ କୁହାଯାଏ ।

 

ଦୂରାଗତଂ ପଥିଶ୍ରାନ୍ତଂ ବୃଥା ଚ ଗୃହମାଗତମ୍

ଅନର୍ଚ୍ଚୟିତ୍ୱା ଯୋ ଭୂ ଙଂ କ୍ତେ ସ ବୈ ଚାଣ୍ଡାଳ ଉଚ୍ୟତେ । ୮୫ ।

 

ନାରୀ ଓ ରାଜକର୍ମଚାରୀଙ୍କୁ କେବେହେଲେ ବିଶ୍ୱାସ କରିବା ଉଚିତ ନୁହେଁ ।

 

ନ ଚ ବିଦ୍ୟା ସମୋ ବନ୍ଧୁଃ ନ ଚ ବ୍ୟାଧି ସମୋରିପୁଃ ।

ନ ଚାପତ୍ୟସମଃ ସ୍ନେହୋ ନ ଚ ଦୈବାତ୍ ପରଂ ବଳମ୍ । ୯୪ ।

 

ବିଦ୍ୟା ପରି ବନ୍ଧୁ କିମ୍ବା ରୋଗ ପରି ଶତ୍ରୁ ଏ ଦୁନିଆରେ କେହି ନାହିଁ । ପୁତ୍ର ସ୍ନେହଠାରୁ ବଳି ସ୍ନେହ କିଛି ନାହିଁ କି ଦୈବ ବଳଠାରୁ ବଳି ବଳବାନ୍ ଆଉ କେହି ନାହାଁନ୍ତି ।

 

ନଦୀକୂଳେ ଚ ଯେ ବୃକ୍ଷାଃ ପରହସ୍ଥଂ ଗତଂ ଧନମ୍

କାର୍ଯ୍ୟଂ ସ୍ତ୍ରୀ ଗୋଚରଂ ଯସ୍ୟ ସର୍ବଂ ଚ ବିଶଳଂ ଭବେତ୍ । ୯୫ ।

 

ନଦୀ କୂଳରେ ଥିବା ଗଛ ଯେ କୌଣସି ସମୟରେ ନଷ୍ଟ ହୋଇ ଯାଇପାରେ । ପର ହାତରେ ଥିବା ଧନ କୌଣସି କାର୍ଯ୍ୟରେ ଲାଗେ ନାହିଁ । କରିବାକୁ ଥିବା କୌଣସି କାର୍ଯ୍ୟ ସଂପର୍କରେ ଯଦି ସ୍ତ୍ରୀଲୋକମାନେ ଜାଣି ପାରନ୍ତି ତେବେ ସେ କାର୍ଯ୍ୟ ବିଫଳ ହୁଏ । କାରଣ ସେମାନେ ତାହାକୁ ଅନ୍ୟ ଆଗରେ ପ୍ରକାଶ କରି ଦେଇଥାନ୍ତି ।

 

ନାରୀକେଳ ସମାକାରା ଦୃଶ୍ୟନ୍ତେ ହି ସୁହୃଜ୍ଜନାଃ

ଅନ୍ୟେ ବଦରିକାକାରା ବହିରେବ ମନୋହରାଃ । ୯୬ ।

 

ପ୍ରକୃତ ବନ୍ଧୁମାନେ ନଡ଼ିଆ ପରି ବାହାରକୁ କଠୋର ଦେଖାଗଲେ ମଧ୍ୟ ସେମାନଙ୍କର ଅନ୍ତର କୋମଳ ହୋଇଥାଏ, କିନ୍ତୁ ଦୁଷ୍ଟମାନେ ବାହାରକୁ ବରକୋଳି ପରି ସୁନ୍ଦର ଓ କୋମଳ ଦେଖାଗଲେ ମଧ୍ୟ ସେମାନଙ୍କର ହୃଦୟ ଅତି କଠୋର ହୋଇଥାଏ ।

 

ନାସ୍ତି ବିଦ୍ୟାସମୋ ବନ୍ଧୁଃ ନାସ୍ତି ସତ୍ୟ ସମଂତପଃ

ନାସ୍ତି ରୋଗ ସମଂ ଦୁଃଖଂ ନାସ୍ତି ତ୍ୟାଗ ସମଂ ସୁଖମ୍ । ୯୭ ।

 

ବିଦ୍ୟାଠାରୁ ବଳି ଉପକାରୀ ବନ୍ଧୁ ନାହିଁ । ସତ୍ୟଠାରୁ ବଳି ତପସ୍ୟା କିଛି ନାହିଁ । ରୋଗ ପରି ଦୁଃଖ ନାହିଁ କି ତ୍ୟାଗ ସମ ସୁଖ୍ୟ ସଂସାରରେ କିଛି ନାହିଁ ।

 

ନ ଦେବୋ ବିଦ୍ୟତେ କାଷ୍ଠେ ନ ପାଷାଣେ ନ ଚ ମୃଣମୟେ

ଭାବେ ହି ବିଦ୍ୟତେ ଦେବସ୍ତସ୍ମାଦ୍ ଭାବୋହି କାରଣମ୍ । ୯୮ ।

 

ଦେବତା କାଠରେ, ପଥରେ କିମ୍ବା ମାଟିରେ ତିଆରି ମୂର୍ତ୍ତିରେ ନଥାନ୍ତି । ଦେବତା ହିଁ ଭାବରେ ବନ୍ଧା ହୋଇଥାନ୍ତି । ତେଣୁ ସଦ୍ଭାବ ହିଁ ସତ୍କର୍ମର ମୂଳ ଅଟେ ।

 

ନପଣ୍ୟତି ଜନ୍ମାନ୍ଧଃ କାମାନ୍ଧୋ ନୈବପଣ୍ୟତି

ମଦୋନ୍ମତା ନପଣ୍ୟନ୍ତି ଅର୍ଥୀ ଦୋଷଂ ନପଶ୍ୟତି । ୯୯ ।

ଜନ୍ମରୁ ଅଂଧ ବ୍ୟକ୍ତି କିଛି ଦେଖିପାରେ ନାହିଁ । କାମନ୍ଧ ବ୍ୟକ୍ତି ଦେଖି ମଧ୍ୟ କିଛି ବୁଝିପାରେ ନାହିଁ, ଅହଂକାରୀ ଆତ୍ମଗର୍ବୀ ଗର୍ବରେ ଅଂଧହୋଇ କିଛି ଠିକ୍ ବାଚାର କରି ପାରେନାହିଁ । ସ୍ୱାର୍ଥ ଲୋଭି ଯେଉଁଠାରେ ସ୍ୱାର୍ଥଥାଏ ତାର ଦୋଷକୁ ଦେଖିପାରେ ନାହିଁ ।

 

ନାରାଣଂ ନାପିତୋ ଧୂର୍ତ୍ତଃ ପକ୍ଷିଣାଂ ଚୈବ ବାୟସଃ

ଚତୁଷ୍କଦା ଶୃରାଳସ୍ତୁ ସ୍ତ୍ରୀଣାଂ ଧୂର୍ତ୍ତା ଚ ମାଳିନୀ । ୧୦୦ ।

ମନୁଷ୍ୟ ମାନଙ୍କ ମଧ୍ୟରେ ଭଣ୍ଡାରି ସବୁଠାରୁ ଧୂର୍ତ୍ତ, ପକ୍ଷୀମାନଙ୍କ ମଧ୍ୟରେ କାଉ, ପଶୁ ମାନଙ୍କର ମଧ୍ୟରେ ଶୃଗାଳ ଓ ନାରୀମାନଙ୍କ ମଧ୍ୟରେ ମାଲ୍ୟାଣୀ ସବୁଠାରୁ ଚତୁର ଅଟେ ।

ନିଃସ୍ପୃହୋ ନାଧିକାରୀ ସ୍ୟାନ୍ନାକାମୋ ମଣ୍ଡଳ ପ୍ରିୟଃ

ନା ବିଦଗ୍‍ଧଃ ପ୍ରିୟଂ ବ୍ରୟାତ୍ ସ୍ପୁଟବକ୍ତା ନିବଞ୍ଚକଃ । ୧୦୧ ।

କ୍ଷମତା ସୀନ ବ୍ୟକ୍ତିର ଲୋଭଥାଏ । କାମୀ ଲୋକମାନେ ସର୍ବଦା ନିଜକୁ ସଜେଇବାକୁ ଇଚ୍ଛା କରନ୍ତି । ଚତୁର ବ୍ୟକ୍ତିମାନେ ପ୍ରିୟକଥା କହଥାନ୍ତି । ସ୍ପଷ୍ଟବାଦୀ ଲୋକମାନେ ପ୍ରତାରଣା କରନ୍ତି ନାହିଁ ।

 

ନିର୍ବିଷେଣାପି ସର୍ପେଣ କତ୍ତିବ୍ୟାଦ ମହତୀ ଫଣା

ବିଷମସ୍ତୁ ନ ଚାପ୍ୟସୁ ଘଟାଟୋ ପୋ ଭୟଙ୍କରଃ । ୧୦୨ ।

 

ବିଷହୀନ ସର୍ପ ମଧ୍ୟ ଫଣା କାଢ଼ିବା ଉଚିତ । କାରଣ ତା’ର ଫଣା ଦେଖିଲେ ଲୋକ ଭୟକରେ । ସେହିପରି ଶକ୍ତି ନଥିଲେ ମଧ୍ୟ ଆଡ଼ମ୍ବର ଦେଖାଇଲେ ଅନେକ ସଫଳତା ମିଳିଥାଏ ।

 

ନିତ୍ୟାନ୍ତ ସରଳୈର୍ଭାବ୍ୟଂ ଗତ୍ୱା ପଶ୍ୟବନସ୍ଥଳୀମ୍

ଛିଦ୍ୟନ୍ତେ ସରଳାସ୍ତତ୍ର କୁବଜାସ୍ତିଷ୍ଠନ୍ତି ପାଦପାଃ । ୧୦୩ ।

 

ଅତି ସରଳ ସ୍ୱାଭାବର ବ୍ୟକ୍ତି ସର୍ବଦା ବିପଦରେ ପଡ଼ିଥାଏ । ଯେପରି ଅରଣ୍ୟରେ ଥିବା ସିଧା ଗଛ ଗୁଡ଼ିକ ପ୍ରଥମେ କଟା ହୋଇଥାନ୍ତି ମାତ୍ର ବଙ୍କା ଗଛ ଗୁଡ଼ିକ ସେହିପରି ରହିଥାନ୍ତି।

 

ନାସ୍ତି କାସମୋବ୍ୟାଧିଃ ନାସ୍ତି ମୋହସମୋରିପୁଃ

ନାସ୍ତି କୋପସମୋ ବହ୍ନିଃ ନାସ୍ତି ଜ୍ଞାନାତ୍ ପରଂ ସୁଖମ୍ । ୧୦୪ ।

 

କାମଭାବ ପରି ରୋଗନାହିଁ କି ମୋହ ସମ ଶତ୍ରୁ ନାହିଁ । କ୍ରୋଧ ସମ ଅଗ୍ନି ନାହିଁ କିମ୍ବା ଜ୍ଞାନଠାରୁ ବଳି ଆନନ୍ଦ ସଂସାରରେ କିଛି ନାହିଁ ।

 

ପଣ୍ଡିତେ ଚ ଗୁଣାଃ ସର୍ବେ ମୂର୍ଖେ ଦୋଷାହି କେବଳମ୍

ତସ୍ମାଦ ମୂର୍ଖ ସହସ୍ରଷୁ ପ୍ରାଜ୍ଞ ଏକୋ ବିଶିଷ୍ୟତେ । ୧୦୫ ।

 

ପଣ୍ତିତ ମାନଙ୍କଠାରେ ସମସ୍ତ ଉତ୍ତମ ଗୁଣ ଓ ମୂର୍ଖଙ୍କ ଠାରେ ସବୁ ମନ୍ଦଗୁଣ ପ୍ରକାଶ ପାଇଥାଏ-। ତେଣୁ ହଜାରେ ମୂର୍ଖଙ୍କ ମଧ୍ୟରେ ଜଣେ ପଣ୍ଡିତ ବ୍ୟକ୍ତି ଥିଲେ ମଧ୍ୟ ସେ ସହଜରେ ସ୍ୱତନ୍ତ୍ର ହୋଇଯାଏ ।

 

ପରୋକ୍ଷ କାର୍ଯ୍ୟହନ୍ତାରଂ ପ୍ରତ୍ୟକ୍ଷ ପ୍ରିୟବାଦିନମ୍

ବର୍ଜୟେତ୍ତାଦୃଶଂ ମିତ୍ରଂ ବିଷକୁମ୍ଭଂ ପୟୋମୁଖମ୍ । ୧୦୬ ।

 

ଯେଉଁ ବନ୍ଧୁ ସମ୍ମୁଖରେ ମଧୁର କଥା କହି ପଛରେ ସର୍ବନାଶ କରେ, ସେପରି ବନ୍ଧୁକୁ ଭତରେ ବିଷ ଓ ମୁଖରେ କ୍ଷୀର ଥିବା ମାଠିଆ ପରି ପରିତ୍ୟାଗ କରିବା ଉଚିତ ।

 

ପରଦାରାନ୍ ପରଂ ଦ୍ରବ୍ୟଂ ପରିବାଦଂ ପରସ୍ୟ ଚ

ପରିହାସଂ ଗୁରୋଃ ସ୍ଥାନେ ଚାପଲ୍ୟଂ ଚ ବିବର୍ଜୟେତ୍ । ୧୦୭ ।

 

ପର ସ୍ତ୍ରୀ ଓ ପର ଦ୍ରବ୍ୟ ପ୍ରତି ଲୋଭ, ପରନିନ୍ଦା, ଗୁରୁଜନଙ୍କ ନିକଟରେ ଥଟ୍ଟା ପରିହାସ ଓ ଚପଳତା ପ୍ରକାଶ ଅନୁଚିତ ।

 

ଦକ୍ଷିଣାଂ କାକଶ୍ଚାଣ୍ଡାଳଃ ପଶୂନାଂ ଚୈବ କୁକ୍‍କୁରଃ

ମୁନୀନାଂ ପାପଶ୍ଚାଣ୍ଡାଳଃ ସର୍ବଶ୍ଚାଣ୍ଡାଳ ନିନ୍ଦୂକଃ । ୧୦୮ ।

 

ପକ୍ଷୀମାନଙ୍କ ମଧ୍ୟରେ କାକ ଚାଣ୍ଡାଳ, ପଶୁମାନଙ୍କ ମଧ୍ୟରେ କୁକୁର ଚାଣ୍ଡାଳ ଅଟେ । ମୁନି ମାନଙ୍କଠାରେ କ୍ରୋଧ ଓ ସମସ୍ତଙ୍କ ମଧ୍ୟରେ ପରନିନ୍ଦୁକ ଚାଣ୍ଡାଳ ଅଟେ ।

 

ପରସ୍ପରସ୍ୟ ମର୍ମାଣି ଯେ ଭାଷନ୍ତେ ନରାଧମଃ

ତେ ଏବ ବିଲୟଂ ଯାନ୍ତି ବଲ୍ଲୀ କୋଦର ସର୍ପବତ୍ । ୧୦୯ ।

 

ଉଇହୁଙ୍କାରେ ସାପ ପଶିଲେ ଯେପରି ମରିଯାଏ, ସେହିପରି ପରସ୍ପରର ମର୍ମକୁ ବାଧିଲାଭଳି କଥା କହୁଥିବା ଲୋକମାନେ ବିନାଶ ହୋଇଥାନ୍ତି ।

 

ପରକାର୍ଯ୍ୟବହନ୍ତା ଚ ଦାମ୍ଭିକଃ ସ୍ୱାର୍ଥ ସାଧକଃ

ଛଳୀ ଦ୍ୱେଷୀ ମଦୁଃ ତ୍ରୁରୋ ବିପ୍ରୋ ମାର୍ଜାର ଉଚ୍ୟତେ । ୧୧୦ ।

 

ସର୍ବଦା ପରର ଅନିଷ୍ଟ ଚାହୁଁଥିବା, ଗର୍ବୀ, ସ୍ୱାଥପର, କପଟୀ ଉପରେ କୋମଳ ସ୍ୱଭାବ ଦେଖାଇ ଅନ୍ତରରେ କପଟତା ରଖିଥିବା ବ୍ରାହ୍ମଣ ମାର୍ଜାର ସବ ସମାନ ।

 

ପାଦପାନାଂ ଭୟଂ ବାତାତ୍ପଦ୍ମାନାଂ ଶିଶିରାତ୍ ଭୟମ୍

ପର୍ବତାନାଂ ଭୟଂ ବଜ୍ରାତ୍ ସାଧୂନାଂ ଦୁର୍ଜନାତ୍ ଭୟମ । ୧୧୧ ।

 

ଗଛ ଗୁଡ଼ିକ ପବନକୁ, ପଦ୍ମଫୁଲ ଗୁଡ଼ିକ ଶିଶିରକୁ, ପର୍ବତ ବଜ୍ରକୁ ଓ ସାଧୁମାନେ ଦୁର୍ଜନକୁ ଭୟ କରନ୍ତି । କାରଣ ପବନରେ ଗଛର, କାକରରେ ପଦ୍ମର, ବଜ୍ର ଦ୍ୱାର ପର୍ବତର ଏବଂ ଦୁଷ୍ଟମାନଙ୍କ ଦ୍ୱାରା ସାଧୁମାନଙ୍କର ଅଶେଷ କ୍ଷତି ହୁଏ ।

 

ପୁସ୍ତକସ୍ଥା ତୁ ଯା ବିଦ୍ୟା ପରହସ୍ତଗତଂ ଧନମ୍

କାର୍ଯ୍ୟ କାଳେ ସମୁତ୍ପନ୍ନେ ନସାବିଦ୍ୟା ନ ତତ୍ ଧନମ୍ । ୧୧୨ ।

 

ପୁସ୍ତକରେ ଥିବା ପାଠ, ପରପାଖରେ ଥିବା ଧନ ଆବଶ୍ୟକ ବେଳେ କାର୍ଯ୍ୟରେ ଲାଗିପାରେ ନାହିଁ । କାରଣ ପାଠ ଯଦି ମୁଖସ୍ଥ ନ ହୋଇଛି ତେବେ ତାହା ଜାଣିବା ନ ଜାଣିବା ସମାନ । ସେହିପରି ନିଜର ଧନ ଯଦି ପରପାଖରେ ଅଛି ତାହା ଥିବା ନଥିବା ସହିତ ସମାନ ।

 

ପୁତ୍ର ପ୍ରୟେଜନା ଦାରାଃ ପୁତ୍ରଃ ପିଣ୍ଡ ପ୍ରୟୋଜନଃ

ହିତ ପ୍ରୟୋଜନଂ ମିତ୍ରଂ ଧନଂ ସର୍ବ ପ୍ରୟୋଜନମ୍ ।୧୧୩ ।

 

ପୁତ୍ର ପାଇଁ ପତ୍ନୀ ଗ୍ରହଣ କରିବା ଉଚିତ, କାରଣ ପିଣ୍ଡଦାନ ପାଇଁ ପୁତ୍ର ଆବଶ୍ୟକ । ପୁତ୍ର ଦ୍ୱାରା ହିଁ ବଂଶର ଧାରା ସୁରକ୍ଷିତ ହୁଏ । ନିଜର ମଙ୍ଗଳ ପାଇଁ ମିତ୍ର ଓ ସମସ୍ତ କାର୍ଯ୍ୟରେ ସଫଳତା ହାସଲ ପାଇଁ ଧନ ଆବଶ୍ୟକ, ଏହା ନିଃସନ୍ଦେହ ।

 

ପୁତ୍ରାଶ୍ଚ ବିବିଧୈଃ ଶୀଳୈର୍ଜି ଯୋଜ୍ୟୋଃ ସତତଂ ବୁଧୈଃ

ନୀତିଜ୍ଞଃ ଶୀଳ ସମ୍ପନ୍ନଭବନ୍ତି କୂଳ ପୂଜିତାଃ । ୧୧୪ ।

 

ଜ୍ଞାନୀ ଲୋକମାନେ ନିଜ ପୁତ୍ରକୁ ବିଭିନ୍ନ ମର୍ଯ୍ୟାଦା ସମ୍ପନ୍ନ କାର୍ଯ୍ୟରେ ନିଯୁକ୍ତି କରିଥାନ୍ତି । କାରଣ ନୀତିଜ୍ଞ ଓ ମର୍ଯ୍ୟାଦା ସମ୍ପନ୍ନ ବ୍ୟକ୍ତି ହିଁ ସାମାଜରେ ପୂଜିତ ହୋଇଥାନ୍ତି ।

 

ପୁନର୍ବିତ୍ତଂ ପୁନମିତ୍ରଂ ପୁନର୍ଭାର୍ଯ୍ୟା ପୁନର୍ମହୀ

ଏତତ୍ ସର୍ବଂ ପୁନର୍ଲଭ୍ୟଂ ନଶରୀରଂ ପୁନଃ ପୁନଃ । ୧୧୫ ।

ଧନ ସମ୍ପତ୍ତି, ମିତ୍ର, ପତ୍ନୀ ଓ ପୃଥିବୀ ମଣିଷକୁ ବାରମ୍ବାର ମିଳିଥାଏ । ମାତ୍ର ମନୁଷ୍ୟ ଶରୀର ବାରମ୍ବାର ମିଳେ ନାହିଁ । ଯେଉଁମାନେ ହିଁ ସୁକର୍ମ କରିଛନ୍ତି ସେମାନେ ହିଁ କେବଳ ମାନବ ଯୋନିରେ ଜନ୍ମ ଗ୍ରହଣ କରନ୍ତି, ସମସ୍ତେ ନୁହଁନ୍ତି ।

ପୃଥିବ୍ୟାଂ ତ୍ରୀଣି ରତ୍ନାନି ଅନ୍ନ ମାପଃ ସୁଭାଷିତମ୍

ମୁଢୈଃ ପାଷାଣ ଖଣ୍ଡେଷୁ ରତ୍ନସଂଜ୍ଞା ବିଧୀୟତେ । ୧୧୬ ।

ଅନ୍ନ, ଜଳ ଓ ସୁବାଷିତ – ଏହି ତିନୋଟି ପୃଥିବୀର ହେଉଛନ୍ତି ପ୍ରକୃତ ରତ୍ନ । କିନ୍ତୁ ମୂର୍ଖମାନେ ପଥର ଖଣ୍ଡକୁ ରତ୍ନ ବୋଲି କହିଥାନ୍ତି ।

ପ୍ରଭୂତମଳ୍ପକାର୍ଯ୍ୟଂ ବା ଯୋ ନରଃ କର୍ତ୍ତମମିଚ୍ଛତି

ସର୍ବାରମ୍ଭେଣ ତତକୁର୍ଯ୍ୟାତ୍ ସିଂହାଦେକମ୍ ପ୍ରବୀର୍ତ୍ତିତମ୍ । ୧୧୭ ।

କାର୍ଯ୍ୟଟି ବଡ଼ ବା ଛୋଟ ହେଉ, ତାହା କରିବା ପାଇଁ ଚାହୁଁଥିବା ବ୍ୟକ୍ତି ଆଳସ୍ୟ ପ୍ରକାଶ ନକରି ଯତ୍ନର ସହିତ କାର୍ଯ୍ୟଟିକୁ କରିବା ଉଚିତ। ନିରଳସ ହୋଇ କୌଣସି କାର୍ଯ୍ୟ କରିବାର ଶିକ୍ଷା ସିଂହଠାରୁ ମିଳେ ।

 

ପ୍ରଥମେ ନାର୍ଜିତା ବିଦ୍ୟା ଦ୍ୱିତୀୟେ ନାର୍ଜିତଂ ଧନମ୍

ତୃତୀୟେ ନାର୍ଜିତଂ ପୁଣ୍ୟଂ ଚତୁର୍ଥ କିଂ କରିଷ୍ୟତି । ୧୧୮ ।

 

ବ୍ୟକ୍ତି ପ୍ରଥମ ଅବସ୍ଥାରେ ବିଦ୍ୟା ଶିକ୍ଷା ନକଲେ, ଦ୍ୱିତୀୟ ଅବସ୍ଥାରେ ଧନ ଓ ତୃତୀୟ ଅବସ୍ଥାରେ ଧର୍ମ ଅର୍ଜନ ନକଲେ ଜୀବନ ନିର୍ବାହ ଦୁଃଖଦାୟକ ହୁଏ । କାରଣ, ଚତୁର୍ଥ ଅବସ୍ଥାରେ ମଣିଷ ଦେହର ସାମର୍ଥ ଓ ମନର ଭାରସାମ୍ୟ ହରାଇଥାଏ ସେ ଅବସ୍ଥାରେ ସେ କୌଣସି କାର୍ଯ୍ୟରେ ସଫଳତା ହାସଲ କରିପାରେ ନାହିଁ ।

 

ପ୍ରଦୋଷେ ନିହତଃ ପନ୍ଥା ପତିତାଃ ନିହତାଃ ସ୍ତ୍ରୀୟଃ

ଅଳ୍ପବୀଜଂ ହତଂ କ୍ଷେତ୍ରଂ ଭୃତ୍ୟଦୋଷେ ହତଃ ପ୍ରଭୁଃ । ୧୧୯ ।

 

ସନ୍ଧ୍ୟା ହେଲାପରେ ଯେପରି ବାଟ ଘାଟ ଦେଖାଯାଏ ନାହିଁ, ସେହିପରି ଚରିତ୍ର ନଷ୍ଟହେଲେ ଜୀବିତ ଥାଇ ମଧ୍ୟ କୁଳସ୍ତ୍ରୀ ମୃତା ବୋଲି ବିବେଚିତ ହୁଏ । ଅଳ୍ପ ବିହନ ବୁଣିଲେ ଚାଷ ନଷ୍ଟ ହେବାପରି ଚାକରର ତ୍ରୁଟି ପାଇଁ ମାଲିକର ବିନାଶ ଘଟେ ।

 

ପ୍ରଜ୍ଞେ ନିୟୋଜ୍ୟମାନେ ତୁ ଶକ୍ତା ରାଜ୍ଞା ତ୍ରୟୋଗୁଣାଃ

ଯଶ ସ୍ୱର୍ଗନିବାସଶ୍ଚ ବିପୁଳଶ୍ଚ ଧନାଗମଃ । ୧୨୦ ।

 

ସୁଯୋଗ୍ୟ ବ୍ୟକ୍ତି ହସ୍ତରେ ରାଜ୍ୟଭାର ଅର୍ପଣ କରାଗଲେ ତିନୋଟି ଉପକାର ମିଳିଥାଏ । ପ୍ରଥମରେ ଯଶ, ଦ୍ୱିତୀୟରେ ସ୍ୱର୍ଗସୁଖ ଓ ତୃତୀୟରେ ବିପୁଳ ଅର୍ଥାଗମ ହୋଇଥାଏ । ସୁଶାସନ ପ୍ରତିଷ୍ଠିତ ହେଲେ ରାଜ୍ୟର ଓ ରାଜ୍ୟ ବାସୀଙ୍କର ଆର୍ଥିକ ଉନ୍ନତି ସାଧିତ ହୋଇଥାଏ ହୁଏ ।

 

ପ୍ରିୟବାକ୍ୟ ପ୍ରଦାନେନ ସର୍ବେ ତୁଷ୍ୟନ୍ତି ଜନ୍ତବଃ

ତସ୍ମାଦେବ ବକ୍ତବ୍ୟଂ ବଚନେ କା ଦରିଦ୍ରତା । ୧୨୧।

 

ପ୍ରିୟ ଓ ମିଠାକଥା କହିଲେ ସମସ୍ତେ ସନ୍ତୁଷ୍ଟ ହୁଅନ୍ତି । ତେଣୁ ମଧୁର କଥା କହିବା ପାଇଁ କୁଣ୍ଠିତ ହେବା ଉଚିତ ନୁହେଁ ।

 

ପ୍ରେଷିତସ୍ୟ କୁଢ଼ୋ ମାନଂ କୋପନସ୍ୟ କୁତଃ ସୁଖମ୍

ସ୍ତ୍ରୀଣାଂ କୁତଃ ସତୀତ୍ୱଂ ଚ କୁତଃ ପ୍ରତିଃ ଖଳସ୍ୟ ଚ । ୧୨୨ ।

 

ଭୃତ୍ୟକୁ କେହି କେବେ ସମ୍ମାନ ଦିଅନ୍ତି ନାହିଁ । କ୍ରୋଧ ପରାୟଣ ବ୍ୟକ୍ତି କେବେ ସୁଖୀ ହୋଇପାରେ ନାହିଁ । ସତୀତ୍ୱ ରକ୍ଷାକରି ପାରିଥିବା ନାରୀ ସଂସାରରେ କ୍ୱତିତ ଥାଆନ୍ତି । ଦୃଷ୍ଟ ଲୋକ ସହିତ ବନ୍ଧୁତା ସମ୍ଭବ ହୁଏ ନାହିଁ ।

 

ଚରମେକୋ ଗୁଣୀ ପୁତ୍ରୋ ନ ଚ ମୂର୍ଖଶତାନ୍ୟପି

ଏକଶ୍ଚନ୍ଦ୍ରମୋହନ୍ତି ନ ଚ ତାରାଗଣୋଽପି ଚ । ୧୨୩ ।

 

ଶହେଟି ମୂର୍ଖପୁତ୍ର ଅପେକ୍ଷା ଏକମାତ୍ର ଗୁଣବାନ ପୁତ୍ର ବରଂ ଭଲ । କାରଣ ଆକାଶରେ ଅସଂଖ୍ୟ ତାରା ଥାଇ ମଧ୍ୟ ଅନ୍ଧକାରକୁ ଦୂର କରିପାରନ୍ତି ନାହିଁ, କିନ୍ତୁ ଏକମାତ୍ର ଚନ୍ଦ୍ର ପୃଥିବୀରୁ ଅନ୍ଧକାରକୁ ଦୂର କରିପାରିଥାଏ । ସେହିପରି ଗୁଣବାନ ପୁତ୍ର ବଂଶର ତଥା ପିତାମାତାଙ୍କର ଗୌରବ ବୃଦ୍ଧି କରିଥାଏ ।

 

ବସ୍ତ୍ରହୀନଂ ଭୂଷଣଂ ଚ ଘୃତହୀନଂ ଚ ଭୋଜନମ୍

ପୁତ୍ରହୀନା ଚ ଯା ନାରୀ ବିଦ୍ୟାହୀନଂ ଚ ଜୀବନମ୍ । ୧୨୪ ।

 

ବସ୍ତ୍ରବିନା ଦେହରେ ଅଳଙ୍କାର ସୁନ୍ଦର ଦେଖାଯାଏ ନାହିଁ । ଘୃତହୀନ ଭୋଜନ ସନ୍ତୋଷ ଦେଇପାରେ ନାହିଁ । ସେହିପରି ପୁତ୍ର ନଥିବାରମଣୀ ଓ ମୂର୍ଖର ଜୀବନ ବୃଥା ଅଟେ ।

 

ବହ୍ୱାଶୀ ସ୍ୱଳ୍ପ ସନ୍ତୁଷ୍ଟଃ ସୁନିଦ୍ରଃ ଶୀଘ୍ର ଚେତନଃ

ପ୍ରଭୁ ଭକ୍ତଶ୍ଚ ଶୂରଶ୍ଚ ଜ୍ଞାତବ୍ୟାଃ ଷଟ୍ ଶୁନୋ ଗୁଣାଃ । ୧୨୫ ।

 

ଛଅଟି ଗୁଣ କୁକୁରଠାରୁ ଶିକ୍ଷା କରିବାର ଅଛି । ତାହାହେଲା-ବହୁତ ଖାଇପାରିବା, ଅଳ୍ପ ଖାଦ୍ୟରେ ସନ୍ତୁଷ୍ଟ ହେବା, ଗଭୀର ନିଦ୍ରାରେ ଶୟନ କରିବା, ସାମାନ୍ୟ ଶବ୍ଦଶୁଣି ଉଠିବା, ପ୍ରଭୁଙ୍କ ଅନୁରକ୍ତ ହେବା ଓ ସାମର୍ଥ୍ୟ ଅନୁସାରେ ସାହସ ଓ ବଳ ପ୍ରକାଶ କରିବା ।

 

ବହୁଭିଃ ମୂର୍ଖ ସଂଘାତୌରନ୍ୟୋଽନ୍ୟ – ପଶୁ ପ୍ରବୃତ୍ତି ଭିଃ

ପ୍ରଚ୍ଛାଦ୍ୟନ୍ତେ ଗୁଣାଃ ସର୍ବେ ମେଘୈରିବ ଦିବାକରଃ । ୧୨୬ ।

 

ମୂର୍ଖମାନେ ପଶୁପରି ଆଚରଣ କରନ୍ତି । ମେଘ ଦ୍ୱାରା ଆଚ୍ଛାଦିତ ସୂର୍ଯ୍ୟ ତେଜୋହୀନ ହେଲାପରି ମୂର୍ଖମେଳରେ ଥିବା ସାଧୁର ସାଧୁସୁଲଭ ଗୁଣସବୁ ଲୁଚିଯାଏ ।

 

ବାହୁବୀଯ୍ୟଂ ବଳଂ ରାଜ୍ଞା ବ୍ରାହ୍ମବିଦ୍ ବଳୀ

ରୂପ ଯୌବନ ମାଧୁର୍ଯ୍ୟଂ ସ୍ତ୍ରୀଣାଂ ବଳମନୁ ତ୍ତମମ୍ । ୧୨୭ ।

 

ବହୁବୀର୍ଯ୍ୟ ରାଜାଙ୍କୁ ପରାକ୍ରମଶାଳୀ କରିଥାଏ । ବ୍ରହ୍ମଜ୍ଞାନର ଅଧିକାରୀ ହୋଇ ବ୍ରାହ୍ମଣମାନେ ଶକ୍ତିଶାଳୀ ହୋଇଥାନ୍ତି । ସେହିପରି ରୂପ ଯୌବନ ଓ ମାଧୁର୍ଯ୍ୟ ନାରୀମାନଙ୍କୁ ଶକ୍ତିଶାଳୀ

କରିଥାନ୍ତି ।

 

ବାପୀ କୂପତଡ଼ାଗାନାଂ ଆରାମସୁରବେଶ୍ଳନାମ୍

ଉଚ୍ଛେଦନ-ନିରାଶଙ୍କଃ ସବିପ୍ରୋ ମ୍ଳେଛ ଉଚ୍ୟତେ । ୧୨୮ ।

 

ବାମ୍ଫୀ, କୂଅ, ପୋଖରୀ, ସର୍ବ ସାଧାରଣ ଉଦ୍ୟାନ ଓ ମନ୍ଦିର ଆଦିକୁ ନଷ୍ଟ କରିଦେବା ପାଇଁ ଯେଉଁ ବ୍ରାହ୍ମଣ ପଛଘୁଞ୍ଚା ଦିଏ ନାହିଁ ତାକୁ ମ୍ଳେଛ କୁହାଯାଏ ।

 

ବିଷାଦପ୍ୟମୃତଂ ଗ୍ରାହ୍ୟମମେଧ୍ୟାଦପି କାଞ୍ଚନମ୍

ନୀଚାଦପ୍ୟୁତ୍ତମାଂ ବିଦ୍ୟାଂ ସ୍ତ୍ରୀରତ୍ନଂ ଦୁଷ୍କୁଳାଦପି । ୧୨୯ ।

 

ବିଷରୁ ଅମୃତକୁ ଓ ଅମେଧ୍ୟରୁ ସୁବର୍ଣ୍ଣ ଗ୍ରହଣ କରାଯିବା ପରି ନୀଚ୍ଚ ଲୋକଠାରୁ ଉତ୍ତମ ବିଦ୍ୟାଶିକ୍ଷା ଓ ନୀଚ୍ଚ କୂଳରୁ ଗୁଣବତୀ କନ୍ୟାରତ୍ନ ଗ୍ରହଣ କରିବା ଉଚିତ ।

 

ବିଷଂ ସଂକ୍ରମଣଂ ରାତ୍ରୌ ବିଷଂ ରାଜ୍ଞୌଽନୁକୂଳତା

ବିଷଂ ସ୍ତ୍ରୀୟୋଽପ୍ୟନ୍ୟରତା ବିଷଂ ବ୍ୟଧିରଦୀକ୍ଷିତଃ । ୧୩୦ ।

 

ରାତିରେ ଭ୍ରମଣକଲେ ଦେହ ବିଷ ସଂକ୍ରମିତ ହେଲାପରି ଲାଗେ । ରାଜ ଅନୁଗ୍ରହକୁ ବିଷପରି ଜ୍ଞାନ କରିବା ଉଚିତ । ପରପୁରୁଷରେ ମତି ବଳାଇଥିବା ସ୍ତ୍ରୀ, ସ୍ୱାମୀ ପକ୍ଷରେ ବିଷତୂଲ୍ୟ ପ୍ରତୀତ ହୁଏ, ଚିକିତ୍ସା ନକଲେ ବ୍ୟାଧି ବିଷ ସଦୃଶ କଷ୍ଟ ଦିଏ ।

 

ବିଦ୍ୱାତ୍ତଂ ଚ ନୃପତ୍ୱଂ ଚ ନୈବ ତୁଲ୍ୟଂ କଦାଚନ

ସ୍ୱଦେଶେ ପୂଜ୍ୟତେ ରାଜା ବିଦ୍ୱାନ ସର୍ବତ୍ର ପୂଜ୍ୟତେ । ୧୩୧ ।

 

ପାଣ୍ଡିତ୍ୟ ଓ ରାଜପଦ କେବେହେଲେ ସମାନ ହେବନାହିଁ । ରାଜ ପଦ ଠାରୁ ପାଣ୍ଡିତ୍ୟ ମହତ୍ୱ ଅଧିକ । କାରଣ ରାଜା କେବଳ ନିଜ ଦେଶରେ ପୂଜା ପାଇଥାଆନ୍ତି । କିନ୍ତୁ ବିଦ୍ୱାନ ବ୍ୟକ୍ତି ଦେଶ ବିଦେଶ, ସବୁଠାରେ ପୂଜା ପାଇଥାନ୍ତି ।

 

ବୁଦ୍ଧିର୍ଯସ୍ୟ ବଳଂତସ୍ୟ ନିର୍ବୁଦ୍ଧେସ୍ତୁ କୁତୋବଳଂ

ବନେ ସିଂହୋ ମଦୋନ୍ମତ୍ତଃ ଶାକେନ ନିପାତିତଃ । ୧୩୨ ।

 

ବୁଦ୍ଧି ଯାହାର ଅଛି ବଳ ତାହାର ଅଛି । ବୁଦ୍ଧିହୀନ ବଳହୀନ ଅଟେ । ଯେଣୁ ବଣରେ ଉଦ୍ଧତ ସିଂହକୁ ଠେକୁଆଟିଏ ମାରି ପାରିଥିଲା ।

 

ବୃଥାବୃଷ୍ଟିଃ ସମୁଦ୍ରେଷୁ ବୃଥା ଦୁପ୍ତେଷୁ ଭୋଜନମ୍

ବୃଥା ଦାନଂ ଧନାତ୍ୟେଷୁ ବୃଥା ଦୀପୋ ଦିବାପି ଚ । ୧୩୩ ।

 

ସମୁଦ୍ରରେ ବର୍ଷା ହେବା ବୃଥା, କାରଣ ସମୁଦ୍ର ଅସରନ୍ତି ଜଳର ଭଣ୍ଡାର । ଭୋଜନ କରିଥିବା ବ୍ୟକ୍ତିଙ୍କୁ ଭୋଜନ ଦେବା ବୃଥା ଅଟେ । ସେହିପରି ଧନର କୁବେରକୁ ଦାନ ଦେଲେ କିମ୍ବା ଦିନବେଳେ ଦୀପ ଜାଳିଲେ କିଛି ଲାଭ ହୁଏ ନାହିଁ ।

 

ବୃଦ୍ଧକାଳେ ମୃତା ଭାର୍ଯ୍ୟା ବନ୍ଧୁହସ୍ତଗତ ଧନମ୍

ଭୋଜନଂ ଚ ପରାଧୀନାଂ ତିସ୍ରଃ ପୁଂସାଂ ବିଡ଼ମ୍ବନା । ୧୩୪ ।

 

ବୁଦ୍ଧାବସ୍ଥାରେ ପତ୍ନୀର ମୃତ୍ୟୁ, ଆପଣାର ଧନ ଅନ୍ୟ ପାଖରେ ରହିବା ଓ ଭୋଜନ ପାଇଁ ପରଉପରେ ନିର୍ଭର କରିବା ଏହି ତିନୋଟି ପୁରୁଷ ମାନଙ୍କର ବିଡ଼ମ୍ବନା ଅଟେ ।

 

ବ୍ରହ୍ମଘାତୀ ନରଃ ପୂଜ୍ୟୋ ଯସ୍ୟାସ୍ତି ବିପୁଳଂ ଧନମ୍

ଶଶିନସ୍ତୁଲ୍ୟ ବଂଶୋଽପି ନିର୍ଦ୍ଧନଃ ପରିଭୂୟତେ । ୧୩୫ ।

 

ଯାହାର ବିପୁଳ ଧନ ଅଛି ସେ ହତ୍ୟାକରୀ ହୋଇଥିଲେ ମଧ୍ୟ ଲୋକେତାକୁ ସମ୍ମାନ ଦିଅନ୍ତି । ଏ ସଂସାରରେ ସବୁଠି ସେ ପୂଜାପାଏ । କିନ୍ତୁ ଧନହୀନ ବ୍ୟକ୍ତି ଚନ୍ଦ୍ରପରି ଉଜ୍ଜଳ ଓ ନିର୍ମଳ ବଂଶରେ ଜାତ ହୋଇଥିଲେ ମଧ୍ୟ ଲୋକେ ତାକୁ ଅଯଥାରେ ନିନ୍ଦା କରନ୍ତି । ତେଣୁ ଜଗତରେ ଧନର ପ୍ରାଧାନ୍ୟକୁ ପ୍ରାୟ ସ୍ୱୀକାର କରାଯାଏ ।

 

ଭ୍ରମନ୍ ସଂପୂଜ୍ୟତେ ରାଜା ବ୍ରମନ୍ ସଂପୂଜ୍ୟତେ ଦ୍ୱିଜଃ

ଭ୍ରମନ୍ ସଂପୂଜ୍ୟତେ ଯୋଗୀ ସ୍ତ୍ରୀ ଭ୍ରମନ୍ତୀ ବିନଶ୍ୟତି । ୧୩୬ ।

 

ରାଜା ଭ୍ରମଣକଲେ ପୂଜା ପାଆନ୍ତି । ବ୍ରାହ୍ମଣ ଓ ଯୋଗୀମାନେ ଭ୍ରମଣ ଦ୍ୱାରା ମଧ୍ୟ ପୂଜିତ ହୁଅନ୍ତି । ମାତ୍ର ନାରୀମାନେ ସ୍ୱେଛାରେ ଭ୍ରମଣ କଲେ ବିନାଶ ହୋଇଥାନ୍ତି ।

 

ଭୋଜ୍ୟଂ ଭୋଜନଶକ୍ତିଶ୍ଚ ରିତଶକ୍ତି ର୍ବଭାଙ୍ଗନା

ବିଭୋବୋ ଦାନଶକ୍ତିଶ୍ଚ ନାଳ୍ପସ୍ୟ ତପସଃ ଫଳମ୍ । ୧୩୭ ।

 

ଉତ୍ତମ ଖାଦ୍ୟଦ୍ରବ୍ୟ, ଖାଦ୍ୟ ଖାଇ ହଜମ କରିବାର ଶକ୍ତି, ରତିଶକ୍ତି,

ସୁନ୍ଦର ପତ୍ନୀ, ଧନସଂପତ୍ତିର ଅଧିକାରୀ ହେବା ଓ ଦାନ ଦେବା ଶକ୍ତି, ଏ ଛଅଟି ବହୁ ତପସ୍ୟାର ଫଳସ୍ୱରୂପ ମିଳିଥାଏ ।

 

ମନସ୍ୟନ୍ୟଦ୍ ବଚସ୍ୟନ୍ୟଦ୍ କର୍ମଣ୍ୟନ୍ୟଦ୍ ଦୁରାତ୍ୱନାମ୍

ମନସ୍ୟେଙ୍କ ବଚସ୍ୟେକଂ କର୍ମଣ୍ୟେକଂ ମହାତ୍ମାନାମ୍ । ୧୩୮ ।

 

ସଂସାରରେ ଦୁଇପ୍ରକାର ଲୋକ ଅଛନ୍ତି-ଦୁଷ୍ଟ ଓ ଶିଷ୍ଟ । ଯେଉଁମାନେ ମନରେ ଗୋଟିଏ କଥାରଖି ଆଉ ଗୋଟିଏ କଥା କହନ୍ତି ଓ କାର୍ଯ୍ୟରେ ଆଉ ଗୋଟିଏ ପ୍ରକାଶ କରନ୍ତି ସେମାନଙ୍କୁ ଦୁଷ୍ଟ କୁହାଯାଏ । କିନ୍ତୁ ଯେଉଁମାନେ ମନରେ ବଚନରେ ଓ କାର୍ଯ୍ୟରେ ସମନ୍ୱୟ ରକ୍ଷା କରନ୍ତି ଅର୍ଥାତ୍ ଯାହା ମନରେ ଭାବନ୍ତି ତାହା କହନ୍ତି ଓ କରନ୍ତି, ସେମାନଙ୍କୁ ମହାତ୍ମା, ଶିଷ୍ଟ ବା ସଜ୍ୱନ କୁହାଯାଏ ।

 

ମନସା ଚିନ୍ତିତଂ କର୍ମ ବଚସା ନ ପ୍ରକାଶୟେତ୍

ଅନ୍ୟଲକ୍ଷିତ କାର୍ଯ୍ୟ ସ୍ୟ ଯତଃ ସିଦ୍ଧିର୍ନ ଜାୟତେ । ୧୩୯ ।

 

ମନରେ ଚିନ୍ତା କରିଥିବା କଥା ବା କାର୍ଯ୍ୟ କାହାରି ଆଗରେ ପ୍ରକାଶ କରିବା ଉଚିତ ନୁହେଁ । କାରଣ ମନର କଥା ଜାଣିଗଲେ ଅନ୍ୟମାନେ କାର୍ଯ୍ୟରେ ବାଧା ସୃଷ୍ଟି କରିବେ । ଫଳରେ କାର୍ଯ୍ୟଟି ସଫଳ ହେବନାହିଁ ।

 

ମଣିର୍ଲୁଣ୍ଠିତ ପାଦାଗ୍ରେ କାଚଃ ଶିରସି ଧାର୍ଯ୍ୟତେ

କ୍ରୟ ବିକ୍ରୟ ବେଳାୟାଂ କାଚଃ କାଚୋ ମଣିର୍ମଣିଃ । ୧୪୦ ।

 

ମଣିକୁ ପାଦ ଆଙ୍ଗୁଠିରେ ପିନ୍ଧାଯାଇ କାଚକୁ ମସ୍ତକରେ ଧାରଣ କରାଯାଇପାରେ; ମାତ୍ର କ୍ରୟ ବିକ୍ରୟ ବେଳେ ଉଭୟଙ୍କ ମୂଲ୍ୟ ସମାନ ହୁଏ ନାହିଁ । ଲୋକେ କାଚକୁ କାଚମୂଲ୍ୟରେ ଓ ମଣିକୁ ମଣି ମୂଲ୍ୟରେ କ୍ରୟ ବିକ୍ରୟ କରିଥାନ୍ତି ।

 

ମାତୃବତ୍ ପରଦାରେଷୁ ପରଦ୍ରବ୍ୟେଷୁ ଲୋଷ୍ଟ୍ରବତ୍

ଆତ୍ମବତ୍ ସର୍ବଭୂତେଷୁ ଯଃ ପଶ୍ୟତି ସଃ ପଣ୍ଡିତଃ । ୧୪୧ ।

 

ପର ସ୍ତ୍ରୀକୁ ଯିଏ ନିଜର ମା’ପରି ଦେଖେ, ଅନ୍ୟର ଧନ ସଂପତ୍ତିକୁ ମାଟିଗୋଡ଼ିପରି ହୀନ ମନେକରେ, ପର ଆପଣା କିମ୍ବା ସାନବଡ଼ ବିଚାର ନକରି ଯିଏ ସମସ୍ତଙ୍କୁ ନିଜପରି ଦେଖେ ତାକୁ ପଣ୍ଡିତ କୁହାଯାଏ।

 

ମାତା ଶତ୍ରୁଃ ବୈରୀଯେନ ବାଳୋ ନ ପାଠିତଃ

ନ ଶୋଭତେ ସଭାମଧ୍ୟେ ହଂସ ମଧ୍ୟେ ବକୋ ଯଥା । ୧୪୨ ।

 

ଯେଉଁ ମାତା ପିତା ମାନେ ନିଜର ସନ୍ତାନ ସନ୍ତିତିଙ୍କୁ ପିଲାବେଳେ ପାଠ ପଢ଼ାନ୍ତି ନାହିଁ ସେମାନଙ୍କୁ ଶତ୍ରୁ ସହିତ ତୁଳନା କରାଯାଏ । ଶିକ୍ଷା ବିନା ପୁଅ ଝିଅ ମାନେ ମୂର୍ଖ ହୁଅନ୍ତି । ହଂସ ମେଳରେ ବକ ଶୋଭା ନପାଇବା ପରି ପଣ୍ଡିତ ମଣ୍ଡଳୀରେ ମୂର୍ଖ ସ୍ଥାନ ପାଏ ନାହିଁ ।

 

ମାତା ଯସ୍ୟ ଗୃହେ ନାସ୍ତି ଭାର୍ଯ୍ୟା ଚାପ୍ରିୟବାଦିନୀ

ଅରଣ୍ୟଂ ତେନ ଗନ୍ତବ୍ୟଂ ଯଥାରଣ୍ୟଂ ତଥା ଗୃହମ୍ । ୧୪୩ ।

 

ଘରେ ଯାହାର ମାଆ ନାହିଁ, ଯାହାର ସ୍ତ୍ରୀ ମୁଖରା, ସେପରି ଲୋକ ଘରଛାଡ଼ି ବଣକୁ ଚାଲିଯିବା ଉଚିତ । କାରଣ, ମାତା ଶୂନ୍ୟ ଗୃହ ଓ ଅପ୍ରିୟଭାଷିଣୀ ଭାର୍ଯ୍ୟାଥିବା ଗୃହକୁ ଅରଣ୍ୟ ସହିତ ତୁଳନା କରାଯାଏ ।

 

ମାତରଂ ପିତରଂ ପୁତ୍ରଂ ଭ୍ରାତରଂ ବା ସୁହୁତ୍ତମମ୍

ଲୋଭାବିଷ୍ଟୋ ନରୋହନ୍ତି ସ୍ୱାମୀନଂ ବା ସହୋଦରମ୍ । ୧୪୪ ।

 

ଲୋଭସକ୍ତ ହୋଇ ମନୁଷ୍ୟ କୌଣସି ଜଘନ୍ୟ ଅପରାଧ କରିବାକୁ ମଧ୍ୟ ପଛାଏ ନାହିଁ । ଲୋଭର ବଶୀଭୂତ ହୋଇଥିବା ମନୁଷ୍ୟ ଆପଣାର ସ୍ୱାର୍ଥ ହାସଲ ପାଇଁ ମାଆ, ବାପା, ପୁଅ, ଭାଇ, ବନ୍ଧୁ ଏପରିକି ନିଜ ମାଆ ପେଟର ଭାଇକୁ ମଧ୍ୟ ହତ୍ୟା କରିଥାଏ ।

 

ମୂର୍ଖେ ନିୟୋଜ୍ୟମାନେ ତୁତ୍ରାୟୋ ଦୋଷା ମହୀପତେଃ ।

ଅଯଶଃ ଚାର୍ଥନାଶଶ୍ଚ ନରକେ ଗମନଂ ତଥା । ୧୪୫ ।

 

ମୂର୍ଖଲୋକ ହାତରେ ରାଜ୍ୟଭାର ନ୍ୟସ୍ତ କରାଗଲେ ତିନୋଟି ସମସ୍ୟା ସୃଷ୍ଟି ହୁଏ । ପ୍ରଥମରେ ରାଜ୍ୟର ଦୁର୍ନୀତି ଜନିତ ଅପଖ୍ୟାତି ବଢ଼େ । ଦ୍ୱିତୀୟରେ କୁସାଶନ ହେତୁ ଆର୍ଥିକ ଅବସ୍ଥାର ଅବନତି ଘଟେ । ତୃତୀୟରେ ଅଧର୍ମର ପ୍ରସାର ଓ ଆର୍ଥିକ ସଂଙ୍କଟ ଯୋଗୁ ଲୋକେ ନରକ ଯନ୍ତ୍ରଣା ଭୋଗ କରନ୍ତି ।

 

ମୂହୁର୍ତ୍ତମପି ଜୀବେତ ନରଃ ଶୁକ୍ଳେନ କର୍ମଣା

ନ କଳ୍ପମପି କଷ୍ଟେନ ଲୋକଦ୍ୱୟ ବିରୋଧିନା । ୧୪୬ ।

 

ଉତ୍ତମ କର୍ମକରି ସଂସାରରେ ଅଳ୍ପକାଳ ବଞ୍ଚିବା ବରଂ ଭଲ କିନ୍ତୁ ସ୍ୱର୍ଗ ଓ ମର୍ତ୍ତ୍ୟକୁ ପୀଡ଼ା ଦେବା ଭଳି କାର୍ଯ୍ୟ କରି ଦୀର୍ଘକାଳ ବଞ୍ଚିବା ଅନୁଚିତ ।

ମୂର୍ଖଣାଂ ପଣ୍ଡିତା ଦ୍ୱେଷ୍ୟା ଅଧନାନାଂ ମହାଧନାଃ

ପରାଙ୍ଗନାଃ କୁଳସ୍ତ୍ରୀଣାଂ ସୁଭଗାନାଂ ଚ ଦୁର୍ଭଗାଃ । ୧୪୭ ।

 

ମୂର୍ଖମାନେ ସାଧାରଣତଃ ପଣ୍ଡିତମାନଙ୍କ ସହିତ ଶତ୍ରୁତା କରିଥାନ୍ତି । ସେହିପରି ଦରିଦ୍ରମାନେ ଧନୀମାନଙ୍କ ସହିତ, ବେଶ୍ୟାମାନେ କୁଳସ୍ତ୍ରୀମାନଙ୍କ ସହିତ ଓ ବିଧବାମାନେ ସଧବା ମାନଙ୍କ ସହିତ ଶତ୍ରୁତା ଆଚରଣ କରିଥାନ୍ତି ।

 

ମୁଖଂ ପଦ୍ମଦଳାକାରଂ ବାକ୍ୟଂ ଚନ୍ଦନଶୀତଳମ୍

ହୃଦୟଂ ବହ୍ନି ସଦୃଶଂ ତ୍ରିବିଧଂ ଧୂର୍ତ୍ତଲକ୍ଷଣମ୍ । ୧୪୮ ।

 

ଧୂର୍ତ୍ତମାନଙ୍କର ମୁହଁ ପଦ୍ମପାଖୁଡ଼ା ପରି, କଥା ଚନ୍ଦନ ଲେପିଲା ଭଳି ହୋଇଥାଏ । ଅର୍ଥାତ୍ ଧୂର୍ତ୍ତମାନେ ମଧୁର କଥାକହି ଚନ୍ଦନ ଲେପିଲା ଭଳି ପ୍ରାଣକୁ ଶୀତଳ କରିଦିଅନ୍ତି । କିନ୍ତୁ ତାଙ୍କ ହୃଦୟରେ ପ୍ରତିହିଂସାର ନିଆଁ ଜଳୁତାଏ । ଏହି ତିନୋଟି ଲକ୍ଷଣରୁ ଧୂର୍ତ୍ତମାନଙ୍କର ପରିଚୟ ମିଳିଥାଏ ।

 

ମେଧାବୀ ବାକପଟୁଃ ପ୍ରାଜ୍ଞଃ ପରଚିତ୍ତ ପରୀକ୍ଷକଃ

ଧୀରୋ ଯଥୋକ୍ତବାଦୀଚ ଏଷ ଦୂତୋ ବିଧୀୟତେ । ୧୪୯ ।

 

ବୁଦ୍ଧିମାନ୍‍, ସୁବକ୍ତା, ପଣ୍ଡିତ, ଅନ୍ୟ ମନୋଭାବ ବୁଝିପାରେ ସମର୍ଥ, ଧୀର, ଶାନ୍ତ ଓ ଉଚିତ କଥା କହିପାରୁଥିବା ବ୍ୟକ୍ତିକୁ ଦୂତରୂପେ ନିଯୁକ୍ତ କରିବା ବିଧେୟ ।

 

ଯସ୍ମିନ୍ ଦେଶେ ନ ସମ୍ମାନଂ ନ ପ୍ରିତିର୍ନ ଚ ବାନ୍ଧବାଃ

ନ ଚ ବିଦ୍ୟାଗମଃ କଶ୍ଚିତ୍ ତଂ ଦେଶଂ ପରିବର୍ଜ୍ଜୟେତ୍ । ୧୫୦ ।

 

ଯେଉଁ ଦେଶରେ ସମ୍ମାନ ନାହିଁ, ସ୍ନେହ ମମତା ନାହିଁ, ବନ୍ଧୁବାନ୍ଧବ ନାହାଁନ୍ତି, ଶିକ୍ଷିତ ଲୋକ ନାହାଁନ୍ତି, ସେପରି ଦେଶକୁ ପରିତ୍ୟାଗ କରିବା ଉଚିତ ।

 

ଯସ୍ୟ କ୍ଷେତ୍ରଂ ନଦୀଦୀରେ ଭାର୍ଯ୍ୟା ଚାପି ପରପ୍ରିୟା

ପୁଦ୍ରେ ଚ ବିନୟୋ ନାସ୍ତି ମୃତ୍ୟୁରେବ ନ ସଂଶୟଃ । ୧୫୧ ।

 

ନଈକୂଳିଆ ଚାଷ ଉପରେ ଭରସା ରଖିବା ଅନୁଚିତ । ଯାହାର ପତ୍ନୀ ପରପୁରୁଷ ପ୍ରତି ଆସକ୍ତ ଓ ପୁତ୍ର ଯାହାର ଦୁଷ୍ଟ, ତା’ର ନିଜ ଜୀବନ ପ୍ରତି ଆଶା ରଖିବା ଅନୁଚିତ । କାରଣ, ନଈକୂଳ ଚାଷ, ବ୍ୟଭିଚାରଣୀ ଭାର୍ଯ୍ୟା ଓ ଦୁଷ୍ଟ ପୁତ୍ରକୁ ବିଶ୍ୱାସ କଲେ ମରଣ ଯେ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ ।

 

ଯସ୍ୟ ନାସ୍ତି ସ୍ୱୟଂ ପ୍ରଜ୍ଞା ଶାସ୍ତ୍ର ତସ୍ୟ କରୋତି କିମ୍

ଲୋଚନାଭ୍ୟାଂ ବିହୋନୀସ୍ୟ ଦର୍ପଣଃ କିଂ କରିଷ୍ୟତି । ୧୫୨ ।

 

ଯାହାର ନିଜର ବୁଦ୍ଧି ନାହିଁ ଶାସ୍ତ୍ର ଅଧ୍ୟୟନ ଦ୍ୱାରା ତା’ର ବା କଣ ହେବ ? ଯାହାର ଆଖି ନାହିଁ ଦର୍ପଣ ତା’ର କଣ କରିବ ? ଏଣୁ ବୁଦ୍ଧିହୀନ ପାଇଁ ଶାସ୍ତ୍ର ଓ ଅନ୍ଧପାଇଁ ଦର୍ପଣର ଆବଶ୍ୟକତା

ନାହିଁ ।

 

ଯସ୍ୟ ସ୍ନେହୋ ଭୟଂ ତସ୍ୟ ସ୍ନେହୋ ଦୁଃଖସ୍ୟ ଭାଜନମ୍

ସ୍ନେହମ୍ବଳାନି ଦୁଃଖାନି ତାନି ତ୍ୟକ୍ତା ବସେତ୍ ସୁଖମ୍ । ୧୫୩ ।

 

ଯେଉଁଠାରେ ସ୍ନେହ ଅଛି ସେଠାରେ ଭୟ ଅଛି । ଏହା ସୁଖ ଓ ଦୁଃଖର କାରଣ । ତେଣୁ ସ୍ନେହକୁ ପରତ୍ୟାଗ କରି ମନୁଷ୍ୟ ସୁଖଲାଭ ପାଇଁ ଚେଷ୍ଟା କରିବା ଉଚିତ ।

 

ଯଥାଧେନୂ ସହସ୍ରେଷୁ ବତ୍ସା ଗଚ୍ଛତି ମାତରମ୍

ତଥା ଯଚ୍ଚ କୃତଂ କର୍ମ କର୍ତ୍ତାରମନୁ ଗଚ୍ଛତି । ୧୫୪ ।

 

ହଜାରେ ଗାଈ ମଧ୍ୟରେ ବାଛୁରୀ ତାର ମା’କୁ ଯେପରି ଅନୁସରଣ କରେ ସେହିପରି ମନୁଷ୍ୟର କୃତକର୍ମ ତାକୁ ହିଁ ଅନୁସରଣ କରିଥାଏ ।

 

ଯସ୍ୟାର୍ଥ ସ୍ତସ୍ୟ ମିତ୍ରାଣି ସ୍ୟାର୍ଥ ତସ୍ୟ ବାନ୍ଧବାଃ

ଯସ୍ୟାର୍ଥଃ ସ ପୁମାଂ ଲୋକେ ଯସ୍ୟାର୍ଥଃ ସ ଜୀବତି । ୧୫୫ ।

 

ଧନଥିବା ଲୋକର ସାଙ୍ଗ ସମସ୍ତେ ହୁଅନ୍ତି, ବନ୍ଧୁତା ରକ୍ଷା କରନ୍ତି । ଧନବାନ ଲୋକ ସଂସାରରେ ପୁରୁଷ ଭାବରେ ପରିଗଣିତ ହୁଏ ଓ ବଞ୍ଚିବାର ଆନନ୍ଦ ଅନୁଭବ କରେ । ଏଣୁ ଧନହିଁ ଜଗତରେ ସବୁକିଛି ।

 

ଯାତି ଅଧୋଽଧଃ ବ୍ରଜତ୍ୟୁକୈର୍ନରଃ ସ୍ୱୌରେବ କର୍ମଭିଃ

କୂପତ୍ୟ ଖନିତା ଯଦ୍‍ବତ୍ ପ୍ରାକାରସ୍ୟ ଚ କାରକଃ । ୧୫୬ ।

 

କୂପ ଖନନକାରୀ ବ୍ୟକ୍ତି ଯେପରି ଧୀରେ ଧୀରେ ନିମ୍ନକୁ ଯାଏ ଓ ପ୍ରାଚୀର ନିର୍ମାଣକାରୀ ବ୍ୟକ୍ତି ଧୀରେ ଧୀରେ ଊର୍ଦ୍ଧ୍ୱକୁ ଉଠେ, ସେହିପରି ନିଜର କର୍ମଦ୍ଵାରା ମନୁଷ୍ୟ କ୍ରମଶଃ ଅବନତି ବା ଉନ୍ନତି ଲାଭକରେ ।

 

ଯାବତ୍ ସୂସ୍ଥୋ ହ୍ୟୟଂ ଦେହୋ ଯାଜନ୍ନତ୍ୟୁଶ୍ଚ ଦୁରତଃ

ତାବଦାତ୍ମହିତଂ କୁର୍ଯାତ୍ ପ୍ରାଣାନ୍ତେ କିଂ କରିଷ୍ୟତି । ୧୫୭ ।

 

ସୁସ୍ଥ ଥିବା ପର୍ଯ୍ୟନ୍ତ ଓ ମୃତ୍ୟୁ ଶଙ୍କା ନଥିବା ପର୍ଯ୍ୟନ୍ତ ଯାହା କିଛି କରିବା ଉଚିତ । କାରଣ ମୃତ୍ୟୁ ସମୟ ଉପସ୍ଥିତି ହେଲେ କିଛି କରି ହେବ ନାହିଁ ।

 

ଯୁଦ୍ଧଂ ଚ ପ୍ରାତରୁତ୍‍ଥାନଂ ଭୋଜନଂ ସହବାନ୍ଧବୈଃ

ସ୍ଥିୟମାପଦଗତାଂ ରକ୍ଷେଚ୍ଚତୁଃ ଶିକ୍ଷେକ କୁକକୁଟାତ୍ । ୧୫୮ ।

 

ଯୁଦ୍ଧ କରିବା, ସକାଳୁ ଉଠିବା, ବନ୍ଧୁବାନ୍ଧବ ସହିତ ମିଶି ଭୋଜନ କରିବା ଓ ବିପଦରେ ପଡିଥିବା ସ୍ତ୍ରୀ ଲୋକକୁ ରକ୍ଷା କରିବା ଉଚିତ । ଏହି ଚାରୋଟି ଗୁଣ କୁକୁଡାଠାରୁ ଶିକ୍ଷା କରିବା ଆବଶ୍ୟକ ।

 

ଯେତୁ ସମ୍ବସରଂ ପୂର୍ଣ୍ଣଂ ନିତ୍ୟଂ ମୌନେନ ଭୁଜ୍ୟତେ

ଯୁଗକୋଟି ସହସ୍ରଂ ତୈଃ ସ୍ୱର୍ଗଲୋକେ ମହୀୟତେ । ୧୫୯ ।

 

ଯେଉଁମାନେ ବର୍ଷେ ପର୍ଯ୍ୟନ୍ତ ଭୋଜନ ସମୟରେ ମୌନତା ଅବଲମ୍ବନ କରନ୍ତି ସେମାନେ ହଜାରେ କୋଟି ଯୁଗ ପର୍ଯ୍ୟନ୍ତ ସ୍ଵର୍ଗଲୋକରେ ପୂଜା ପାଆନ୍ତି ।

 

ଯୋ ଧୃବାଣି ପରିତ୍ୟଜ୍ୟ ଅଧୁବଂ ର୍ନିଷେବତେ

ଧୃବାଣି ତସ୍ୟ ନଶ୍ୟନ୍ତି ଅଧୁବଂ ନଷ୍ଟମେବହି । ୧୬୦ ।

 

ଯେ ନିଶ୍ଚିତ ବସ୍ତୁକୁ ପରିତ୍ୟାଗ କରି ଅନିଶ୍ଚିତ ବସ୍ତୁପ୍ରତି ଲୋଭାସକ୍ତ ହୋଇଥାଏ, ତାକୁ ଅନିଶ୍ଚିତ ବସ୍ତୁତ ମିଳେ ନାହିଁ, ନିଶ୍ଚିତ ବସ୍ତୁ ମଧ୍ୟ ନଷ୍ଟ ହୋଇଯାଇଥାଏ ।

 

ରାଜପତ୍ନୀ ଗୁରୋଃ ପତ୍ନୀ ମିତ୍ରପତ୍ନୀ ତଥୈବ ଚ

ପତ୍ନୀମାତା ସ୍ୱାମାତା ଚ ପଞ୍ଚୈତା ମାତରଃ ସ୍ମୃତାଃ । ୧୬୧ ।

 

ରାଜାଙ୍କର ପତ୍ନୀ, ଗୁରୁପତ୍ନୀ, ବନ୍ଧୁପତ୍ନୀ, ଶାଶୁ ଓ ନିଜର ମାତା ଏ ପାଞ୍ଚଜଣ ମାତୃତୂଲ୍ୟ ଅଟନ୍ତି ।

 

ରାଜା ରାଷ୍ଟ୍ରକୃତଂ ପାପାଂ ରାଜ୍ଞ ପାପଂ ପୁରୋହିତ

ଭର୍ତ୍ତାଚ ସ୍ତ୍ରୀକୃତଂ ପାପଂ ଶିଷ୍ୟପାପଂ ଗରୁସ୍ତଥା । ୧୬୨ ।

 

ରାଜ୍ୟର ପାପକୁ ରାଜା, ରାଜାଙ୍କର ପାପକୁ ପୁରୋହିତ, ପତ୍ନୀର ପାପକୁ ସ୍ଵାମୀ ଓ ଗୁରୁ ଶିଷ୍ୟର ପାପକୁ ଭୋଗକରନ୍ତି ।

 

ରୂପ ଯୌବନ ସମ୍ପନ୍ନା ବିଶାଳକୁଳ ସମ୍ଭବାଃ

ବିଦ୍ୟାହୀନା ନ ଶୋଭନ୍ତେ ନିର୍ଗନ୍ଧାଇବ କିଂଶୁକାଃ । ୧୬୩ ।

 

ଉଚ୍ଚକୂଳରେ ଜାତ ରୂପ ଯୌବନ ସମ୍ପନ ବ୍ୟକ୍ତି ଯଦି ମୂର୍ଖ ହୁଏ, ତେବେ ଗନ୍ଧହୀନ ପଳାଶ ଫୁଲକୁ ତ୍ୟାଗ କାଲାପରି ଲୋକେ ତାକୁ ଅନାଦର କରନ୍ତି ।

 

ଲାଳେୟେତ୍ ପଞ୍ଚବର୍ଷାଣି ଦଶବର୍ଷାଣି ତାଡ଼ୟେତ୍

ପ୍ରାପ୍ତେତୁ ଷୋଡ଼ଶେ ବର୍ଷେ ପୁତ୍ରଂ ମିତ୍ରବଦାଚରେତ୍ । ୧୬୪ ।

 

ପାଞ୍ଚବର୍ଷ ପର୍ଯ୍ୟନ୍ତ ଶିଶୁକୁ ଲାଳନ ପାଳନ କରିବା ଉଚିତ । ପରବର୍ତ୍ତୀ ଦଶ ବର୍ଷ ବୟସ ପର୍ଯ୍ୟନ୍ତ ଶିକ୍ଷା ଉଦ୍ଦେଶ୍ୟରେ ପୁତ୍ରକୁ ଶାସନ କରିବା ଉଚିତ । କିନ୍ତୁ ଷୋଳବର୍ଷ ବୟସରେ ଉପନୀତ ହେବା ପରେ ପୁତ୍ରସହ

 

ମିତ୍ରତୁଲ୍ୟ ଆଚରଣ କରିବା ଉଚିତ ।

 

ଲାଳନେ ବହବୋ ଦୋଷା ସ୍ତାଡ଼ନେ ବହବୋ ଗୁଣାଃ

ତସ୍ମାତ୍ ପୁତ୍ରଂ ଚ ଶିଷ୍ୟଂଚ ତାଡ଼ୟେନ୍ନ ତୁ ଲାଳୟେତ୍ । ୧୬୫ ।

 

ଲାଳନରେ ବ ଅଧିକ ସ୍ନେହକଲେ ପିଲାଙ୍କଠାରେ ଅନେକ ଦୋଷ ଦେଖାଦିଏ । ମାତ୍ର ଶାସନ ଦ୍ଵାରା ସେମାନଙ୍କ ସଦ୍‍ଗୁଣର ବିକାଶ ହୁଏ । ତେଣୁ ଅଧିକ ସ୍ନେହ ଯୋଗୁ ଯେଉଁ ଦୋଷ ଦୁର୍ବଳତା ଜାତ ହୁଏ ତାହା ଦୂର କରିବା ନିମିତ୍ତ ଶିଷ୍ୟକୁ ଓ ପୁତ୍ରକୁ କେବଳ ଲାଳନ ନକରି ଆବଶ୍ୟକ କ୍ଷେତ୍ରରେ ଦଣ୍ଡଦେବା ଉଚିତ ।

 

ଲକ୍ଷାଦିତିଳନୀଳୀନାଂ କୌସୁମ୍ଭମଧୁ ସର୍ପିଷାଂ

ବିକ୍ରୋତା ମଦ୍ୟ ମାଂସାନାଂ ସ ବିପ୍ରଃ ଶୁଦ୍ର ଉଚ୍ୟତେ । ୧୬୬ ।

 

ଯେଉଁ ବ୍ରାହ୍ମଣ ଲାକ୍ଷା, ତୈଳ, ନୀଳ, କୌସୁମ୍ଭ, ମହୁ, ଘିଅ, ମଦ୍ୟ ଓ ମାଂସ ବିକ୍ରୟକରେ ତାହାକୁ ଶୂଦ୍ର କୁହାଯାଏ ।

 

ଲୁବ୍‍ଧମର୍ଥେନ ଗୃହଣୀୟାତ୍ କ୍ରୁଦ୍ଧଞ୍ଜଳି କର୍ମଣା

ମୂର୍ଖଂ ଛନ୍ଦାନୁବୃତ୍ତେନ ତଥା ସତ୍ୟେନ ପଣ୍ଡିତମ୍ । ୧୬୭ ।

 

ଲୋଭୀ ଲୋକକୁ ଧନଦ୍ଵାରା ଓ ଉତ୍ତେଜିତ ଲୋକକୁ ହାତଯୋଡି ବିନୟଭାବ ଦ୍ଵାରା ବଶୀଭୂତ କରାଯାଏ । ସେହିପରି ମୂର୍ଖକୁ କପଟ ଆଚରଣ ଓ ଛଳନାପୂର୍ଣ୍ଣ କଥାରେ ଏବଂ ପଣ୍ଡିତମାନଙ୍କୁ ସତକଥା କହି ତୋଷ କରାଯାଏ ।

 

ଲୋଭାତ୍ କ୍ରୋଧଃ ପ୍ରଭବତି କ୍ରୋଧାତ୍ ଦ୍ରୋହି ପ୍ରବର୍ତ୍ତତେ

ଦ୍ରୋହେଣ ନରକଂ ଯାତି ଶାସ୍ତ୍ରଜ୍ଞୋଽପି ବିଚକ୍ଷଣଃ । ୧୬୮ ।

 

ବିଭିନ୍ନ ଶାସ୍ତ୍ରରେ ପ୍ରବୀଣା ଓ ବିଚକ୍ଷଣ ବୁଦ୍ଧିସମ୍ପନ୍ନ ହୋଇ ମଧ୍ୟ କୌଣସି ବ୍ୟକ୍ତି ଲୋଭର ଶିକାର ହେଲେ ତା’ର ପତନ ଘଟିଥାଏ । କାରଣ ଲୋଭରୁ କ୍ରୋଧ, କ୍ରୋଧରୁ ଦ୍ରୋହ ଓ ଇର୍ଷ୍ୟା ଜାତ ହୁଏ । ଇର୍ଷ୍ୟା ପରାୟଣ ଓ ଶତ୍ରୁତା ଆଚରଣ କରୁଥିବା ଲୋକର ସର୍ବନାଶ ହେବା ସଙ୍ଗେ ସଙ୍ଗେ ସେ ନର୍କଗତି ଲାଭକରେ ।

 

ଲୌକିକେ କର୍ମଣି ରତଃ ପଶୂନାଂ ପରିପାଳକଃ

ବାଣିଜ୍ୟ କୃଷିକର୍ମା ଯଃ ସଂ ବିପ୍ରୋ ବିଶ୍ୟ ଉଚ୍ୟତେ । ୧୬୯ ।

 

ଯେଉଁ ବ୍ରାହ୍ମଣ ସାଂସାରିକ କାର୍ଯ୍ୟରେ ଲିପ୍ତରହି ପଶୁ ପାଳନ, ବ୍ୟବସାୟ, ଚାଷ ଆଦି ବୃତ୍ତି ଅବଲମ୍ବନକରେ ତାକୁ ବୌଶ୍ୟ କୁହାଯାଏ ।

 

ଶାକେନ ରୋଗା ବର୍ଦ୍ଧନ୍ତେ ପୟସା ବଦ୍ଧତେ ତନୁଃ

ଘୃତେନ ବର୍ଦ୍ଧତେ ବୀର୍ଯ୍ୟଂ ମାଂସାନ୍ନାଂସଂ ପ୍ରବର୍ଦ୍ଧତେ । ୧୭୦ ।

 

ସର୍ବଦା ଶାଗ ଖାଇଲେ ରୋଗ ବଢେ, କ୍ଷୀର ଖାଇଲେ ତନୁ ବୁଦ୍ଧି ହୁଏ । ଘୃତ ଭୋଜନରେ ବୀର୍ଯ୍ୟ ଓ ମାଂସ ଖାଇଲେ ଦେହର ମାଂସ ବୃଦ୍ଧିଲାଭ କରେ ।

 

ଶୁଷ୍କଂ ମାଂସଂ ସ୍ତ୍ରିୟୋ ବୃଦ୍ଧାଃ ବାଳାର୍କସ୍ତରୁଣଂ ଦଧି

ପ୍ରଭାତେ ମୈଥୁନଂ ନିଦ୍ରା ସଦ୍ୟଃ ପ୍ରାଣହରାଣି ଷଟ୍ । ୧୭୧ ।

 

ଶୁଖିଲା ମାଂସ ଭୋଜନ, ବୃଦ୍ଧା ସ୍ତ୍ରୀ ସହିତ ରମଣ, ନବୋଦିତ ସୂର୍ଯ୍ୟ କିରଣରେ ଭ୍ରମଣ, ସଦ୍ୟ ଦଧି ପାନ, ସକାଳେ ମୈଥୁନ ଓ ଶୟନ ଏହି ଛଅଟି କାର୍ଯ୍ୟ ସଦ୍ୟଃ ପ୍ରାଣ ହରଣ କରିଥାଏ ।

 

ଶୀତଭୀତାଶ୍ଚ ଯେ ବିପ୍ରା ରତାଭୀତାଶ୍ଚ କ୍ଷତ୍ରିୟାଃ

ଅଗ୍ନିଭୀତା ଚ ଯା ନାରୀ ତ୍ରୟଃ ସ୍ୱର୍ଗଂ ନ ଯାନ୍ତି ହି । ୧୭୨ ।

 

ଯେଉଁ ବ୍ରାହ୍ମଣମାନେ ଶୀତକୁ ଭୟ କରନ୍ତି , କ୍ଷତ୍ରିୟ ହୋଇ ଯେ ଯୁଦ୍ଧ କରିବାକୁ ଭୟ କରନ୍ତି, ଯେଉଁ ନାରୀମାନେ ଅଗ୍ନିକୁ ଭୟ କରନ୍ତି, ସେମାନେ ସ୍ଵର୍ଗଲୋକକୁ ଯାଇପାରନ୍ତି ନାହିଁ । ତେଣୁ ଭୟାଳୁ ବ୍ରାହ୍ମଣ, କ୍ଷତ୍ରିୟ ଓ ନାରୀର ଅଧଃପତନ ଘଟିଥାଏ ।

 

ଶୈଳେ ଶୈଳ ନ ମାଣିକ୍ୟଂ ଚ ଗଜେ ଗଜେ

ସାଧବୋ ନହି ସର୍ବତ୍ର ଚନ୍ଦନଂ ନ ବନେ ବନେ । ୧୭୩ ।

 

ସବୁ ପର୍ବତରେ ମାଣିକ୍ୟ ନଥାଏ କି ସବୁ ହାତୀଙ୍କ ମଥାରେ ମୁକ୍ତା ନଥାଏ । ସେହିପରି ସବୁ ସ୍ଥାନରେ ସାଧୁଲୋକଙ୍କର ଦର୍ଶନ ମିଳେ ନାହିଁ କି ସବୁ ବଣରେ ଚନ୍ଦନ ଗଛ ମିଳେ ନାହିଁ ।

 

ଶ୍ଳୋକେନ ବା ତଦର୍ଦ୍ଧେନ ତଦର୍ଦ୍ଧ ଅର୍ଦ୍ଧକ୍ଷରେଣ ବା

ଅବନ୍ଧ୍ୟଂ ଦିବସଂ କୁର୍ଯ୍ୟାତ୍ ଦାନାଧ୍ୟୟନ କର୍ମଭିଃ । ୧୭୪ ।

 

ଶ୍ଳୋକଟିଏ ହେଉ ବା ତା’ର ଅର୍ଦ୍ଧହେଉ ବା ଏକ ଚତୁର୍ଥାଂଶ ହେଉ, ଦୈନିକ ଅଧ୍ୟୟନ କରିବା ଉଚିତ । ଦାନ ଓ ଅଧ୍ୟୟନ ଦ୍ୱାରା ଦିନଟି ସାର୍ଥକ ହୋଇଥାଏ ।

 

ସକୃତ୍ ଦୁଷ୍ଟଂ ଚ ମିତ୍ରଂ ଯଃ ପୁନଃ ସନ୍ଧାତୁମିଚ୍ଛତି

ସ ମୃତ୍ୟୁସୁପଗୃହଣାତି ଗର୍ଭମଶୂତରୀ ଯଥା । ୧୭୫ ।

 

ଥରେ ଯାହା ସହିତ ଶତ୍ରୁତା ହୋଇଥିବ ପୁନର୍ବାର ତା ସହିତ ବନ୍ଧୁତା ସ୍ଥାପନ କରିବା ଉଚିତ ନୁହେଁ । ସେପରି ମିତ୍ରତା ସ୍ଥାପନ କରୁଥିବା ବ୍ୟକ୍ତି ଗଧଦ୍ୱାରା ଗର୍ଭବତୀ ହୋଇଥିବା ଘୋଡ଼ାର ଗର୍ଭନଷ୍ଟ ହେବାପରି ଅକାଳରେ ମୃତ୍ୟୁ ବରଣ କରେ ।

 

ସର୍ପଃ କ୍ରୁରଃ ଖଳଃ କ୍ରୁରଃ ସର୍ପାତ୍ କ୍ରୁରତରଃ ଖଳଃ

ମନ୍ତ୍ରୌଷଧିବଶଃ ସର୍ପଃ ଖଳଃ କେନ ନିବାର୍ଯ୍ୟତେ । ୧୭୬ ।

 

ସର୍ପ ଓ ଖଳଲୋକ ଉଭୟ ନିଷ୍ଠୁର । କିନ୍ତୁ ସର୍ପଠାରୁ ଦୁଷ୍ଟ ଲୋକ ଆହୁରି ନିଷ୍ଠୁର । କାରଣ ମନ୍ତ୍ରୌଷଧି ଦ୍ୱାରା ସର୍ପକୁ ବଶୀଭୂତ କରାଯାଇପାରେ ମାତ୍ର ଖଳର ପ୍ରକୃତିକୁ କେହି ଦୂର କରିପାରେ ନାହିଁ ।

 

ସର୍ବେନ୍ଦ୍ରିୟାଣି ସଂଯମ୍ୟ ବକବତ୍ ପଣ୍ଡିତୋ ଜନଃ

କାଳ ଦେଶୋପପନ୍ନାନି ସର୍ବକାର୍ଯ୍ୟାଣି ସାଧୟେତ୍ । ୧୭୭ ।

 

ପଣ୍ଡିତମାନେ ଇନ୍ଦ୍ରିୟାମାନଙ୍କୁ ଆୟତରେ ରଖି ଦେଶ, କାଳ ଓ ପାତ୍ର ବିବେଚନା ପୂର୍ବକ ସମସ୍ତ କାର୍ଯ୍ୟ ସାଧନ କରନ୍ତି । ବଗଠାରୁ ସଂଯମ ଆଚରଣ ଓ ସ୍ଥିର ଚିତ୍ତରେ କାର୍ଯ୍ୟ କରିବାର ଶିକ୍ଷା ମିଳିଥାଏ ।

 

ସକୃଦୁକ୍ତ ଗୃହୀତାର୍ଥୋ ଲଘୁବସ୍ତୋ ମିତାକ୍ଷରଃ

ସର୍ବଶାସ୍ତ୍ରଂ ସମାଲୋଚ୍ୟ ପ୍ରକୃଷ୍ଟୋ ନାମ ଲେଖକଃ । ୧୭୮ ।

 

ଥରେ ମାତ୍ର କହିଲେ କଥାର ମର୍ମ ଯେ ବୁଝିପାରେ, ଅଳ୍ପ ସମୟ ଭିତରେ ଉତ୍ତମ ଅକ୍ଷର କରି ଯେ ଶୀଘ୍ର ଲେଖିପାରେ ସର୍ବଦା ଶାସ୍ତ୍ର ପୁରାଣ ଆଲୋଚନାରେ ଯେ ବ୍ୟପୃତ ଥାଏ ତାଙ୍କୁ ଯୋଗ୍ୟ, ବିଶ୍ୱସ୍ତ ଓ ଲେଖକ ରୂପେ ଗ୍ରହଣ କରିବା ଉଚିତ ।

 

ସମସ୍ତ ନୀତି ଶାସ୍ତ୍ରଜ୍ଞୋ ବାହନେ ପୂଜିତଶ୍ରମଃ

ଶୌର୍ଯ୍ୟବୀର୍ଯ୍ୟ ଗୁଣୋପେତଃ ସୈନ୍ୟାଧ୍ୟକ୍ଷୋ ବିଧୀୟତେ । ୧୭୯ ।

 

ସମସ୍ତ ନୀତିଶାସ୍ତ୍ରରେ ନିପୁଣ,ହାତୀ, ଘୋଡ଼ା ଆଦି ବିଭିନ୍ନ ବାହନରେ ବସି ଯିବା ଆସିବାରେ ପାରଙ୍ଗମ, ସାହସୀ ଓ ବଳବାନ ବ୍ୟକ୍ତିକୁ ସେନାପତି ପଦରେ ନିଯୁକ୍ତ ଦେବା ଉଚିତ ।

 

ସର୍ବହିଂସାନିବୃତ୍ତା ଯେ ନରାଃ ସର୍ବଂସହାଶ୍ଚ ଯେ

ସର୍ବସ୍ୟାଶ୍ରୟଭୂତାଶ୍ଚ ତେ ନରାଃ ସ୍ୱର୍ଗଗାମିନଃ । ୧୮୦ ।

 

ଯେଉଁ ମାନଙ୍କ ହୃଦୟରେ ହିଂସା ଭାବ ନାହିଁ, ନିର୍ବିକାର ଚିତ୍ତରେ ଯେଉଁମାନେ ସମସ୍ତ ଦୁଃଖ ସହିପାରନ୍ତି ଏବଂ ପ୍ରାଣୀଙ୍କୁ ଯେଉଁମାନେ ଆଶ୍ରୟ ଓ ଅଭୟ କରନ୍ତି, ସେମାନେ ଦେବଲୋକରେ ସ୍ଥାନ ଲାଭ କରନ୍ତି ।

 

ସଦ୍ୟୋ ମାଂସଂ ନାବାନ୍ନଂ ଚ ବାଳା ସ୍ତ୍ରୀ କ୍ଷୀର ଭୋଜନଂ

ଘୃତମୁଷ୍ଣୋଦକଂ ଚୈବ ସଦ୍ୟଃ ପ୍ରାଣକରାଣି ଷଟ୍ । ୧୮୧ ।

 

ସଜମାଂସ, ନୂଆ ଅନ୍ନ, ଷୋଳ ବରଷି ସ୍ତ୍ରୀ, କ୍ଷୀରପାନ, ଘୃତ ଭୋଜନ ଓ ଅଳ୍ପଉଷ୍ଣ ଜଳରେ ସ୍ନାନ ଆଚମନାଦି-ଏହି ଛ’ ଟି ପ୍ରାଣଶକ୍ତି ବର୍ଦ୍ଧକ । ଏହାଦ୍ୱାରା ସୁସ୍ଥ ଶରୀର ଓ ଦୀର୍ଘାୟୁ ଲାଭ ହୁଏ ।

 

ସତ୍ୟେନ ଧାର୍ଯ୍ୟତେ ପୃଥ୍ୱୀ ସତ୍ୟେନ ତପତେ ରବିଃ

ସତୋନ ବାତି ବାୟୁଶ୍ଚ ସର୍ବଂ ସତ୍ୟେ ପ୍ରତିଷ୍ଠିତମ୍ । ୧୮୨ ।

 

ସତ୍ୟଦ୍ୱାରା ଏ ପୃଥିବୀ ପରିଚାଳିତ । ସତ୍ୟଧର୍ମ ରକ୍ଷାକରି ସୂର୍ଯ୍ୟ ଉତ୍ତାପ ହୁଏ । ସତ୍ୟରେ ପବନ ପ୍ରବାହିତ ହୁଏ । ତେଣୁ ସମସ୍ତେ ସତ୍ୟଦ୍ୱାରା ପରିଚାଳିତ ହୋଇଥାନ୍ତି ।

 

ସମୁଦ୍ରାବରଣା ଭୂମିଃ ପ୍ରାକାରାବରଣଂ ଗୃହମ୍

ନରେନ୍ଦ୍ରା ବରଣୋ ଦେଶଃ ଚରିତ୍ରାବରଣା ସ୍ରୀୟଃ । ୧୮୩ ।

 

ସମଦ୍ରଦ୍ୱାରା ସ୍ଥଳଭାଗର ବିସ୍ତାର ନିୟନ୍ତ୍ରିତ ହୁଏ । ସେହିପରି

ପ୍ରାଚୀରଦ୍ୱାରା ଗୃହ, ରାଜାଙ୍କ ଦ୍ୱାରା ରାଜ୍ୟ ଓ ଚରିତ୍ର ରକ୍ଷା କରିବା, ଦ୍ୱାରା ସ୍ତ୍ରୀଲୋକମାନଙ୍କର କାର୍ଯ୍ୟକଳାପର ନିୟନ୍ତ୍ରଣ ହୋଇଥାଏ ।

 

ସିଂହାଦେକଂ ବକାଦେକଂ ଷଟଶୁଦସ୍ତ୍ରୀଣି ଗର୍ଦ୍ଦଭାତ୍

ବାୟସାତ୍ ପଞ୍ଚଣିକ୍ଷେଚ୍ଚ ଚତ୍ୱାରି କୁକକଟାଦପି । ୧୮୪ ।

 

ସିଂହଠାରୁ ଗୋଟିଏ ବିଷୟରେ, ବଗଠାରୁ ଗୋଟିଏ ବିଷୟରେ କୁକୁରଠାରୁ ଛଅଟି, ଗଧ ଓ କାଉଠାରୁ ପାଞ୍ଚଟି ବିଷୟରେ ଓ କୁକୁଡ଼ାଠାରୁ ଚାରୋଟି ବିଷୟରେ ଶିକ୍ଷାଲାଭ କରାଯାଏ ।

 

ସୁଭିକ୍ଷଂ କୃଷକେ ନିତ୍ୟଂ ନିତ୍ୟଂ ସୁଖରୋଗିଣଃ

ଭାର୍ଯ୍ୟା ଭର୍ତ୍ତୁଃ ଯସ୍ୟ ତସ୍ୟ ନିତ୍ୟୋସ୍ତବଂ ଗୃହମ୍ । ୧୮୫ ।

 

ଘରେ ଖାଦ୍ୟଶସ୍ୟ ଥିଲେ କୃଷକ ଆନନ୍ଦରେ ଦିନ କଟାଏ । ନୀରୋଗ ବ୍ୟକ୍ତି ସର୍ବଦା ସୁଖରେ ଥାଏ । ସ୍ୱାମୀ ସେବାକାରିଣୀ, ପ୍ରିୟଭାଷିଣୀ ସୁନ୍ଦରୀ ଭାର୍ଯ୍ୟା ଯାହାର ଥାଏ ତା’ର ପ୍ରତ୍ୟେକ ଦିନ ଆନନ୍ଦରେ ବିତେ ।

 

ସୁଖୋର୍ଥୀଚେତ୍ ତ୍ୟଜେତ୍ ବିଦ୍ୟାଂ ବିଦ୍ୟାର୍ଥୀଚେଦ୍ ତ୍ୟଜେତ୍ ସୁଖମ୍

ସୁଖାର୍ଥୀନଃ କୁତଃ ବିଦ୍ୟା ସୁଖଂ ବିଦ୍ୟାର୍ଥୀନଃ କୁତଃ । ୧୮୬ ।

 

ସୁଖ ପାଇବାକୁ ଯଦି ଇଚ୍ଛା । ତାହେଲେ ପାଠପଢା ଛାଡ଼ିଦେବା ଉଚିତ । ପାଠ ପଢ଼ିବାକୁ ଇଚ୍ଛାଥିଲେ ସୁଖ ତ୍ୟାଗ କରିବା ଉଚିତ । ସୁଖ ଚାହୁଁଥିବା ବ୍ୟକ୍ତିର ପାଠ ହୁଏ ନାହିଁ । ପାଠ ପଢୁଥିବା ବ୍ୟକ୍ତିର ସୁଖ ନଥାଏ ।

 

ସ୍ୱେଦିତଂ ମର୍ଦ୍ଦିତଂ ଚୈବ ଭଜୁଭିଃ ପରିବେଷ୍ଟିତମ୍

ମୁକ୍ତଂ ଦ୍ୱାଦଶଭିଃ ବଷୈଃ ସ୍ୱପୁଚ୍ଛଂ ପ୍ରକୃତିଂ ଗତମ୍ । ୧୮୭ ।

 

କୁକୁରର ଲାଙ୍ଗୁଳକୁ ତେଲଦେଇ ଘସି ଓ ତାକୁ ଦଉଡ଼ିରେ ଗୁଡ଼ାଇ ସିଧାକରି ରଖି ବାରବର୍ଷ ପରେ ଖୋଲିଲେ ବି ତାହା ପୁଣି ପୂର୍ବପରି ବଙ୍କା ହୋଇଯାଏ । ତେଣୁ ବ୍ୟକ୍ତି ବା ବସ୍ତୁର ସ୍ୱାଭାବିକ ଗୁଣକୁ ପରିବର୍ତ୍ତନ କରାଯାଇପାରେ ନାହିଁ ।

 

ସେବିତବ୍ୟୋ ମହାବୃକ୍ଷଃ ଫଳଚ୍ଛାୟା ସର୍ମନ୍ୱିତଃ

ଯଦି ଦୈବାତ୍ ଫଳଂ ନାସ୍ତି ଛାୟା କେନ ନିବାର୍ଯ୍ୟତେ । ୧୮୮ ।

 

ଫଳ ଓ ଛାୟା ବିମଣ୍ଡିତ ବଡ଼ ଗଛତଳେ ଆଶ୍ରୟନେବା ଉଚିତ । ଦୈବବଶତଃ ଗଛର ଫଳ ଉପଭୋଗ କରିନପାରିଲେ ମଧ୍ୟ ତା’ର ଛାୟା ନିଶ୍ଚୟ ମିଳିବ । ଛାୟାକୁ କେହି ନିବାରଣ କରିପାରେ ନାହିଁ । ତେଣୁ ସର୍ବଦା ମହାବୃକ୍ଷ ସମ ମହତ୍ ଲୋକର ଆଶ୍ରୟନେବା ଉଚିତ ।

 

ହେଳାସ୍ୟାତ୍ କାର୍ଯ୍ୟ ନାଶାୟ ବୁଦ୍ଧିନାଶାୟ ନିର୍ଦ୍ଧନମ୍

ଯାଚନଂ ମାନନାଶାୟ କୁଳନାଶାୟ ଭୋଜନମ୍। ୧୮୯ ।

 

ହେଳାକଲେ କାର୍ଯ୍ୟନାଶ ହୁଏ । ଧନହୀନ ହେଲେ ବୁଦ୍ଧି ନଷ୍ଟ ହୁଏ । ମାଗିବା ଲୋକର ସମ୍ମାନଯାଏ ଓ ଅଖାଦ୍ୟ ଖାଇଲେ ବଂଶ ନାଶ ହୁଏ ।

 

ହସ୍ତୀ ହସ୍ତ ସହସ୍ରେଣ ଶତହସ୍ତେନ ବାଜିନଃ

ଶୃଙ୍ଗିଣୋ ଦଶହସ୍ତେନ ସ୍ଥାନତ୍ୟୋଗେନ ଦୁର୍ଜ୍ଜନଃ । ୧୯୦ ।

 

ହସ୍ତୀଠାରୁ ସହସ୍ରହାତ ଦୂରରେ, ଘୋଡ଼ାଠାରୁ ଶହେ ହାତ ଦୂରରେ ଓ ଶିଙ୍ଘଥିବା ଜନ୍ତୁଠାରୁ ଦଶହାତ ଦୂରରେ ରହିବା ଉଚିତ। କିନ୍ତୁ ଦୁର୍ଜନ ଦେଖିବା ମାତ୍ରେ ଯଥାଶୀଘ୍ର ସେ ସ୍ଥାନ ତ୍ୟାଗକରି ଚାଲିଯିବା ଉଚିତ ।

 

କ୍ଷିପ୍ରମୀୟମନାଲୋଚ୍ୟ ବ୍ୟୟଂ ମାନସବାଞ୍ଚୟା

ପରିଯୟେଦ୍ ଯ ଏବାସୌ ଧନୀ ବୈଶ୍ରବଣୋଦମଃ । ୧୯୧ ।

 

ଆୟପ୍ରତି ଦୃଷ୍ଟି ନ ଦେଇ ମନଇଚ୍ଛା ବ୍ୟୟକଲେ କୁବେର ସଦୃଶ ଧନୀବ୍ୟକ୍ତିର ମଧ୍ୟ ଧନସଂପତ୍ତି ଅଳ୍ପକାଳ ମଧ୍ୟରେ ଶେଷ ହୋଇଯାଏ ।